Posted inଖେଳ

ବିରାଟ କୋହଲିଙ୍କ ବଢିଲା ଟେନସନ୍‌

ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। କିନ୍ତୁ ଟିମ ଇଣ୍ଡିଆର ଭଲ ଆରମ୍ଭ ନ ଥିଲା। ଓପନର୍‌ ମୟଙ୍କ ଅଗ୍ରୱାଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ପୃଥ୍ବୀ ଶ’ ୪୦ ରନ ସ୍କୋର କରିଲେ। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ଖେଳୁ ନାହାଁନ୍ତି। ଡିସେମ୍ବର ୧୭ରେ ଆଡିଲେଡରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ମୟଙ୍କ ଅଗ୍ରୱାଲ ମଧ୍ୟ ଏକଦିବସୀୟରେ ଫ୍ଲପ ହୋଇଥିଲେ। ସିଡନୀରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ସେ ମାତ୍ର ୨୨ ଓ ୨୮ ରନ୍‌ର ଇନିଂସ ସ୍କୋର କରିଥିଲେ। ତେବେ ସେ ଏଥର ଆଇପିଏଲରେ ଦୃଢ ଇନିଂସ ଖେଳିଥିଲେ। ଦୁଇ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଡେବ୍ୟୁ କରିଥିବା ଅଗ୍ରୱାଲଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। ସେ ହାରାହାରି ୬୫ରେ ୩ ଇନିଂସରେ ୧୯୫ ରନ ସଂଗ୍ରହ କରିଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ସିରିଜରେ ତାଙ୍କ ବ୍ୟାଟିଂ ହାରାହାରି ମାତ୍ର ୨୫ ଥିଲା। ଅନ୍ୟପକ୍ଷରେ ପୃଥ୍ବୀ ଶ’ ପୁଣି ନିରାଶ ହୋଇଛନ୍ତି। ମାତ୍ର ୪୦ ରନ ସ୍କୋର କରିବା ପରେ ସେ ଆଉଟ ହୋଇଥିଲେ। ଲାଗୁଥିଲା ଯେପରି ସେ ଟେଷ୍ଟରେ ଟି -୨୦ ଖେଳିବାର ମନୋବଳରେ ଅଛନ୍ତି। ମାତ୍ର ୨୯ ବଲରୁ ୪୦ରନ ସଂଗ୍ରହ କରୁଥିବାବେଳେ ୮ ଚୌକା ମାରିଥିଲେ। କିନ୍ତୁ ସେ ଏକ ଭଲ ଆରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନଥିଲେ। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଶ’ ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ଖାତା ଖୋଲିପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ମାତ୍ର ୧୯ ରନ କରିଥିଲେ। ଦୁଇ ଓପନରଙ୍କ ପ୍ରଦର୍ଶନ ବିରାଟ କୋହଲିଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri