ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ ମୋଟ କର୍ମଚାରୀର ୧୮% ବା ୩୦,୦୦୦ କର୍ମଚାରୀଙ୍କୁ ଚାକିରିରୁ ଅତ୍ୟନ୍ତ ନିିର୍ଦ୍ଦୟ, ନିଷ୍ଠୁର ତଥା ବିବେକହୀନ ଭାବରେ ଛଟେଇ କରିଛି ।
ଭାରତରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। କମ୍ପାନୀ ପାଖରେ କ’ଣ ବିକଳ୍ପ ନଥିଲା । ବିକଳ୍ପ ଥିଲା। ଛଟେଇ କରିବା ପରିବର୍ତ୍ତେ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କଲେ ଯେତିକି ଅର୍ଥ ବଞ୍ଚେଇପାରିବ, ସମସ୍ତଙ୍କର ସମାନୁପାତରେ ଦରମା ହ୍ରାସ କରି ସେତିକି ଅର୍ଥ ବଞ୍ଚେଇ ପାରିଥାନ୍ତା । ମନମୁଖି ଛଟେଇ କରିବା କେତେ ଯଥାର୍ଥ । ଏହି କମ୍ପାନୀ ଉପରେ କୌଣସି ନିୟନ୍ତ୍ରଣ କ’ଣ କାହାର ନାହିଁ । ଭାରତରେ ଯେଉଁ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଇଛି, ତାହା କମ୍ପାନୀଗୁଡ଼ିକୁ ମନମୁଖି ଛଟେଇ କରିବା ପ୍ରକ୍ରିୟାକୁ ଆହୁରି ସହଜ କରିବ ବୋଲି ଆଶଙ୍କା କରାଯାଉଛି । ସେହିପରି ବେଙ୍ଗାଲୁରୁରେ କାର୍ଯ୍ୟରତ ୩୨ ବର୍ଷୀୟ ଜଣେ ଆଇଟି ପେସାଦାର ଭାନୁ ଚନ୍ଦର ଗୋଟିଏ ଆମେରିକୀୟ କମ୍ପାନୀରେ ପ୍ରଚୁର ଦରମାରେ କାମ କରୁଥିଲେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବଢ଼ୁଥିବା ବ୍ୟବହାର ଓ ପରିବର୍ତ୍ତନଶୀଳ ପ୍ରଯୁକ୍ତି ପରିବେଶରେ ସେ ଚାକିରି ହରାଇଥିଲେ। ଦୀର୍ଘ ସମୟ ଧରି ନୂତନ ଚାକିରି ନ ମିଳିବାରୁ ସେ ମାନସିକ ଚାପରେ ଥିଲେ ଏବଂ ଦୁଃଖଦ ଭାବେ ନିଜ ଜୀବନ ହାରିଦେଲେ। ସ୍ବାମୀଙ୍କ ମୃତ୍ୟୁର ଆଘାତ ସହି ନ ପାରି ତାଙ୍କ ସ୍ତ୍ରୀ ବିବି ସାଜିଆ ସିରାଜ ଆପାର୍ଟମେଣ୍ଟର ୧୮ ମହଲାରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ। ଯେଉଁ ଘରେ ଦିନେ ଆନନ୍ଦ ଓ ଉଲ୍ଲାସ ଥିଲା, ସେଠାରେ ଆଜି ଦୁଃଖର ଛାଇ ଗ୍ରାସ କରିଛି। ଅବଶ୍ୟ ଜୀବନ ସଂଘର୍ଷପୂର୍ଣ୍ଣ ହୋଇପାରେ, କିନ୍ତୁ ହାର ମାନିବା କେବେ ସମାଧାନ ନୁହେଁ। ଆତ୍ମହତ୍ୟା ସମାଧାନ ନୁହେଁ।
ସରକାର ଯେତେବେଳେ ବିକଶିତ ଭାରତ ଓ ଅମୃତବେଳା କଥା କହୁଛନ୍ତି, ସେତେବେଳେ ଏପରି ଛଟେଇକୁ ବିରୋଧ କରିବା ସହିତ ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତିକୁ ଗୁରୁତ୍ୱଦେବା ଉଚିତ। ଆମେ କାମ ନ କରିବା ବା ଠକିବାକୁ ସମର୍ଥନ କରୁନୁ , କିନ୍ତୁ ମନଇଚ୍ଛା ଛଟେଇ ଉପରେ ଭାରତୀୟ ବା ବିଦେଶୀ କମ୍ପାନୀ ହେଉ ତାଙ୍କ ଉପରେ ଅଙ୍କୁଶ ରହିବା ଉଚିତ । ସରକାରଙ୍କର ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ନୀତି ରହୁ । ଭାରତ ଆଜି ବେକାରି ସମସ୍ୟାକୁ ନେଇ ସଙ୍କଟର ସୀମାରେ ଦଣ୍ଡାୟମାନ। ଯୁବ ବେକାରି ସମସ୍ୟା ଏହାର ଜନସଂଖ୍ୟାଗତ ଲାଭାଂଶ ଉପରେ କଳା ମେଘ ପରି ଘନୀଭୂତ ହୋଇଛି। ୨୮ ବର୍ଷର ମଧ୍ୟମ ବୟସ ସହିତ ଭାରତ ପୃଥିବୀର ସବୁଠାରୁ ଯୁବ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଦୀର୍ଘ ସମୟ ଧରି ଏହି ଯୁବଶକ୍ତିକୁ ଅର୍ଥନୈତିକ ଅଭିବୃଦ୍ଧିର ମୂଳ ଇଞ୍ଜିନ ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ଆଜିର ପରିସ୍ଥିତି ସ୍ପଷ୍ଟ କରୁଛି ଯେ, ଏହି ଲାଭାଂଶ ଧୀରେ ଧୀରେ ଏକ ଜନସଂଖ୍ୟାଗତ ବିପର୍ଯ୍ୟୟରେ ପରିଣତ ହେଉଛି। କ୍ରମବର୍ଦ୍ଧିଷ୍ଣୁ ଯୁବ ବେକାରି, ସ୍ନାତକ ବେକାରି ସାଙ୍ଗକୁ ଅସ୍ପଷ୍ଟ ନିଯୁକ୍ତି ନୀତି ଆଦି ସବୁ ମିଶି ଏକ ଗଭୀର ସାଂରଚନିକ ସଙ୍କଟର ଚିତ୍ର ଆଙ୍କି ଦେଉଛି। ୧୭ ମାର୍ଚ୍ଚ ୨୦୨୬ରେ ଅଜିମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଷ୍ଟେଟ ଅଫ୍‌ ୱାର୍କିଂ ଇଣ୍ଡିଆ ରିପୋର୍ଟ ଏହି ସତ୍ୟକୁ ଆଉ ଅଧିକ ସ୍ପଷ୍ଟ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଶିକ୍ଷା ଓ ନିଯୁକ୍ତି ସୃଷ୍ଟି ମଧ୍ୟରେ ବିରାଟ ଅସମନ୍ବୟ ଦେଖାଦେଇଛି।
ଆଜି ଅଧିକ ଯୁବପିଢ଼ି ଉଚ୍ଚଶିକ୍ଷାରେ ପ୍ରବେଶ କରୁଛନ୍ତି, କିନ୍ତୁ ଚାକିରି ସୃଷ୍ଟି ସେହି ହାରରେ ବଢ଼ୁନାହିଁ। ଏହାର ପରିଣାମରେ ଶିକ୍ଷିତ ବେକାରି ଭୟାବହ ଭାବେ ବଢ଼ୁଛି। ଭାରତରେ ବୃତ୍ତିଗତ ଶିକ୍ଷା ଦିନକୁ ଦିନ ବ୍ୟୟସାପେକ୍ଷ ହେଉଛି। ଆୟ ଅପେକ୍ଷା ଖର୍ଚ୍ଚ ଦ୍ରୁତଭାବରେ ବଢ଼ୁଥିବାରୁ ଏହା ଅନେକ ପରିବାର ପାଇଁ ଏକ ଭାରସାମ୍ୟହୀନ ଆର୍ଥିକ ବୋଝ ହୋଇପଡ଼ିଛି। ଯେଉଁ ଶିକ୍ଷାକୁ ଏକ ସୁଯୋଗ ଭାବେ ଦେଖାଯାଉଥିଲା, ସେହି ଶିକ୍ଷା ଏବେ ଅନେକଙ୍କ ପାଇଁ ମରୀଚିକା ତଥା ଅନିଶ୍ଚିତତାର ପଥ ହୋଇପଡ଼ିଛି। ୨୦୦୪ ରୁ ୨୦୨୩ ମଧ୍ୟରେ ପ୍ରତିବର୍ଷ ପ୍ରାୟ ୫୦ ଲକ୍ଷ ସ୍ନାତକ ସୃଷ୍ଟି ହେଉଥିବା ବେଳେ ନିଯୁକ୍ତିପ୍ରାପ୍ତ ସ୍ନାତକଙ୍କ ସଂଖ୍ୟା ପ୍ରାୟ ୨୮ ଲକ୍ଷରେ ସୀମିତ ରହିଛି। ସେମାନଙ୍କ ମଧ୍ୟରୁ କେବଳ ୧୭ ଲକ୍ଷ ବେତନଭୋଗୀ ଚାକିରି ପାଇପାରୁଛନ୍ତି। ଏହି ତଥ୍ୟଗୁଡ଼ିକ ଭାରତର ଶିକ୍ଷା ବ୍ୟବସ୍ଥା ଓ ନିଯୁକ୍ତି ବଜାର ମଧ୍ୟରେ ଗଭୀର ବିଚ୍ଛିନ୍ନତାକୁ ଉଜାଗର କରେ। ୨୦୨୩ ସୁଦ୍ଧା ୧୫ ରୁ ୨୯ ବର୍ଷ ବୟସର ଯୁବପିଢ଼ିଙ୍କ ସଂଖ୍ୟା ୩୬.୭ କୋଟି, ଯାହା କର୍ମଜୀବୀ ଜନସଂଖ୍ୟାର ଏକତୃତୀୟାଂଶ। ଏଥିରୁ ୨୬.୩ କୋଟି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁ ନଥିବା ସହ ଶ୍ରମ ବା କର୍ମଶକ୍ତିର ଅଂଶ ହୋଇଛନ୍ତି। ୨୦-୨୯ ବର୍ଷ ବୟସର ୬.୩ କୋଟି ସ୍ନାତକ ମଧ୍ୟରୁ ପ୍ରାୟ ୬୭% ବେକାର ଅଛନ୍ତି। ଏହା ୨୦୦୪ ର ୩୨% ଠାରୁ ଅଧିକ ବୃଦ୍ଧି। ୧୫-୨୫ ବର୍ଷ ବୟସର ସର୍ବକନିଷ୍ଠ ସ୍ନାତକମାନଙ୍କ ମଧ୍ୟରେ ବେକାରିର ହାର ପ୍ରାୟ ୪୦% । ଯୁବପିଢ଼ି ଚାକିରି ବିନା ଅଛନ୍ତି। ୨୫-୨୯ ବର୍ଷ ବର୍ଗରେ ମଧ୍ୟ ପ୍ରାୟ ୨୦% ବେକାର ଅଛନ୍ତି। ଏହା କେବଳ ଆର୍ଥିକ ସମସ୍ୟା ନୁହେଁ, ବରଂ ଏକ ସାମାଜିକ ସଙ୍କଟ, ଯେଉଁଠାରେ ଯୁବପିଢ଼ି ନିଜର ସମ୍ଭାବନାକୁ ପୂରଣ କରିପାରୁନାହାନ୍ତି।
ଘରୋଇ କ୍ଷେତ୍ରକୁ ଅନେକେ ନିଯୁକ୍ତି ସୃଷ୍ଟିର ପ୍ରମୁଖ ଉତ୍ସ ବୋଲି ଦେଖନ୍ତି। କିନ୍ତୁ ବାସ୍ତବରେ ନିଯୁକ୍ତି ସୃଷ୍ଟିକରିବାରେ ଏହାର କ୍ଷମତା ସୀମିତ। ବେସରକାରୀ କ୍ଷେତ୍ର ଯେତେଟି ଚାକିରି ସୃଷ୍ଟି କରେ, ତାଠାରୁ କେତେକ ସମୟରେ ଅଧିକ ଚାକିରି ସରକାରୀ କ୍ଷେତ୍ରରେ କମିଯାଏ। ବେସରକାରୀ କ୍ଷେତ୍ରର ଚାକିରି ସାଧାରଣତଃ ଅସ୍ଥାୟୀ, ଚୁକ୍ତିଭିତ୍ତିକ ଏବଂ କମ୍‌ ସୁରକ୍ଷିତ। ଏହା ଯୁବପିଢ଼ିଙ୍କ ଆଶା ଓ ସ୍ଥିର ଜୀବନର ସ୍ବପ୍ନ ସହ ସାମଞ୍ଜସ୍ୟ ରଖିପାରୁନାହିଁ। ଏହାର ବିପରୀତରେ ସରକାରୀ କ୍ଷେତ୍ର ଏକ ସ୍ଥିର ଓ ସୁରକ୍ଷିତ ନିଯୁକ୍ତି ଦେଇଥାଏ। ତଥାପି ନୀତି ନିର୍ଦ୍ଧାରକମାନେ ଏହାକୁ ଅନେକ ସମୟରେ କେବଳ ଆର୍ଥିକ ବୋଝ ବୋଲି ଦେଖନ୍ତି। ବିତ୍ତୀୟ ନିଅଣ୍ଟ କମାଇବା ପାଇଁ ସରକାରୀ ନିଯୁକ୍ତି କମାଇବାକୁ ସହଜ ଉପାୟ ଭାବେ ଧରାଯାଏ। କିନ୍ତୁ ଏହି ପ୍ରକାରର ନୀତି ଦୀର୍ଘକାଳରେ ଗମ୍ଭୀର ପରିଣାମ ଆଣିପାରେ। ସରକାରୀ କ୍ଷେତ୍ରରେ ନିଯୁକ୍ତି କହିଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ନିଯୁକ୍ତିକୁ ବୁଝାଏ । ବିଶ୍ୱ ବ୍ୟାଙ୍କର ବ୍ୟୁରୋକ୍ରାସି ଲାବର ତଥ୍ୟ ଓ ଲେଖା ଅନୁଯାୟୀ ସରକାରୀ କ୍ଷେତ୍ରରେ ନିଯୁକ୍ତିକୁ ସଙ୍କୁଚିତ କରିବା ପରିବର୍ତ୍ତେ ବୃଦ୍ଧି କରିବା ସହିତ ସେଥିପାଇଁ ଅଧିକ ନିବେଶ କରିବା ଲାଗି ଅତି କମ୍‌ରେ ତିନୋଟି ଦୃଢ଼ କାରଣ ଉପରେ ଆଲୋକପାତ କରେ। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ ଉଚ୍ଚ-ଆୟକାରୀ ଦେଶଗୁଡ଼ିକ ପ୍ରତି ୧,୦୦୦ ଲୋକଙ୍କ ପାଇଁ ହାରାହାରି ୮୭ଜଣ ସରକାରୀ କ୍ଷେତ୍ରର କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି, ଯାହା ଭାରତ ପରି ନିମ୍ନ-ଆୟକାରୀ ଦେଶଗୁଡ଼ିକରେ ହାରାହାରି ମାତ୍ର ୨୩ଜଣ। ଏହି ଅସମାନତା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତାକୁ ପ୍ରକାଶ କରେ । ଆର୍ଥିକ ବିକାଶ ସମତୁଲ ହେବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ସାର୍ବଜନୀନ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାର ଚାହିଦା ଅଧିକ ଭାବରେ ବୃଦ୍ଧି ପାଏ। ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି ବିନା ଏହି ସେବାଗୁଡ଼ିକର ଗୁଣବତ୍ତା ହ୍ରାସ ପାଏ ଏବଂ ଲୋକଙ୍କ ପାଖରେ ଅପହଞ୍ଚ ହୁଏ । ଯୁବପିଢ଼ି ଯାହା ଚାହୁଁଛନ୍ତି ତାହା ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ କାମ ନୁହେଁ, ବରଂ ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତି।
ମୋ:୯୪୩୭୨୦୮୭୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri