ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ ମୋଟ କର୍ମଚାରୀର ୧୮% ବା ୩୦,୦୦୦ କର୍ମଚାରୀଙ୍କୁ ଚାକିରିରୁ ଅତ୍ୟନ୍ତ ନିିର୍ଦ୍ଦୟ, ନିଷ୍ଠୁର ତଥା ବିବେକହୀନ ଭାବରେ ଛଟେଇ କରିଛି ।
ଭାରତରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। କମ୍ପାନୀ ପାଖରେ କ’ଣ ବିକଳ୍ପ ନଥିଲା । ବିକଳ୍ପ ଥିଲା। ଛଟେଇ କରିବା ପରିବର୍ତ୍ତେ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କଲେ ଯେତିକି ଅର୍ଥ ବଞ୍ଚେଇପାରିବ, ସମସ୍ତଙ୍କର ସମାନୁପାତରେ ଦରମା ହ୍ରାସ କରି ସେତିକି ଅର୍ଥ ବଞ୍ଚେଇ ପାରିଥାନ୍ତା । ମନମୁଖି ଛଟେଇ କରିବା କେତେ ଯଥାର୍ଥ । ଏହି କମ୍ପାନୀ ଉପରେ କୌଣସି ନିୟନ୍ତ୍ରଣ କ’ଣ କାହାର ନାହିଁ । ଭାରତରେ ଯେଉଁ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଇଛି, ତାହା କମ୍ପାନୀଗୁଡ଼ିକୁ ମନମୁଖି ଛଟେଇ କରିବା ପ୍ରକ୍ରିୟାକୁ ଆହୁରି ସହଜ କରିବ ବୋଲି ଆଶଙ୍କା କରାଯାଉଛି । ସେହିପରି ବେଙ୍ଗାଲୁରୁରେ କାର୍ଯ୍ୟରତ ୩୨ ବର୍ଷୀୟ ଜଣେ ଆଇଟି ପେସାଦାର ଭାନୁ ଚନ୍ଦର ଗୋଟିଏ ଆମେରିକୀୟ କମ୍ପାନୀରେ ପ୍ରଚୁର ଦରମାରେ କାମ କରୁଥିଲେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବଢ଼ୁଥିବା ବ୍ୟବହାର ଓ ପରିବର୍ତ୍ତନଶୀଳ ପ୍ରଯୁକ୍ତି ପରିବେଶରେ ସେ ଚାକିରି ହରାଇଥିଲେ। ଦୀର୍ଘ ସମୟ ଧରି ନୂତନ ଚାକିରି ନ ମିଳିବାରୁ ସେ ମାନସିକ ଚାପରେ ଥିଲେ ଏବଂ ଦୁଃଖଦ ଭାବେ ନିଜ ଜୀବନ ହାରିଦେଲେ। ସ୍ବାମୀଙ୍କ ମୃତ୍ୟୁର ଆଘାତ ସହି ନ ପାରି ତାଙ୍କ ସ୍ତ୍ରୀ ବିବି ସାଜିଆ ସିରାଜ ଆପାର୍ଟମେଣ୍ଟର ୧୮ ମହଲାରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ। ଯେଉଁ ଘରେ ଦିନେ ଆନନ୍ଦ ଓ ଉଲ୍ଲାସ ଥିଲା, ସେଠାରେ ଆଜି ଦୁଃଖର ଛାଇ ଗ୍ରାସ କରିଛି। ଅବଶ୍ୟ ଜୀବନ ସଂଘର୍ଷପୂର୍ଣ୍ଣ ହୋଇପାରେ, କିନ୍ତୁ ହାର ମାନିବା କେବେ ସମାଧାନ ନୁହେଁ। ଆତ୍ମହତ୍ୟା ସମାଧାନ ନୁହେଁ।
ସରକାର ଯେତେବେଳେ ବିକଶିତ ଭାରତ ଓ ଅମୃତବେଳା କଥା କହୁଛନ୍ତି, ସେତେବେଳେ ଏପରି ଛଟେଇକୁ ବିରୋଧ କରିବା ସହିତ ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତିକୁ ଗୁରୁତ୍ୱଦେବା ଉଚିତ। ଆମେ କାମ ନ କରିବା ବା ଠକିବାକୁ ସମର୍ଥନ କରୁନୁ , କିନ୍ତୁ ମନଇଚ୍ଛା ଛଟେଇ ଉପରେ ଭାରତୀୟ ବା ବିଦେଶୀ କମ୍ପାନୀ ହେଉ ତାଙ୍କ ଉପରେ ଅଙ୍କୁଶ ରହିବା ଉଚିତ । ସରକାରଙ୍କର ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ନୀତି ରହୁ । ଭାରତ ଆଜି ବେକାରି ସମସ୍ୟାକୁ ନେଇ ସଙ୍କଟର ସୀମାରେ ଦଣ୍ଡାୟମାନ। ଯୁବ ବେକାରି ସମସ୍ୟା ଏହାର ଜନସଂଖ୍ୟାଗତ ଲାଭାଂଶ ଉପରେ କଳା ମେଘ ପରି ଘନୀଭୂତ ହୋଇଛି। ୨୮ ବର୍ଷର ମଧ୍ୟମ ବୟସ ସହିତ ଭାରତ ପୃଥିବୀର ସବୁଠାରୁ ଯୁବ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଦୀର୍ଘ ସମୟ ଧରି ଏହି ଯୁବଶକ୍ତିକୁ ଅର୍ଥନୈତିକ ଅଭିବୃଦ୍ଧିର ମୂଳ ଇଞ୍ଜିନ ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ଆଜିର ପରିସ୍ଥିତି ସ୍ପଷ୍ଟ କରୁଛି ଯେ, ଏହି ଲାଭାଂଶ ଧୀରେ ଧୀରେ ଏକ ଜନସଂଖ୍ୟାଗତ ବିପର୍ଯ୍ୟୟରେ ପରିଣତ ହେଉଛି। କ୍ରମବର୍ଦ୍ଧିଷ୍ଣୁ ଯୁବ ବେକାରି, ସ୍ନାତକ ବେକାରି ସାଙ୍ଗକୁ ଅସ୍ପଷ୍ଟ ନିଯୁକ୍ତି ନୀତି ଆଦି ସବୁ ମିଶି ଏକ ଗଭୀର ସାଂରଚନିକ ସଙ୍କଟର ଚିତ୍ର ଆଙ୍କି ଦେଉଛି। ୧୭ ମାର୍ଚ୍ଚ ୨୦୨୬ରେ ଅଜିମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଷ୍ଟେଟ ଅଫ୍‌ ୱାର୍କିଂ ଇଣ୍ଡିଆ ରିପୋର୍ଟ ଏହି ସତ୍ୟକୁ ଆଉ ଅଧିକ ସ୍ପଷ୍ଟ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଶିକ୍ଷା ଓ ନିଯୁକ୍ତି ସୃଷ୍ଟି ମଧ୍ୟରେ ବିରାଟ ଅସମନ୍ବୟ ଦେଖାଦେଇଛି।
ଆଜି ଅଧିକ ଯୁବପିଢ଼ି ଉଚ୍ଚଶିକ୍ଷାରେ ପ୍ରବେଶ କରୁଛନ୍ତି, କିନ୍ତୁ ଚାକିରି ସୃଷ୍ଟି ସେହି ହାରରେ ବଢ଼ୁନାହିଁ। ଏହାର ପରିଣାମରେ ଶିକ୍ଷିତ ବେକାରି ଭୟାବହ ଭାବେ ବଢ଼ୁଛି। ଭାରତରେ ବୃତ୍ତିଗତ ଶିକ୍ଷା ଦିନକୁ ଦିନ ବ୍ୟୟସାପେକ୍ଷ ହେଉଛି। ଆୟ ଅପେକ୍ଷା ଖର୍ଚ୍ଚ ଦ୍ରୁତଭାବରେ ବଢ଼ୁଥିବାରୁ ଏହା ଅନେକ ପରିବାର ପାଇଁ ଏକ ଭାରସାମ୍ୟହୀନ ଆର୍ଥିକ ବୋଝ ହୋଇପଡ଼ିଛି। ଯେଉଁ ଶିକ୍ଷାକୁ ଏକ ସୁଯୋଗ ଭାବେ ଦେଖାଯାଉଥିଲା, ସେହି ଶିକ୍ଷା ଏବେ ଅନେକଙ୍କ ପାଇଁ ମରୀଚିକା ତଥା ଅନିଶ୍ଚିତତାର ପଥ ହୋଇପଡ଼ିଛି। ୨୦୦୪ ରୁ ୨୦୨୩ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୫୦ ଲକ୍ଷ ସ୍ନାତକ ସୃଷ୍ଟି ହେଉଥିବା ବେଳେ ନିଯୁକ୍ତିପ୍ରାପ୍ତ ସ୍ନାତକଙ୍କ ସଂଖ୍ୟା ପ୍ରାୟ ୨୮ ଲକ୍ଷରେ ସୀମିତ ରହିଛି। ସେମାନଙ୍କ ମଧ୍ୟରୁ କେବଳ ୧୭ ଲକ୍ଷ ବେତନଭୋଗୀ ଚାକିରି ପାଇପାରୁଛନ୍ତି। ଏହି ତଥ୍ୟଗୁଡ଼ିକ ଭାରତର ଶିକ୍ଷା ବ୍ୟବସ୍ଥା ଓ ନିଯୁକ୍ତି ବଜାର ମଧ୍ୟରେ ଗଭୀର ବିଚ୍ଛିନ୍ନତାକୁ ଉଜାଗର କରେ। ୨୦୨୩ ସୁଦ୍ଧା ୧୫ ରୁ ୨୯ ବର୍ଷ ବୟସର ଯୁବପିଢ଼ିଙ୍କ ସଂଖ୍ୟା ୩୬.୭ କୋଟି, ଯାହା କର୍ମଜୀବୀ ଜନସଂଖ୍ୟାର ଏକତୃତୀୟାଂଶ। ଏଥିରୁ ୨୬.୩ କୋଟି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁ ନଥିବା ସହ ଶ୍ରମ ବା କର୍ମଶକ୍ତିର ଅଂଶ ହୋଇଛନ୍ତି। ୨୦-୨୯ ବର୍ଷ ବୟସର ୬.୩ କୋଟି ସ୍ନାତକ ମଧ୍ୟରୁ ପ୍ରାୟ ୬୭% ବେକାର ଅଛନ୍ତି। ଏହା ୨୦୦୪ ର ୩୨% ଠାରୁ ଅଧିକ ବୃଦ୍ଧି। ୧୫-୨୫ ବର୍ଷ ବୟସର ସର୍ବକନିଷ୍ଠ ସ୍ନାତକମାନଙ୍କ ମଧ୍ୟରେ ବେକାରିର ହାର ପ୍ରାୟ ୪୦% । ଯୁବପିଢ଼ି ଚାକିରି ବିନା ଅଛନ୍ତି। ୨୫-୨୯ ବର୍ଷ ବର୍ଗରେ ମଧ୍ୟ ପ୍ରାୟ ୨୦% ବେକାର ଅଛନ୍ତି। ଏହା କେବଳ ଆର୍ଥିକ ସମସ୍ୟା ନୁହେଁ, ବରଂ ଏକ ସାମାଜିକ ସଙ୍କଟ, ଯେଉଁଠାରେ ଯୁବପିଢ଼ି ନିଜର ସମ୍ଭାବନାକୁ ପୂରଣ କରିପାରୁନାହାନ୍ତି।
ଘରୋଇ କ୍ଷେତ୍ରକୁ ଅନେକେ ନିଯୁକ୍ତି ସୃଷ୍ଟିର ପ୍ରମୁଖ ଉତ୍ସ ବୋଲି ଦେଖନ୍ତି। କିନ୍ତୁ ବାସ୍ତବରେ ନିଯୁକ୍ତି ସୃଷ୍ଟିକରିବାରେ ଏହାର କ୍ଷମତା ସୀମିତ। ବେସରକାରୀ କ୍ଷେତ୍ର ଯେତେଟି ଚାକିରି ସୃଷ୍ଟି କରେ, ତାଠାରୁ କେତେକ ସମୟରେ ଅଧିକ ଚାକିରି ସରକାରୀ କ୍ଷେତ୍ରରେ କମିଯାଏ। ବେସରକାରୀ କ୍ଷେତ୍ରର ଚାକିରି ସାଧାରଣତଃ ଅସ୍ଥାୟୀ, ଚୁକ୍ତିଭିତ୍ତିକ ଏବଂ କମ୍‌ ସୁରକ୍ଷିତ। ଏହା ଯୁବପିଢ଼ିଙ୍କ ଆଶା ଓ ସ୍ଥିର ଜୀବନର ସ୍ବପ୍ନ ସହ ସାମଞ୍ଜସ୍ୟ ରଖିପାରୁନାହିଁ। ଏହାର ବିପରୀତରେ ସରକାରୀ କ୍ଷେତ୍ର ଏକ ସ୍ଥିର ଓ ସୁରକ୍ଷିତ ନିଯୁକ୍ତି ଦେଇଥାଏ। ତଥାପି ନୀତି ନିର୍ଦ୍ଧାରକମାନେ ଏହାକୁ ଅନେକ ସମୟରେ କେବଳ ଆର୍ଥିକ ବୋଝ ବୋଲି ଦେଖନ୍ତି। ବିତ୍ତୀୟ ନିଅଣ୍ଟ କମାଇବା ପାଇଁ ସରକାରୀ ନିଯୁକ୍ତି କମାଇବାକୁ ସହଜ ଉପାୟ ଭାବେ ଧରାଯାଏ। କିନ୍ତୁ ଏହି ପ୍ରକାରର ନୀତି ଦୀର୍ଘକାଳରେ ଗମ୍ଭୀର ପରିଣାମ ଆଣିପାରେ। ସରକାରୀ କ୍ଷେତ୍ରରେ ନିଯୁକ୍ତି କହିଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ନିଯୁକ୍ତିକୁ ବୁଝାଏ । ବିଶ୍ୱ ବ୍ୟାଙ୍କର ବ୍ୟୁରୋକ୍ରାସି ଲାବର ତଥ୍ୟ ଓ ଲେଖା ଅନୁଯାୟୀ ସରକାରୀ କ୍ଷେତ୍ରରେ ନିଯୁକ୍ତିକୁ ସଙ୍କୁଚିତ କରିବା ପରିବର୍ତ୍ତେ ବୃଦ୍ଧି କରିବା ସହିତ ସେଥିପାଇଁ ଅଧିକ ନିବେଶ କରିବା ଲାଗି ଅତି କମ୍‌ରେ ତିନୋଟି ଦୃଢ଼ କାରଣ ଉପରେ ଆଲୋକପାତ କରେ। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ ଉଚ୍ଚ-ଆୟକାରୀ ଦେଶଗୁଡ଼ିକ ପ୍ରତି ୧,୦୦୦ ଲୋକଙ୍କ ପାଇଁ ହାରାହାରି ୮୭ଜଣ ସରକାରୀ କ୍ଷେତ୍ରର କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି, ଯାହା ଭାରତ ପରି ନିମ୍ନ-ଆୟକାରୀ ଦେଶଗୁଡ଼ିକରେ ହାରାହାରି ମାତ୍ର ୨୩ଜଣ। ଏହି ଅସମାନତା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତାକୁ ପ୍ରକାଶ କରେ । ଆର୍ଥିକ ବିକାଶ ସମତୁଲ ହେବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ସାର୍ବଜନୀନ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାର ଚାହିଦା ଅଧିକ ଭାବରେ ବୃଦ୍ଧି ପାଏ। ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି ବିନା ଏହି ସେବାଗୁଡ଼ିକର ଗୁଣବତ୍ତା ହ୍ରାସ ପାଏ ଏବଂ ଲୋକଙ୍କ ପାଖରେ ଅପହଞ୍ଚ ହୁଏ । ଯୁବପିଢ଼ି ଯାହା ଚାହୁଁଛନ୍ତି ତାହା ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ କାମ ନୁହେଁ, ବରଂ ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତି।
ମୋ:୯୪୩୭୨୦୮୭୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?