ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି

କୋଣାର୍କ,୧୦ା୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ପୂର୍ବ ପାର୍ଶ୍ୱ ବାଲିବନ୍ତଠାରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ଚୋରି ଆଉ କେହି ନୁହେଁ ଖୋଦ୍‌ ଏଏସ୍‌ଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ହେଉଥିବା କୋଣାର୍କର ୨ଟି ସଂଘ ଏହି ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ପ୍ରତ୍ନତତ୍ତ୍ୱ ବିଭାଗର କୋଣାର୍କ ଦାୟିତ୍ୱରେ ଥିବା ଅଧିକାରୀ ନିରୋଜ ସିଂ ଏକ ଟିମ୍‌ ସହ ଆସି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ସୂର୍ଯ୍ୟମନ୍ଦିରରେ ରାତି ଜଗୁଆଳି ଭାବେ ଏଏସ୍‌ଆଇର କଡ଼ା ସୁରକ୍ଷା ବାହିନୀ ନିୟୋଜିତ ଥିବାବେଳେ କିଛିଦିନ ତଳେ ସୂର୍ଯ୍ୟମନ୍ଦିର ପାର୍ଶ୍ୱରେ ଥିବା ଏକ ପୁରାତନ ଗଛ ପାର୍ଶ୍ୱରୁ ଅଧରାତିରେ ଟ୍ରିପ ଟ୍ରିପ ବାଲି ଖୋଳାଯାଇ ଚାଲାଣ ହେଉଥିବା ଦେଖିଥିଲେ। ଏହାସହ କିଛି ପୁରାତନ ଭଗ୍ନ ମୂର୍ତ୍ତି ଓ ପଥର ମଧ୍ୟ ନିଆଯାଉଥିଲା। ପରେ ଏହି କାର୍ଯ୍ୟ କେତେଜଣ ଏଏସ୍‌ଆଇ କର୍ମଚାରୀଙ୍କ ପ୍ରରୋଚନାରେ ହୋଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହି ସ୍ଥାନଟି କୋଣାର୍କ ଥାନାର ୨୦୦ ମିଟର ମଧ୍ୟରେ ଥିବାବେଳେ କିଭଳି ରାତିରେ ବାଲିଚାଲାଣ ହେଉଥିବାର ପୋଲିସ ଜାଣିପାରିଲାନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବାଲି ଚୋରି ସମ୍ପର୍କରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ ଓ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗୀରଥି ସ୍ବାଇଁ ପୃଥକ ଭାବେ ୨ଟି କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ଥାନା ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଠିକ ତଦନ୍ତ ନ ହେଲେ ଆଞ୍ଚଳିକ ବିକାଶ ପରିଷଦ ସମେତ କୋଣାର୍କର ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ଅଧିକାରୀ ନିରୋଜ ସିଂ କୁହନ୍ତି, ଏ ଖବର ମୋର ହସ୍ତଗତ ହୋଇଛି। ମଁୁ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏହା ସତ୍ୟ ଥିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri