ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ ପୂରଣ ହେଲା ପରେ ତାକୁ ଭୋଗିବାକୁ ପଡ଼େ। ଜୀବନତମାମ ସେଇ ସ୍ବପ୍ନ ତାକୁ ଛଟପଟ କରେ। ସହଜରେ ବଞ୍ଚିବାକୁ ଦିଏନି। ମାନବ ଜୀବନର ଅବିରତ ଯାତ୍ରାର ଆଧାର ହେଉଛି ଆଶା, ଆକାଂକ୍ଷା ଓ ସ୍ବପ୍ନ। ଜୀବନରେ ସ୍ବପ୍ନ କେବଳ ଶୋଇଥିବା ବେଳେ ଦୃଶ୍ୟମାନ ନୁହେଁ, ଏହା ଆଶା, ଆକାଂକ୍ଷା ଓ ଭବିଷ୍ୟତର ଦିଗ୍‌ନିର୍ଦ୍ଦେଶ କରୁଥିବା ଏକ ଗଭୀର ମାନସିକ ପ୍ରକ୍ରିୟା। ସ୍ବପ୍ନ ମାନବ ମନର ଏକ ସ୍ବାଭାବିକ ଗୁଣ। ପ୍ରକାର ଭେଦରେ ସ୍ବପର ବିବିଧତା ରହିଥିଲେ ମଧ୍ୟ ଏହାକୁ ୨ ଭାଗରେ ବିଭକ୍ତ କରିପାରିବା। ଗୋଟିଏ ହେଉଛି ସାଧାରଣ ସ୍ବପ୍ନ ଓ ଅନ୍ୟଟି ମହାନ୍‌ ସ୍ବପ୍ନ। ସାଧାରଣ ସ୍ବପ୍ନ ସେଗୁଡ଼ିକ ଯାହା ବ୍ୟକ୍ତିଗତ ସୁଖ ସୁବିଧାକୁ ନିମନ୍ତ୍ରଣ କରେ। ଭଲ ଚାକିରି, ଭଲ ଘର, ଭଲ ପାତ୍ର, ଆରାମାଦାୟକ ଓ ସୁବିଧାଜନକ ଜୀବନ ଭଳି କିଛି ସ୍ବପ୍ନ ପ୍ରାୟ ପ୍ରତ୍ୟେକ ମଣିଷ ବୁଣିଥାଏ। ଏସବୁ ସ୍ବପ୍ନ ହୁଏତ ସୀମିତ ଓ ସ୍ବାର୍ଥପର ହୋଇପାରେ। କିନ୍ତୁ କେତେକେ ମହାନ୍‌ ସ୍ବପ୍ନ ବି ଦେଖନ୍ତି। ସମାଜ, ଦେଶ ଓ ମାନବଜାତିର କଲ୍ୟାଣ ହେଲା ଭଳି ସ୍ବପ୍ନ। ଏହି ସ୍ବପ୍ନଗୁଡ଼ିକର ପରିଣାମ ଅସୀମ। ଏସବୁ ଆଦୌ ବ୍ୟକ୍ତିଗତ ହୋଇପାରେନା। ସମଗ୍ର ସମାଜକୁ ଉନ୍ନତ କରେ ଓ ବିକାଶ ଯାତ୍ରାରେ ସାମିଲକରେ। ଏକଥାକୁ ଅନେକେ ସ୍ବୀକାର ନ କଲେ ବି କୁହାଯାଇପାରେ ଆଜିକାଲି ନେତାମାନେ ୨ ପ୍ରକାର ସ୍ବପ୍ନ ଦେଖନ୍ତି। ବେଶି ବ୍ୟକ୍ତିଗତ ଉନ୍ନତି ସମ୍ପର୍କିତ। କମ୍‌ ସାମାଜିକ କଲ୍ୟାଣ ପାଇଁ ଅଭିପ୍ରେତ। ଏହି କାରଣରୁ ରାଜନୀତି ଭ୍ରଷ୍ଟ ଓ କଳୁଷିତ ହୋଇପଡ଼ିଛି। ଏମାନଙ୍କ ପାଇଁ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼େ।
ଆଜିକାଲିର ସାଧାରଣ ବାପାମାଆମାନେ ସ୍ବପ୍ନ ଦେଖୁ ଦେଖୁ ଦୁଃଖକୁ କିଣି ଆଣନ୍ତି। ବାଲ୍ୟ ଅପେକ୍ଷା କିଶୋର ବୟସ ମଣିଷକୁ ବେଶି ସ୍ବପ୍ନଭୁକ୍‌ କରେ। ଭଲ ଚାକିରି ଓ ଗୋଟେ ସୁଖୀ ପାରିବାରିକ ଜୀବନର ନକ୍ସା ବୁଣେ ସେ। ସେଇ ଦିଗରେ ଅଗ୍ରସର ହୁଏ। ବାହାହୋଇ ଘରସଂସାର କରେ। ନିଜର ପୁଅ ଝିଅକୁ ବଡ଼ କରିବାର ସ୍ବପ୍ନରେ ମାତିଯାଏ। ଜୀବନର ସମସ୍ତ ଅର୍ଜିତ ଧନ ଓ ସମୟକୁ ପୁଞ୍ଜି ଭାବେ ତା’ ପଛରେ ଲଗାଇଦିଏ। ଛୋଟ ମନରେ ବଡ଼ ସ୍ବପ୍ନ ଦେଖାଇବାକୁ ଆଦୌ ହେଳା କରେନାହିଁ। ନିଜ ପିଲାଙ୍କୁ ତାଙ୍କ ଲକ୍ଷ୍ୟ ଦେଖାଇ ଦିଅନ୍ତି ବାପାମାଆ। ପିଲା ବି କେବେ ଅବହେଳା କରେନି। ସେ ଲାଗିପଡ଼େ। ଶୈଶବକୁ ମାରେ ନିଜ ହାତରେ। କିଶୋର ମନକୁ ସଂଯତ କରେ। ଯୁବ ସୁଲଭ ଉନ୍ମାଦନାକୁ ଚାପିଧରେ। ଗୋଟିଏ ପଥରେ ଆଗୁସାର ହୁଏ। ବାପାମାଆଙ୍କ ସ୍ବପ୍ନକୁ ପୂରଣକରିବା ଲାଗି ସାଧ୍ୟଠାରୁ ଆହୁରି ଅଧିକ ପ୍ରୟାସକରେ। ସେଇ ପ୍ରୟାସରେ ଅଧିକାଂଶ ସଫଳ ହୋଇଯାନ୍ତି। ପିଲା ଓ ପିତାମାତା ଉଭୟେ ଖୁସି ହୋଇଯାନ୍ତି। ପିଲା ଓ ଅଭିଭାବକ ସ୍ବପ୍ନ ପୂରଣରେ ବିଭୋର ହୁଅନ୍ତି। ବାପାମାଆଙ୍କ ପାଇଁ ଏଇ ଖୁସି ଯେମିତି ଅଳିିକ ଲାଗେ। ସ୍ବପ୍ନକୁ ପୂରଣ କରିଥିବା ପିଲାଟି ବାପାମାଆଙ୍କଠାରୁ ଦୂରରେ ଉଚ୍ଚ ପଦବୀରେ କାମ କରିବା ଆରମ୍ଭ କରେ। ସେ ପୁଣି ବାୟା ବସା ବାନ୍ଧିଲା ପରି ସ୍ବପ୍ନ ବୁଣେ। ସେ ସ୍ବପ୍ନରେ ହୁଏତ ବାପାମାଆଙ୍କ ସ୍ଥାନ ନ ଥାଏ। ନ ଥିବା ବି ସ୍ବାଭାବିକ। ମାଟି ଓ ଅଭିଭାବକଙ୍କଠାରୁ ପିଲାଟିର ଦୂରତା ଏତେ ବଢ଼ିଯାଏ ଯେ ପିଲାଟି ଆଉ ପଛକୁ ଫେରିବାକୁ ଚେଷ୍ଟା କରେନାହିଁ। ସେ ଆଗକୁ ହିଁ ବଢ଼େ। ନିଜ ପସନ୍ଦର ବାହାଘର। ଛୋଟ ସଂସାର ଓ ପଦବୀର ଭାର ଭିତରେ ଏମିତି ଧନ୍ଦି ହୁଏ ଯେ ଅଭିଭାବକଙ୍କ ବାସ୍ତବିକ ମନକୁ ପଢ଼ିବାକୁ ସେ ବେଳ ପାଏନାହିଁ। ଶଗଡ଼ଗୁଳାର ଜୀବନ ଭିତରୁ ସେ ବାହାରିପାରେନାହିଁ। ଗୋଟେ ପଟେ ସମସ୍ୟା ଭିତରେ ଥିବା ଆମ ଗାଁ ଓ ବୁଢ଼ା ବାପାମାଆ , ଆରପଟେ ପ୍ରାଚୁର୍ଯ୍ୟ, କ୍ଷମତା ଓ ଆରାମଦାୟକ ଜୀବନ ଭିତରୁ ସମୟ ତାକୁ ବାଛିବାକୁ ସୁଯୋଗ ଦିଏ। ଆଉ ସେ ଦ୍ୱିତୀୟ ଲାଭକୁ ଗ୍ରହଣକରେ। ବାପାମାଆଙ୍କ ଆଡୁ ମୁହଁ ମୋଡ଼ିଦିଏ। ସେଇଠି ବାପାମାଆ ସ୍ବପ୍ନର ପରିଣାମ ଭୋଗିବାକୁ ଆରମ୍ଭ କରନ୍ତି। ଆଉ ଶେଷ ପର୍ଯ୍ୟନ୍ତ ଭୋଗନ୍ତି । ନିଜ ପାଖରେ ଆଉ କେହି ଥିଲେ କେମିତି କେମିତି ଜୀବନ ସରିଯାଏ। କେହି ଯଦି ନ ଥାନ୍ତିି ଜୀବନ ସରେନି। ଦିନ କଟେନି। ସେଇଠି ବାପାମାଆ ପରସ୍ପର ପିଲା ଉପରେ ଦୋଷ ଦେବା ଆରମ୍ଭ କରନ୍ତି। ଅସଲରେ ନିଜର ସ୍ବପ୍ନ ପାଇଁ ନିଜେ ଭୋଗୁଥିବା କଥାକୁ ଭୁଲିଯାନ୍ତି। ଏକଥା ବି କେହି କହିପାରନ୍ତି ପିଲାଙ୍କୁ ଭଲ ପାଠ ପଢ଼ାଇବା କ’ଣ ସତରେ ଭୁଲ୍‌? ଉତ୍ତର ତ ବାସ୍ତବରେ ଆଦୌ ନୁହେଁ। କିନ୍ତୁ ସ୍ବପ୍ନ ବୁଣିବା ଆଗରୁ ତା’ର ପରିଣାମ ବିଷୟରେ ନ ଭାବି ଆଗକୁ ବଢ଼ିବା ନିଶ୍ଚିତ ଭୁଲ୍‌ ବୋଲି କୁହାଯାଇପାରେ। ଏକଥା ସତ୍ୟ ଯେ ପିଲାମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭିତରେ ଥିବା ଫରକକୁ ଏତେ ଶିକ୍ଷିତ ହୋଇ ବି ବୁଝି ପାରନ୍ତିନି। ଏଥିପାଇଁ ଆଜିର ଭାରତୀୟ ସଭ୍ୟତାର ବୟସ୍କମାନେ ନିଜର ସ୍ବପ୍ନର ପରିଣାମକୁ ଭୋଗୁଛନ୍ତି ନିତି ଓ କର୍ମକୁ ନିନ୍ଦୁଛନ୍ତି।
ସ୍ବପ୍ନର ପରିଣାମ ଓ ବାସ୍ତବତା ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ଯଦି ସ୍ବପ୍ନ ବାସ୍ତବତାରୁ ଅତ୍ୟଧିକ ଦୂର ହୋଇଯାଏ, ତେବେ ତାହା ନିରାଶାକୁ ଜନ୍ମ ଦେଇପାରେ। ସେଥିପାଇଁ ସ୍ବପ୍ନ ଦେଖିବା ସହ ସେଗୁଡ଼ିକୁ ପୂରଣ କରିବାର ପ୍ରାରମ୍ଭିକ ଯୋଜନା ଓ ପଦକ୍ଷେପ ଆବଶ୍ୟକ। ସ୍ବପ୍ନର ସମ୍ଭାବ୍ୟ ପରିଣାମ ଓ ବାସ୍ତବତା ସହ ସମନ୍ବୟ ନ ରହିଲେ ଏହା ମନୋସାମାଜିକ ଚାପ ଓ ନିରାଶାର କାରଣ ହୋଇପାରେ। ଏତଦ୍‌ଭିନ୍ନ ସବୁ ସ୍ବପ୍ନର ପରିଣାମ ମନୁଷ୍ୟର ମୂଲ୍ୟବୋଧ ଓ ନୀତିବୋଧ ସହ ଜଡ଼ିତ। ସ୍ବପ୍ନ ଅନ୍ୟମାନଙ୍କୁ କ୍ଷତିକରି ନିଜକୁ ସଫଳତା ମିଳେ। ତେବେ ସେହି ସ୍ବପ୍ନର ପରିଣାମ ଯେତେ ବଡ଼ ଦେଖାଯାଉନା କାହିଁକି ତାହା ନୀତିଗତ ଭାବେ ଛୋଟ ହୋଇଯାଏ। କିନ୍ତୁ ଯେଉଁ ସ୍ବପ୍ନ ମାନବତା, ସହଯୋଗ ଓ ସେବା ଉପରେ ଆଧାରିତ, ସେଗୁଡ଼ିକ ଯଥାର୍ଥରେ ସବୁବେଳେ ବଡ଼ ଓ ମୂଲ୍ୟବାନ୍‌। ତେଣୁ ସାମାଜିକ ଜୀବନରେ ଖୋଲା ଆଖିରେ ଦେଖୁଥିବା ସ୍ବପ୍ନ କିମ୍ବା ରାଜନୀତିରେ ଅଧୁରା ସ୍ବପ୍ନ ପୂରଣର ପରିଣାମ ସମ୍ପର୍କରେ ପ୍ରଥମେ ଅବଗତ ହେବା ଆବଶ୍ୟକ। ସ୍ବପ୍ନରେ ଭୋଗ ଅପେକ୍ଷା ଭୋଗିବାର ସମ୍ଭାବନା ଅଧିକ ଥିଲେ ସ୍ବପ୍ନ ପରିହାର୍ଯ୍ୟ। ଏମିତି ସ୍ବପ୍ନ ଦେଖିବା ଯାହା କେବଳ ନିଜକୁ ନୁହେଁ, ଅନ୍ୟକୁ ବି ଉନ୍ନତ ଓ ସୁଖଦେଇପାରିବ। ସୁତରାଂ ସ୍ବପ୍ନ ବଡ଼, ଉଦାର ଓ ନୀତିମୂଳକ ହେଲେ ଯାଇ ସ୍ବପ୍ନ ସତ୍ୟ ଓ ସାର୍ଥକ ହୋଇପାରିବ।
ଇନ୍ଦିରା ନଗର, ରାୟଗଡା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri