Posted inଖେଳ

ଜାନୁୟାରୀ ୯ରୁ ଆରମ୍ଭ ଆଇ- ଲିଗ୍‌: ସୁଡେଭା ଦିଲ୍ଲୀ ଏଫ୍‌ସି- ମହମ୍ମଡାନ ଏସ୍‌ସି ଉଦ୍‌ଘାଟନୀ ମ୍ୟାଚ

ନୂଆଦିଲ୍ଲୀ,୯।୧୨(ପି.ଟି.): ଦେଶର ଅନ୍ୟତମ ମର୍ଯ୍ୟାଦାସମ୍ପନ୍ନ ଫୁଟବଲ ଟୁର୍ନାମେଣ୍ଟ ଆଇ- ଲିଗ୍‌ ଏଥର କୋଲକାତାରେ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହେବ। ପଦାର୍ପଣ କରିବାକୁ ଥିବା ନୂଆ ଦଳ ସୁଡେଭା ଦିଲ୍ଲୀ ଏଫ୍‌ସି ଓ ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଇ- ଲିଗ୍‌ର କାର୍ଯ୍ୟସୂଚୀ ମଙ୍ଗଳବାର ପ୍ରକାଶ କରିଛି। କୋଭିଡ୍‌ କାରଣରୁ ପୂରା ଟୁର୍ନାମେଣ୍ଟ ରୁଦ୍ଧଦ୍ୱାରରେ ଅର୍ଥାତ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯିବ।
କୋଲକାତାର ୩ଟି ଭେନ୍ୟୁରେ ମ୍ୟାଚ୍‌ଗୁଡିକ ଖେଳାଯିବ। ବିବେକାନନ୍ଦ ଯୁବା ଭାରତୀ ଷ୍ଟାଡିୟମ, କଲ୍ୟାଣୀ ମ୍ୟୁନିସିପାଲ ଷ୍ଟାଡିୟମ ଓ କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ମ୍ୟାଚ୍‌ ଆୟୋଜନ ହେବ। ବିବେକାନନ୍ଦ ଷ୍ଟାଡିୟମରେ ସୁଡେଭା ଦିଲ୍ଲୀ ଓ ମହମ୍ମଡାନ ଅପରାହ୍ନ ୨ଟାରେ ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହାପରେ ପଞ୍ଜାବ ଏଫ୍‌ସି- ଆଇଜଲ, ଗୋକୁଳମ କେରଳ- ଚେନ୍ନାଇ ସିଟି ଏଫ୍‌ସି ମ୍ୟାଚ୍‌ ଯଥାକ୍ରମେ ଅପରାହ୍ନ ୪ ଓ ସନ୍ଧ୍ୟା ୭ଟାରେ ଖେଳାଯିବ। ଏହି ଦୁଇଟି ମ୍ୟାଚ୍‌ କଲ୍ୟାଣୀ ମ୍ୟୁନିସିପାଲ ଷ୍ଟାଡିୟମରେ ଆୟୋଜନ ହେବ। ୧୧ଟି ଦଳକୁ ନେଇ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପ୍ରଥମ ହାଫ୍‌ର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଫେବୃୟାରୀ ୨୪ ସୁଦ୍ଧା ପ୍ରଥମ ୧୦ ରାଉଣ୍ଡର ମ୍ୟାଚ ଖେଳାଯିବ।
ସବୁ ଦଳର ଖେଳାଳି, ଅଫିସିଆଲ, ରେଫରି ଓ ଅନ୍ୟ ଅଫିସିଆଲମାନେ ବାୟୋ ବବଲ୍‌ରେ ରହିବେ ବୋଲି ଏଆଇଏଫ୍‌ଏଫ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନନ୍ଦା ଧର କହିଛନ୍ତି। ଏହା ଏକ ଭିନ୍ନ ପ୍ରକାର ଅଭିଜ୍ଞତା ଆଣିବ ବୋଲି ସେ କହିଛନ୍ତି। ତେବେ କରୋନା ଭାଇରସ୍‌ କାରଣରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାର ଅନୁମତି ଦିଆଯାଇ ନାହିଁ। ମହାମାରୀ କାରଣରୁ ଲିଗ୍‌ର ଗତ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା। ତେବେ ଚଳିତ ବର୍ଷ ଅକ୍ଟୋବରରେ ଆଇ- ଲିଗ୍‌ କ୍ୱାଲିଫାୟର ଆୟୋଜନ କରାଯାଇଥିଲା ଓ ଏଥିସହିତ ଅବଶ୍ୟ ଫୁଟବଲ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri