ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ ପୂରଣ ହେଲା ପରେ ତାକୁ ଭୋଗିବାକୁ ପଡ଼େ। ଜୀବନତମାମ ସେଇ ସ୍ବପ୍ନ ତାକୁ ଛଟପଟ କରେ। ସହଜରେ ବଞ୍ଚିବାକୁ ଦିଏନି। ମାନବ ଜୀବନର ଅବିରତ ଯାତ୍ରାର ଆଧାର ହେଉଛି ଆଶା, ଆକାଂକ୍ଷା ଓ ସ୍ବପ୍ନ। ଜୀବନରେ ସ୍ବପ୍ନ କେବଳ ଶୋଇଥିବା ବେଳେ ଦୃଶ୍ୟମାନ ନୁହେଁ, ଏହା ଆଶା, ଆକାଂକ୍ଷା ଓ ଭବିଷ୍ୟତର ଦିଗ୍‌ନିର୍ଦ୍ଦେଶ କରୁଥିବା ଏକ ଗଭୀର ମାନସିକ ପ୍ରକ୍ରିୟା। ସ୍ବପ୍ନ ମାନବ ମନର ଏକ ସ୍ବାଭାବିକ ଗୁଣ। ପ୍ରକାର ଭେଦରେ ସ୍ବପର ବିବିଧତା ରହିଥିଲେ ମଧ୍ୟ ଏହାକୁ ୨ ଭାଗରେ ବିଭକ୍ତ କରିପାରିବା। ଗୋଟିଏ ହେଉଛି ସାଧାରଣ ସ୍ବପ୍ନ ଓ ଅନ୍ୟଟି ମହାନ୍‌ ସ୍ବପ୍ନ। ସାଧାରଣ ସ୍ବପ୍ନ ସେଗୁଡ଼ିକ ଯାହା ବ୍ୟକ୍ତିଗତ ସୁଖ ସୁବିଧାକୁ ନିମନ୍ତ୍ରଣ କରେ। ଭଲ ଚାକିରି, ଭଲ ଘର, ଭଲ ପାତ୍ର, ଆରାମାଦାୟକ ଓ ସୁବିଧାଜନକ ଜୀବନ ଭଳି କିଛି ସ୍ବପ୍ନ ପ୍ରାୟ ପ୍ରତ୍ୟେକ ମଣିଷ ବୁଣିଥାଏ। ଏସବୁ ସ୍ବପ୍ନ ହୁଏତ ସୀମିତ ଓ ସ୍ବାର୍ଥପର ହୋଇପାରେ। କିନ୍ତୁ କେତେକେ ମହାନ୍‌ ସ୍ବପ୍ନ ବି ଦେଖନ୍ତି। ସମାଜ, ଦେଶ ଓ ମାନବଜାତିର କଲ୍ୟାଣ ହେଲା ଭଳି ସ୍ବପ୍ନ। ଏହି ସ୍ବପ୍ନଗୁଡ଼ିକର ପରିଣାମ ଅସୀମ। ଏସବୁ ଆଦୌ ବ୍ୟକ୍ତିଗତ ହୋଇପାରେନା। ସମଗ୍ର ସମାଜକୁ ଉନ୍ନତ କରେ ଓ ବିକାଶ ଯାତ୍ରାରେ ସାମିଲକରେ। ଏକଥାକୁ ଅନେକେ ସ୍ବୀକାର ନ କଲେ ବି କୁହାଯାଇପାରେ ଆଜିକାଲି ନେତାମାନେ ୨ ପ୍ରକାର ସ୍ବପ୍ନ ଦେଖନ୍ତି। ବେଶି ବ୍ୟକ୍ତିଗତ ଉନ୍ନତି ସମ୍ପର୍କିତ। କମ୍‌ ସାମାଜିକ କଲ୍ୟାଣ ପାଇଁ ଅଭିପ୍ରେତ। ଏହି କାରଣରୁ ରାଜନୀତି ଭ୍ରଷ୍ଟ ଓ କଳୁଷିତ ହୋଇପଡ଼ିଛି। ଏମାନଙ୍କ ପାଇଁ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼େ।
ଆଜିକାଲିର ସାଧାରଣ ବାପାମାଆମାନେ ସ୍ବପ୍ନ ଦେଖୁ ଦେଖୁ ଦୁଃଖକୁ କିଣି ଆଣନ୍ତି। ବାଲ୍ୟ ଅପେକ୍ଷା କିଶୋର ବୟସ ମଣିଷକୁ ବେଶି ସ୍ବପ୍ନଭୁକ୍‌ କରେ। ଭଲ ଚାକିରି ଓ ଗୋଟେ ସୁଖୀ ପାରିବାରିକ ଜୀବନର ନକ୍ସା ବୁଣେ ସେ। ସେଇ ଦିଗରେ ଅଗ୍ରସର ହୁଏ। ବାହାହୋଇ ଘରସଂସାର କରେ। ନିଜର ପୁଅ ଝିଅକୁ ବଡ଼ କରିବାର ସ୍ବପ୍ନରେ ମାତିଯାଏ। ଜୀବନର ସମସ୍ତ ଅର୍ଜିତ ଧନ ଓ ସମୟକୁ ପୁଞ୍ଜି ଭାବେ ତା’ ପଛରେ ଲଗାଇଦିଏ। ଛୋଟ ମନରେ ବଡ଼ ସ୍ବପ୍ନ ଦେଖାଇବାକୁ ଆଦୌ ହେଳା କରେନାହିଁ। ନିଜ ପିଲାଙ୍କୁ ତାଙ୍କ ଲକ୍ଷ୍ୟ ଦେଖାଇ ଦିଅନ୍ତି ବାପାମାଆ। ପିଲା ବି କେବେ ଅବହେଳା କରେନି। ସେ ଲାଗିପଡ଼େ। ଶୈଶବକୁ ମାରେ ନିଜ ହାତରେ। କିଶୋର ମନକୁ ସଂଯତ କରେ। ଯୁବ ସୁଲଭ ଉନ୍ମାଦନାକୁ ଚାପିଧରେ। ଗୋଟିଏ ପଥରେ ଆଗୁସାର ହୁଏ। ବାପାମାଆଙ୍କ ସ୍ବପ୍ନକୁ ପୂରଣକରିବା ଲାଗି ସାଧ୍ୟଠାରୁ ଆହୁରି ଅଧିକ ପ୍ରୟାସକରେ। ସେଇ ପ୍ରୟାସରେ ଅଧିକାଂଶ ସଫଳ ହୋଇଯାନ୍ତି। ପିଲା ଓ ପିତାମାତା ଉଭୟେ ଖୁସି ହୋଇଯାନ୍ତି। ପିଲା ଓ ଅଭିଭାବକ ସ୍ବପ୍ନ ପୂରଣରେ ବିଭୋର ହୁଅନ୍ତି। ବାପାମାଆଙ୍କ ପାଇଁ ଏଇ ଖୁସି ଯେମିତି ଅଳିିକ ଲାଗେ। ସ୍ବପ୍ନକୁ ପୂରଣ କରିଥିବା ପିଲାଟି ବାପାମାଆଙ୍କଠାରୁ ଦୂରରେ ଉଚ୍ଚ ପଦବୀରେ କାମ କରିବା ଆରମ୍ଭ କରେ। ସେ ପୁଣି ବାୟା ବସା ବାନ୍ଧିଲା ପରି ସ୍ବପ୍ନ ବୁଣେ। ସେ ସ୍ବପ୍ନରେ ହୁଏତ ବାପାମାଆଙ୍କ ସ୍ଥାନ ନ ଥାଏ। ନ ଥିବା ବି ସ୍ବାଭାବିକ। ମାଟି ଓ ଅଭିଭାବକଙ୍କଠାରୁ ପିଲାଟିର ଦୂରତା ଏତେ ବଢ଼ିଯାଏ ଯେ ପିଲାଟି ଆଉ ପଛକୁ ଫେରିବାକୁ ଚେଷ୍ଟା କରେନାହିଁ। ସେ ଆଗକୁ ହିଁ ବଢ଼େ। ନିଜ ପସନ୍ଦର ବାହାଘର। ଛୋଟ ସଂସାର ଓ ପଦବୀର ଭାର ଭିତରେ ଏମିତି ଧନ୍ଦି ହୁଏ ଯେ ଅଭିଭାବକଙ୍କ ବାସ୍ତବିକ ମନକୁ ପଢ଼ିବାକୁ ସେ ବେଳ ପାଏନାହିଁ। ଶଗଡ଼ଗୁଳାର ଜୀବନ ଭିତରୁ ସେ ବାହାରିପାରେନାହିଁ। ଗୋଟେ ପଟେ ସମସ୍ୟା ଭିତରେ ଥିବା ଆମ ଗାଁ ଓ ବୁଢ଼ା ବାପାମାଆ , ଆରପଟେ ପ୍ରାଚୁର୍ଯ୍ୟ, କ୍ଷମତା ଓ ଆରାମଦାୟକ ଜୀବନ ଭିତରୁ ସମୟ ତାକୁ ବାଛିବାକୁ ସୁଯୋଗ ଦିଏ। ଆଉ ସେ ଦ୍ୱିତୀୟ ଲାଭକୁ ଗ୍ରହଣକରେ। ବାପାମାଆଙ୍କ ଆଡୁ ମୁହଁ ମୋଡ଼ିଦିଏ। ସେଇଠି ବାପାମାଆ ସ୍ବପ୍ନର ପରିଣାମ ଭୋଗିବାକୁ ଆରମ୍ଭ କରନ୍ତି। ଆଉ ଶେଷ ପର୍ଯ୍ୟନ୍ତ ଭୋଗନ୍ତି । ନିଜ ପାଖରେ ଆଉ କେହି ଥିଲେ କେମିତି କେମିତି ଜୀବନ ସରିଯାଏ। କେହି ଯଦି ନ ଥାନ୍ତିି ଜୀବନ ସରେନି। ଦିନ କଟେନି। ସେଇଠି ବାପାମାଆ ପରସ୍ପର ପିଲା ଉପରେ ଦୋଷ ଦେବା ଆରମ୍ଭ କରନ୍ତି। ଅସଲରେ ନିଜର ସ୍ବପ୍ନ ପାଇଁ ନିଜେ ଭୋଗୁଥିବା କଥାକୁ ଭୁଲିଯାନ୍ତି। ଏକଥା ବି କେହି କହିପାରନ୍ତି ପିଲାଙ୍କୁ ଭଲ ପାଠ ପଢ଼ାଇବା କ’ଣ ସତରେ ଭୁଲ୍‌? ଉତ୍ତର ତ ବାସ୍ତବରେ ଆଦୌ ନୁହେଁ। କିନ୍ତୁ ସ୍ବପ୍ନ ବୁଣିବା ଆଗରୁ ତା’ର ପରିଣାମ ବିଷୟରେ ନ ଭାବି ଆଗକୁ ବଢ଼ିବା ନିଶ୍ଚିତ ଭୁଲ୍‌ ବୋଲି କୁହାଯାଇପାରେ। ଏକଥା ସତ୍ୟ ଯେ ପିଲାମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭିତରେ ଥିବା ଫରକକୁ ଏତେ ଶିକ୍ଷିତ ହୋଇ ବି ବୁଝି ପାରନ୍ତିନି। ଏଥିପାଇଁ ଆଜିର ଭାରତୀୟ ସଭ୍ୟତାର ବୟସ୍କମାନେ ନିଜର ସ୍ବପ୍ନର ପରିଣାମକୁ ଭୋଗୁଛନ୍ତି ନିତି ଓ କର୍ମକୁ ନିନ୍ଦୁଛନ୍ତି।
ସ୍ବପ୍ନର ପରିଣାମ ଓ ବାସ୍ତବତା ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ଯଦି ସ୍ବପ୍ନ ବାସ୍ତବତାରୁ ଅତ୍ୟଧିକ ଦୂର ହୋଇଯାଏ, ତେବେ ତାହା ନିରାଶାକୁ ଜନ୍ମ ଦେଇପାରେ। ସେଥିପାଇଁ ସ୍ବପ୍ନ ଦେଖିବା ସହ ସେଗୁଡ଼ିକୁ ପୂରଣ କରିବାର ପ୍ରାରମ୍ଭିକ ଯୋଜନା ଓ ପଦକ୍ଷେପ ଆବଶ୍ୟକ। ସ୍ବପ୍ନର ସମ୍ଭାବ୍ୟ ପରିଣାମ ଓ ବାସ୍ତବତା ସହ ସମନ୍ବୟ ନ ରହିଲେ ଏହା ମନୋସାମାଜିକ ଚାପ ଓ ନିରାଶାର କାରଣ ହୋଇପାରେ। ଏତଦ୍‌ଭିନ୍ନ ସବୁ ସ୍ବପ୍ନର ପରିଣାମ ମନୁଷ୍ୟର ମୂଲ୍ୟବୋଧ ଓ ନୀତିବୋଧ ସହ ଜଡ଼ିତ। ସ୍ବପ୍ନ ଅନ୍ୟମାନଙ୍କୁ କ୍ଷତିକରି ନିଜକୁ ସଫଳତା ମିଳେ। ତେବେ ସେହି ସ୍ବପ୍ନର ପରିଣାମ ଯେତେ ବଡ଼ ଦେଖାଯାଉନା କାହିଁକି ତାହା ନୀତିଗତ ଭାବେ ଛୋଟ ହୋଇଯାଏ। କିନ୍ତୁ ଯେଉଁ ସ୍ବପ୍ନ ମାନବତା, ସହଯୋଗ ଓ ସେବା ଉପରେ ଆଧାରିତ, ସେଗୁଡ଼ିକ ଯଥାର୍ଥରେ ସବୁବେଳେ ବଡ଼ ଓ ମୂଲ୍ୟବାନ୍‌। ତେଣୁ ସାମାଜିକ ଜୀବନରେ ଖୋଲା ଆଖିରେ ଦେଖୁଥିବା ସ୍ବପ୍ନ କିମ୍ବା ରାଜନୀତିରେ ଅଧୁରା ସ୍ବପ୍ନ ପୂରଣର ପରିଣାମ ସମ୍ପର୍କରେ ପ୍ରଥମେ ଅବଗତ ହେବା ଆବଶ୍ୟକ। ସ୍ବପ୍ନରେ ଭୋଗ ଅପେକ୍ଷା ଭୋଗିବାର ସମ୍ଭାବନା ଅଧିକ ଥିଲେ ସ୍ବପ୍ନ ପରିହାର୍ଯ୍ୟ। ଏମିତି ସ୍ବପ୍ନ ଦେଖିବା ଯାହା କେବଳ ନିଜକୁ ନୁହେଁ, ଅନ୍ୟକୁ ବି ଉନ୍ନତ ଓ ସୁଖଦେଇପାରିବ। ସୁତରାଂ ସ୍ବପ୍ନ ବଡ଼, ଉଦାର ଓ ନୀତିମୂଳକ ହେଲେ ଯାଇ ସ୍ବପ୍ନ ସତ୍ୟ ଓ ସାର୍ଥକ ହୋଇପାରିବ।
ଇନ୍ଦିରା ନଗର, ରାୟଗଡା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?