ନବଗଠିତ ଲୋଇସିଂହା ଏନଏସିରେ ଟେଣ୍ଡର ଫିକ୍ସିଂ ଅଭିଯୋଗ: ଲୁଚାଛପାରେ….

ଲୋଇସିଂହା,୧୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲାର ନବଗଠିତ ଲୋଇସିଂହା ଏନଏସିରେ ସଫେଇ କାମ ଓ ଉପକରଣ ଯୋଗାଣରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହେଉଛି। ଗତ ଫେବୃୟାରୀ ୨୫ ତାରିଖରେ ଲୋଇସିଂହା ଏନଏସିର ଅସ୍ଥାୟୀ କାର୍ଯ୍ୟାଳୟକୁ ଆଭାସି ମାଧ୍ୟମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିଲେ। ସେହି ସମୟରେ ଏଠାରେ ଉପଜିଲାପାଳ ଆଲୋକ ପଟେଲ ଉପସ୍ଥିତ ଥିଲେ। ଲୋଇସିଂହା ବିଡିଓ ଅକ୍ଷୟ ପାଣି ଉଦ୍ଦୁ ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ନବଗଠିତ ଲୋଇସିଂହା ଏନଏସି ଅଞ୍ଚଳରେ ପ୍ରଥମ ଦଫାରେ ମାର୍ଚ୍ଚ ୧୯ ତାରିଖରେ ଏନଏସି ପକ୍ଷରୁ ସଫେଇ ଓ ଉପକରଣ ଯୋଗାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୬ ଅପରାହ୍ନ ୫ଟା ସୁଦ୍ଧା ରଖାଯାଇଥିଲା। ପ୍ରାପ୍ତ ଟେଣ୍ଡରଗୁଡିକୁ ସେହି ମାସ ୩୦ ତାରିଖ ଅପରାହ୍ନ ୩ଟାରେ ଖୋଲାଯିବ ବୋଲି କୁହାଯାଇଥିଲା ା ଟେଣ୍ଡର ପେପର ମୂଲ୍ୟ ଜିଏସଟି ସହିତ ୫୯ ହଜାର ଟଙ୍କା ନିର୍ଦ୍ଧାରିତ ହୋଇଥିଲା। ସଫେଇ କାମ ପାଇଁ ପ୍ରତି ମାସରେ ପ୍ରାୟ ୧୩ ଲକ୍ଷ ୯୦ ହଜାର ୪୨୨ ଟଙ୍କା ନିର୍ଦ୍ଧାରିତ ହୋଇଛି ା ଚୁକ୍ତି ସମୟ ସୀମା ୩ ବର୍ଷ ରହିଛି। ଟେଣ୍ଡରରେ ଭାଗ ନେବା ପାଇଁ ୩୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏହାସହିତ ଟେଣ୍ଡର ପାଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସିକ୍ୟୁରିଟି ବାବଦକୁ ପଇଠ କରିବାକୁ କୁହାଯାଇଥିଲା ା ଏହାପୂର୍ବରୁ ୨୪ ମାର୍ଚ୍ଚରେ ବିଡିଓ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉଦ୍ଦୁ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢୀ, ବିଏଫଓ ସଚିଦାନନ୍ଦ ଭୂଏ, ଏମଆଇଏସ ଏହି ୪ ଜଣଙ୍କୁ ନେଇ ଚୟନ କମିଟି ଗଠନ କରାଯାଇଥିଲା। ବିଡଓଙ୍କୁ ବାଦ ଦେଲେ ବାକି ୩ ଜଣ ଅଧିକାରୀ ଏହି କମିଟି ସମ୍ପର୍କରେ ଏବଂ ଟେଣ୍ଡର ପ୍ରକ୍ରିୟା ନେଇ ଅବଗତ ନ ଥିବା କହିଛନ୍ତି। ଏପରି କି ଏନଏସି କାର୍ଯ୍ୟାଳୟରେ ଟେଣ୍ଡର ବାବଦକୁ ନୋଟିସ ମଧ୍ୟ ହୋଇନଥିବା କୁହାଯାଉଛି। ଲୁଚାଛପାରେ ଟେଣ୍ଡର ସଂକ୍ରାନ୍ତରେ ବିଜ୍ଞାପନ ହୋଇଥିବାରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ଠିକଦାର ଏ ବାବଦରେ ଜାଣିପାରି ନ ଥିଲେ ା ଭୁବନେଶ୍ୱର ଅଞ୍ଚଳର ଜଣେ ଠିକଦାର ଏହି ଟେଣ୍ଡର ପାଇଥିବା ଆଲୋଚନା ହେଉଛି। ଏ ନେଇ ବିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଉଦ୍ଦୁଙ୍କୁ ପଚାରିବାରେ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଏହାର ନିରପେକ୍ଷ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଏନଏସିବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri