ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଜବାବ ଦେଲା ବିଜେଡି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରବିବାର ବହିସ୍କୃତ କରାଯାଇଛି। ତେବେ କେଉଁ ଜନବିରୋଧୀ କାର୍ଯ୍ୟ ସ୍ବାମୀ କରିଛନ୍ତି ସେ ବିଷୟରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ଜଣାଯିବା ଦରକାର ବୋଲି ପ୍ରଦୀପଙ୍କ ସ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜେଡି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି , ୩ ଥର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂତାଉଛନ୍ତି। ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ଟାଟା ମୋଟର୍ସର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ। ସିଏ ସବୁଠୁ ମହଙ୍ଗା ଚାର୍ଟର ବିମାନରେ ଯାତ୍ରା କରନ୍ତି ଓ ଦାମୀ ଫ୍ଲାଟରେ ରୁହନ୍ତି ବୋଲି ପ୍ରଦୀପ କହିଥିଲେ। ଯେତେବେଳେ କି ଟାଟା କମ୍ପାନି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି , ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ବହୁ ଯୁବତୀଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଜାଲ୍‌ ନିଯୁକ୍ତିପତ୍ର ଦେବା ସହ ଆକାଶ କୋଟି କୋଟ ଟଙ୍କା ଠକିଛନ୍ତି ବୋଲି କମ୍ପାନି ତାଙ୍କ ବିରୋଧରେ ଏତଲା ଦେଇଛି।
ପ୍ରଦୀପ ଭାବୁଛନ୍ତି ଓଡ଼ିଶାବାସୀ ମୁର୍ଖ। ତା’ ନ ହୋଇଥିଲେ ଏପରି ହାଇ ପ୍ରୋଫାଇଲ ଠକାମିକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କାହାଣୀ କହି ଦିନରେ ଜହ୍ନ ଦେଖାନ୍ତେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଗଞ୍ଜାମରେ ଯେତେବେଳେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ ଏବଂ କୋଭିଡ୍‌ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ ସେତେବେଳେ ଗୋପାଳପୁର ବିଧାୟକ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ। ନିଜର ଅୟସ ପାଇଁ ଉଡ଼ାଉଥିବା ଟଙ୍କା କାହାର ଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ। ଏହା ଓଡ଼ିଶାବାସୀଙ୍କ ଝାଳବୁହା ଧନ ଥିଲା। ଯାହା ସେ ବେଧଡକ ଖର୍ଚ୍ଚ କରୁଥିଲେ। ଏହି ଟଙ୍କା ସେହିମାନଙ୍କର ଯେଉଁମାନେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ। ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି। ୩ ଥର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବୀ ଜ୍ୱାଇଁଙ୍କୁ ଟାଟା ମୋଟର୍ସର ଜାଲ୍‌ ଏମ୍‌ଡି କରିପାରନ୍ତି। ସେଭଳି ଲୋକଙ୍କୁ କ’ଣ କୁହାଯିବ। ପିଲାଙ୍କୁ ଭୁଲ୍‌ ପଥରେ ଯିବାକୁ ରୋକିବା, ଉଚିତ୍‌ ରାସ୍ତା ଦେଖାଇବା ମା’ବାପାଙ୍କ କର୍ତ୍ତବ୍ୟ। ହେଲେ ଏଠି ନିଜର ସ୍ବାର୍ଥ ସକାଶେ ଆରାମଦାୟକ ଜୀବନ ପାଇଁ ମା’ବାପା ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। ପ୍ରେସ୍‌ ମିଟ୍‌ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କ ବିରୋଧରେ ନ ଯିବାକୁ ପରୋକ୍ଷରେ ପ୍ରଦୀପ ଧମକାଇଥିଲେ। ଓଡ଼ିଶାବାସୀ ତାଙ୍କ ଚାଲ୍‌ ଜାଣି ପାରିଛନ୍ତି। ଏପରି ଧୋକାବାଜଙ୍କୁ ସେମାନେ ଛାଡିବେ ନାହିଁ। ଓଡ଼ିଶାବାସୀଙ୍କ କାମ କରିବା ବିଜେଡିର ଏକମାତ୍ର ଉଦ୍ଦେଶ୍ୟ। ପ୍ରଦୀପଙ୍କ ପରି ହୀନ ବ୍ୟକ୍ତି ଯିଏ ନିଜର ସ୍ବାର୍ଥ ପାଇଁ ଭାବି ଜ୍ୱାଇଁଙ୍କୁ ବ୍ୟବହାର କରିପାରନ୍ତି, ନିଜର ନିର୍ବାଚନମଣ୍ଡଳୀବାସୀଙ୍କ୍‌ୁ ଧୋକା ଦେଇପାରନ୍ତି ଏବଂ ଓଡ଼ିଶାବାସୀଙ୍କୁ ମିଛ କହିପାରନ୍ତି ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ବୋଲି ବିଜେଡି ଇସ୍ତାହାରରେ କୁହାଯାଇଛି। ବିଜେଡିର ଏଭଳି ଜବାବ ସମ୍ପର୍କରେ ପ୍ରଦୀପଙ୍କୁ ପଚରାଯିବାରୁ ସେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri