ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି; ଯେଉଁଥିରେ ଦୁଇ କର୍ତ୍ତୃପକ୍ଷ ଗୋଟିଏ ପଦବୀରେ ଜଡ଼ିତ ହୋଇ ବିବାଦୀୟ ହୋଇଛନ୍ତି ଏବଂ ସେଥିରେ କୌଣସି ସ୍ପଷ୍ଟତା ବି ନାହିଁ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଜଣେ ନୂତନ ଡିଜିପି ଦାୟିତ୍ୱ ଗ୍ରହଣ କଲେ ଏବଂ ତୁରନ୍ତ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ଡାଇରେକ୍ଟୋରେଟ ଅଫ୍‌ ଭିଜିଲାନ୍ସ ଆଣ୍ଡ୍‌ ଆଣ୍ଟିକରପ୍‌ଶନ(ଡିଭିଏସିି)ର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କଲେ। କିଛି ଘଣ୍ଟା ପରେ ସ୍ବରାଷ୍ଟ୍ର ସଚିବ ହସ୍ତକ୍ଷେପ କରି ସମାନ ଦାୟିତ୍ୱରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେଲେ। ସେହିଦିନ ତାମିଲନାଡୁ ସରକାର ଦୁଇଟି ନିର୍ଦ୍ଦେଶ ଦେଇଥିଲେ। ନିଶ୍ଚିତ ଭାବରେ ନିର୍ବାଚନ କମିଶନଙ୍କ ପ୍ରାରମ୍ଭିକ ବଦଳି ଅଧ୍ୟାୟକୁ ଏପାଖସେପାଖ କରିଦେଇଥିଲା। ସମାନ ଦାୟିତ୍ୱ ପାଇଁ ନିଯୁକ୍ତି ଦେବା ଏବଂ ତା’ପରେ ପ୍ରତ୍ୟାହାର କରିବା ଦେଖାଯାଇଛି। ଡିଜିପି ସମ୍ଭବତଃ ପ୍ରଥମ ଚିଠି ପଢ଼ିଥିବେ; ଗୃହ ସଚିବ ବି ଦେଖିଥିବେ। ଏହା କୌଣସି ବିବାଦର କଥା ନୁହେଁ, ବରଂ ଏହା ଅମଲାତନ୍ତ୍ରିକ ଦ୍ୱନ୍ଦ୍ୱ। ଡିଭିଏସି କୌଣସି ଏକ ଭିନ୍ନ ବିଭାଗ ନୁହେଁ; ଏହା ରାଜ୍ୟର ଦୁର୍ନୀତି ବିରୋଧୀ କେନ୍ଦ୍ର। ଏହା ଉପରେ ନିୟନ୍ତ୍ରଣ କରିବା ଅର୍ଥ ଏହାର ରଣନୀତିକ ଲାଭ ଉପରେ ଗୁରୁତ୍ୱ ଦେବା। ଆମେ ପୂର୍ବରୁ ବିଶେଷକରି ନିର୍ବାଚନ ସମୟରେ ଏହି ପ୍ରକାରର ଘଟଣା ବି ଦେଖିଛୁ, ଯେଉଁଥିରେ କର୍ତ୍ତୃପକ୍ଷ ପୂର୍ବସ୍ଥିତିକୁ ଫେରିଯାଇଥାଏ, ବ୍ୟବସ୍ଥା ନୂଆ ପଦକ୍ଷେପ ନେଇଥାଏ । ଏହାକୁ ଏକ ଦୁଇ ପକ୍ଷର ବିବାଦ କୁହନ୍ତୁ କିମ୍ବା ଏକ ପ୍ରକ୍ରିୟାଗତ ତ୍ରୁଟି କୁହନ୍ତୁ ବା କେବଳ ପ୍ରଶାସନିକ ରଙ୍ଗମଞ୍ଚ କୁହନ୍ତୁ, ଯାହା ବି ହେଉ କୌଣସି ପ୍ରକାରେ ଏହା ସୂଚିତ କରିଦିଏ ଯେ, ଭାରତୀୟ ବ୍ୟବସ୍ଥାରେ ଅସ୍ପଷ୍ଟତା ବା ଦ୍ୱନ୍ଦ୍ୱ କୌଣସି ଚିନ୍ତାର ବିଷୟ ନୁହେଁ, ବରଂ ଏହା ପ୍ରାୟତଃ ତାହାର ଏକ ବୈଶିଷ୍ଟ୍ୟ ବା ପ୍ରମୁଖ ଗୁଣ।
ଆଇଏଏସ୍‌ ଛାଡ଼ିବା କଷ୍ଟକର
ଆମକୁ ପ୍ରାୟତଃ କୁହାଯାଏ ଯେ ଆଇଏଏସ୍‌ ଛାଡ଼ିବା ଏକ ସାହସିକ କାର୍ଯ୍ୟ। ହେଲେ ଅଖିଳ ଭାରତୀୟ ସେବା ନିୟମ ଅନୁଯାୟୀ, ସରକାର ଜଣେ ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫାକୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ତାହା କେବଳ ଏକ ପ୍ରସ୍ତାବ ରୂପେ ବିବେଚିତ ହୋଇଥାଏ। ଇସ୍ତଫା ଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଅର୍ଥାତ୍‌ ଜଣେ ଇସ୍ତଫା ଦେଇପାରିବେ ଏବଂ ମାସ ମାସ ବର୍ଷ ବର୍ଷ ଧରି ବି ସେବାରେ ରହିପାରିବେ। କେନ୍ଦ୍ର ଇସ୍ତଫା ଅନୁରୋଧ ଉପରେ ବିଚାର କରିବା ପୂର୍ବରୁ, ରାଜ୍ୟ କ୍ୟାଡର ବକେୟା ଦେୟ, ଭିଜିଲାନ୍ସ ସ୍ଥିତି ଏବଂ ଶୃଙ୍ଖଳାଗତ ମାମଲା ଉପରେ ଯାଞ୍ଚ ଆରମ୍ଭ କରିଦିଏ। ଯଦି ବଳମ୍ବ ହୁଏ, ତେବେ ଇସ୍ତଫାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇପାରିବ। ନଚେତ୍‌, ଫାଇଲ ଦୀର୍ଘଦିନ ଧରି ଗତିକରେ ଏବଂ ଆଇଏଏସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ହିଁ ଚୂଡ଼ାନ୍ତ କର୍ତ୍ତୃପକ୍ଷ। ଯଦି ସରକାର ବିଶ୍ୱାସ କରନ୍ତି ଯେ ଆପଣଙ୍କ ପ୍ରସ୍ଥାନ ଅସୁବିଧାଜନକ କିମ୍ବା କଷ୍ଟକର, ତେବେ ପ୍ରଶାସନିକ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରିପାରିବେ। କାନ୍ନନ ଗୋପୀନାଥନଙ୍କ ଇସ୍ତଫା ଅନେକ ବର୍ଷ ଧରି ଗ୍ରହଣ କରାଯାଇନାହିଁ ବୋଲି ଜଣାପଡ଼ିଛି। ସେ ଅନିଶ୍ଚିତତାରେ ଅଛନ୍ତି। ଶାହ ଫୈସଲଙ୍କ ଇସ୍ତଫା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇ ନ ଥିବାରୁ ସେ ଚାକିରିକୁ ଫେରିପାରିଲେ। ଏଥିରେ ଏକ ଆର୍ଥିକ କ୍ଷତି ମଧ୍ୟ ଅଛି। ସ୍ବେଚ୍ଛାକୃତ ଅବସର ପରି ନୁହେଁ, ଇସ୍ତଫା ଦେବା ଅର୍ଥ ସମ୍ପୂର୍ଣ୍ଣ ଭାବରେ ପେନ୍‌ସନ ଲାଭ ହରାଇବା। ସରକାର ଅନିଶ୍ଚିତତା ଏବଂ ପ୍ରସ୍ଥାନକୁ ପସନ୍ଦ କରନ୍ତି ନାହିଁ। ଆଇଏଏସ୍‌ରେ ପ୍ରବେଶ କରିବା ବହୁତ କଷ୍ଟକର ଏବଂ ସେଥିରୁ ବାହାରିବା ଅତି କଷ୍ଟକର ହୋଇପାରେ।
ଦୁର୍ନୀତି ଓ ଅର୍ଥନୀତି
ଯେତେବେଳେ ଏକ ନୂତନ ଦୁର୍ନୀତି ମାମଲା ସାମ୍ନାକୁ ଆସେ ସେତେବେଳେ ସାଧାରଣ ପ୍ରତିକ୍ରିୟା ପ୍ରକାଶ ପାଇଥାଏ। ତା’ପରେ ତଥ୍ୟ ଓ ଆର୍ଥିକ ପରିମାଣ ସାମ୍ନାକୁ ଆସେ। ଜଳ ଜୀବନ ମିଶନ ଦୁର୍ନୀତିରେ ସୁବୋଧ ଅଗ୍ରୱାଲଙ୍କ ମାମଲାରେ ୯୦୦ କୋଟି ଟଙ୍କାରୁ ଅଧିକ ହେବାରେ ଲାଗିଛି। କିନ୍ତୁ ଯେଉଁମାନେ ଏହି ବିଷୟରେ ଜାଣିଛନ୍ତି, ସେମାନେ କହନ୍ତି ଯେ, ଏକ ଘୋଟାଲାର ପ୍ରକୃତ ଆଥିର୍ର୍କ ପରିମାଣ କେବେ ବି ସମ୍ପୂର୍ଣ୍ଣ ଭାବରେ ସୂଚିତ ହୁଏ ନାହିଁ। ଟଙ୍କା ଅଦୃଶ୍ୟ ହୁଏ ନାହିଁ । କିନ୍ତୁ ପ୍ରାୟତଃ ଏକ ଶୃଙ୍ଖଳ ମାଧ୍ୟମରେ ଗତି କରେ ଯାହା ସନ୍ଦେହଜନକ ମନେହୁଏ। ଗୋଟିଏ ସମୟରେ ଆମେ ୯୦୦ କୋଟି ଟଙ୍କା ଠକେଇ କିପରି ହେଲା ତାହା ପଚାରିବା ବନ୍ଦ କରିଦେଉ ଏବଂ ପଚାରିବା ଆରମ୍ଭ କରୁ ଯେ ଏପରି କେତେ ହେଉଛି। ଏ ସମ୍ପର୍କରେ କେବେ କି ଆଉ ଖବର ପ୍ରକାଶ ପାଏନାହିଁ। ଦୁର୍ନୀତିକୁ ନେଇ ଆମେ ଭାବୁ ଯେ, ଏହା ପ୍ରଚ୍ଛଦରେ ଅର୍ଥ ବ୍ୟବସ୍ଥା କ୍ଷତିର କୌଣସି ସମ୍ପର୍କ ନାହିଁ । ପାଣି ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏକ ଯୋଜନାରେ ପାଣ୍ଠି ଶୀଘ୍ର ଯୋଗାଇ ଦିଆଯାଉଛି। ଗାଁଗୁଡ଼ିକରେ ଜଳ ଯୋଗାଣକୁ ଲୋକେ ଚାହଁି ବସିଛନ୍ତି ହେଲେ ବ୍ୟବସ୍ଥା ତାହା ପୂରଣ କରିପାରୁନାହିଁ। ସ୍ପଷ୍ଟ ଭାବରେ, ଦୁର୍ନୀତି ଅର୍ଥନୀତି ସହିତ ଗଭୀର ଭାବରେ ଜଡ଼ିତ। ମୋଟ ଆର୍ଥିକ ପରିମାଣକୁ ଯେତେବେଳେ ଏକତ୍ରିତ କରାଯାଏ, ସେତେବେଳେ କମ କ୍ଷତି ବୋଲି ମନେକରୁ, କିନ୍ତୁ ଜିଡିପିର କ୍ଷତିକୁ ଗଣନାକୁ ନେଉ ନାହଁୁ, ଯାହା ବାସ୍ତବରେ ଘଟିଥାଏ।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri