ଓଡ଼ିଶୀ, ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ,୨।୧୨(ଡି.ଏନ୍‌.ଏ.): ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା କରିଥିଲେ। କରୋନା କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ମୁକ୍ତାକାଶ ମଞ୍ଚରେ ପ୍ରଥମ ପ୍ରସ୍ତୁତିକୁ ନେଇ ପ୍ରବେଶ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀଗଣ। ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ‘ଶିବମ୍‌ ଧୀମହୀ’କୁ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରଶିକ୍ଷିତ ଶିଳ୍ପିଗଣ ନିଖୁଣଭାବେ ପ୍ରଦର୍ଶନ କରିଥିଲେ। ଏକାଡେମୀର ଦ୍ୱିତୀୟ ପ୍ରସ୍ତୁତିରେ ଉପସ୍ଥାପିତ ହୋଇଥିଲା ନୃତ୍ୟାଭିନୟ ‘ଏକ ପ୍ରଶ୍ନ’। ଦ୍ୱାପର ଯୁଗର ଚାରିଜଣ ନାରୀ- ଯଶୋଦା, ରାଧା, ହିଡ଼ିମ୍ବା ଓ ଦ୍ରୌପଦୀଙ୍କର ଅବତାର ପୁରୁଷ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ପ୍ରଶ୍ନକୁ ନେଇ ଜୀବନ ଦର୍ଶନର ଆବେଗକୁ ବାଢିଦେଇଥିଲେ ଶିଳ୍ପୀଗଣ। ଅରୁଣା ମହାନ୍ତିଙ୍କ ସଂଯୋଜନାରେ ପ୍ରସ୍ତୁତ ଏକ ପ୍ରଶ୍ନ ଥିଲା ଅମୀମାସିଂତ ଜିଜ୍ଞାସାର ନୃତ୍ୟାୟନ। ପରେ ଭାରତନାଟ୍ୟମ୍‌ ନୃତ୍ୟକୁ ମଞ୍ଚସ୍ଥ କରିଥିଲେ ଡ. ଶିଲା ଉନ୍ନିକ୍ରିଷ୍ଣନ ଓ ଶ୍ରୀଦେବୀ ନୃତ୍ୟାଳୟର ଶିଳ୍ପୀଗଣ। ଆବାହନୀ, ଆଲ୍ଲାରିପୁ, ବର୍ଣ୍ଣମ, ଶଙ୍କର, ଶ୍ରୀଗିରିର୍କିମ ଓ ଶିବମଙ୍ଗଳମକୁ ନେଇ ସଂଯୋଜିତ ହୋଇଥିଲା। ନୃତ୍ୟାଭିନୟ ଓ ନମଃ ଶିବାୟ ଭାରତନାଟ୍ୟମ ନୃତ୍ୟ ଶୈଳୀର ନିଖୁଣ ଉପସ୍ଥାପନ ସହ ତାଳ-ଲୟ-ଛନ୍ଦ ଓ ସୁରର ଅର୍ପୂବ ସମନ୍ବୟ ଶିଳ୍ପୀଙ୍କ ଅଭିନୟରେ ବାରି ହୋଇଯାଉଥିଲା।
ସେହିଭଳି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ମଧ୍ୟ ଆକର୍ଷଣୀୟ ଥିଲା। ପର୍ଯ୍ୟଟନ ବିଭଗ ତରଫରୁ ସାମାଜିକ ଦୂରତା ରକ୍ଷା, ବିଶୋଧନ ଓ ମୁଖାବରଣ ପରିଧାନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟାର ପରିବେଶଣକୁ ସଂଯୋଜିତ କରିଥିବା ବେଳେ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପରିଚାଳନାରେ ସହାୟତା ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତ୍‌ସିଂହପୁର ଏମ୍‌ପି ଡ. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଓଡ଼ିଆ ଭାଷା ସାହିତ୍ୟ, ପର୍ଯ୍ୟଟନ ବିଭାଗ କମିଶନର ଓ ସଚିବ ବିଶାଲ ଦେବ, ପୁରୀ ଜିଲାପାଳ ବଲୱନ୍ତ ସିଂ ଓ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri