Odisha Elections 2024
Posted inରାଜ୍ୟ

ଫ୍ଲାଇଟ ବୁକିଂରେ ୬୫ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର,୨।୧୨ (ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ କଳା କାରନାମା ଶେଷ ହେବାର ନାଁ ଧରୁନାହିଁ। ଠକେଇ ଅଭିଯୋଗରେ ଉଭୟଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ମିଛ ପ୍ରମାଣପତ୍ର ମାଧ୍ୟମରେ ଫ୍ଲାଇଟ ବୁକିଂ କରି ସ୍କାଏ କିଙ୍ଗ ସଂସ୍ଥାକୁ ଠକିଥିବା ନେଇ ମଙ୍ଗଳବାର ଖାରବେଳନଗର ଥାନାରେ ଏହି ମାମଲା ରୁଜୁ କରାଯାଇଛି। ସ୍କାଏ କିଙ୍ଗ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ପୋଲିସ ଆଇପିସି ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ରେ ଏକ କେସ୍‌ (ନଂ. ୨୯୩/୨୦) ରୁଜୁ କରିଛି । ଅଭିଯୋଗ ଅନୁଯାୟୀ, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେବା ସହ ଜାଲ ପ୍ରମାଣପତ୍ର ଦେଖାଇ ଜନପଥର ଓସିଏଚ୍‌ସି କମ୍ପ୍ଲେକ୍ସରେ ଥିବା ‘ସ୍କାଏ କିଙ୍ଗ’ ଟ୍ରାଭେଲ ଏଜେନ୍ସିକୁ ଇମେଲ କରିଥିଲେ। ୨୦୨୦ ଜୁନରେ ସେ ଏକ ଚାଟାର୍ଡ ଫ୍ଲାଇଟ ବୁକିଂ କରିବାକୁ କହିଥିଲେ। ସ୍କାଏ କିଙ୍ଗ ପକ୍ଷରୁ ମଧ୍ୟ ଏକ ଫ୍ଲାଇଟ ବୁକିଂ କରାଯାଇଥିଲା। ଏ ବାବଦରେ ମୋଟ ୨କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍‌ ହୋଇଥିଲା। ତେବେ ଆକାଶ ସ୍କାଏ କିଙ୍ଗକୁ ୨କୋଟି ୧୩ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଥିଲେ। ବାକି ୬୫ଲକ୍ଷ ୧୬ ହଜାର ୨୩୩ ଟଙ୍କା ଫାଙ୍କିଦେଇଥିଲେ। ସ୍କାଏ କିଙ୍ଗ ପକ୍ଷରୁ ତାଙ୍କୁ ବାକିଥିବା ଟଙ୍କା ବାରମ୍ବାର ମଗାଯାଇଥିଲେ ମଧ୍ୟ ସେ ଦେଇ ନ ଥିଲେ। ଓଲଟି ଆକାଶ ତାଙ୍କୁ ଧମକାଇଥିଲେ। ଏଥିରେ ତାଙ୍କ ବାପା ଅଭୟକାନ୍ତ ମଧ୍ୟ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ସହ ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨୬।୫: ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏଥର ଭାଜପା ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ...

ମାନସିକ ସ୍ଥିତି ହରାଇ ବସିଲେଣି ମୋଦି: କାହିଁକି ଏମିତି କହିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର, ୨୬।୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇ ବସିଲେଣି। ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତ୍ତା କରୁଛନ୍ତି। ଆଶାରାମ ବାପୁ,...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

୨୯ରେ ଖାର୍ଗେ, ୩୦ରେ ରାହୁଲ ଆସିବେ ଓଡ଼ିଶା

ଭୁବନେଶ୍ୱର,୨୬।୪: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା...

ବିଜେଡି ସରକାର ଗଠନ କରିସାରିଛି, ବିରୋଧୀ ହାଓ୍ବା କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୬ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ଭାଜପା ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେଡି ମଧ୍ୟ ଜୋର୍‌...

କହିଦେଲେ ଧର୍ମେନ୍ଦ୍ର, କାହାକୁ ଦେଲେ ଭୋଟ୍‌

ଭୁବନେଶ୍ୱର,୨୬।୫: ଓଡିଶା ସମେତ ସାରା ଦେଶରେ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ ଚାଲିଛି। ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ...

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri