Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ

ବାମ୍ବୋଲିମ୍‌, ୨।୧୨- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଇଷ୍ଟବେଙ୍ଗଲ ୧୧ ଦଳ ବିଶିଷ୍ଟ ଲିଗ୍‌ ଟେବୁଲର ନିମ୍ନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡଠାରୁ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଏଫସି ଗୋଆକୁ ପରାସ୍ତ କରିଥିଲା। ଇଷ୍ଟବେଙ୍ଗଲ ଏହାର ପ୍ରଥମ ମ୍ୟାଚରେ ଏଟିକେ ମୋହନବାଗାନଠାରୁ ହାରି ଯାଇଥିଲା।
ମ୍ୟାଚ ଆରମ୍ଭରୁ ଇଷ୍ଟବେଙ୍ଗଲକୁ ଝଟ୍‌କା ଲାଗିଥିଲା। ୨ୟ ମିନିଟରେ ଅଧିନାୟକ ଡାନିଏଲ ଫକ୍ସ ତଳେ ପଡ଼ିଯାଇ ଆହତ ହୋଇଥିଲେ। ସେ ଖେଳ ଜାରି ରଖିବାକୁ ଚାହିଁଥିଲେ ହେଁ ସମ୍ଭବ ନ ହେବାରୁ ବଦଳ ଖେଳାଳି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଦଳକୁ ୧୦ ଜଣରେ ଖେଳିବାକୁ ପଡ଼ିଥିଲା। ୭ମ ମିନିଟରେ ତାଙ୍କ ବଦଳ ଖେଳାଳିଭାବେ ମହମ୍ମଦ ରଫିକ୍‌ ପଡ଼ିଆକୁ ଆସିଥିଲେ। ଆକ୍ରମଣାତ୍ମକ ଆଭିମୁଖ୍ୟରେ ୯ମ ମିନିଟରେ ମୁମ୍ବାଇ ପକ୍ଷରୁ ଗୋଲ ଉଦ୍ୟମ ହୋଇଥିବାବେଳେ ଗୋଲକିପର ଦେବଜିତ ମଜୁମଦାରଙ୍କ ଚମତ୍କାର ସେଭ୍‌ ଯୋଗୁ ଇଷ୍ଟବେଙ୍ଗଲ୍‌ ବର୍ତ୍ତି ଯାଇଥିଲା। ୨୦ତମ ମିନିଟରେ ରଫିକ୍‌ ପ୍ରତିପକ୍ଷ ଗୋଲପୋଷ୍ଟକୁ ଟାର୍ଗେଟ କରି ଶଟ୍‌ ମାରିଥିଲେ ହେଁ ମୁମ୍ବାଇ ଗୋଲକିପର ଅମରିନ୍ଦର ରଣଜୀତ ସିଂ ତାହାକୁ ସେଭ୍‌ କରିଥିଲେ। କାଉଣ୍ଟର ଆକ୍ରମଣରେ ସଫଳ ହୋଇଥିଲା ମୁମ୍ବାଇ। ୨୦ତମ ମିନିଟରେ ହ୍ୟୁଗୋ ଆଦନାନ ବୌମସଙ୍କ ପାସ୍‌କୁ ଗୋଲରେ ପରିଣତ କରି ଗ୍ଲେନ୍‌ଭିଲେ ଆଡାମ ଜେମ୍ସ ଲି ଫଣ୍ଡ୍ରେ ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଅଗ୍ରଣୀକୁ ବଢ଼ାଇବା ପାଇଁ ମୁମ୍ବାଇ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ୪୭ତମ ମିନିଟରେ ଆଡାମ ଜାହୋଉ ବଲ୍‌କୁ ନିୟନ୍ତ୍ରଣରେ ରଖି ପେନାଲ୍ଟି ବକ୍ସ ମଧ୍ୟରେ ଥିବା ହ୍ୟୁଗୋ ଆଦନାନ ବୌମସଙ୍କ ନିକଟକୁ ପଠାଇ ଦେଇଥିଲେ। ମାତ୍ର ଇଷ୍ଟବେଙ୍ଗଲ ଗୋଲକିପର ଦେବଜିତ ବଲ୍‌କୁ ଧରିବା ଉଦ୍ୟମରେ ହ୍ୟୁଗୋକୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ଫଣ୍ଡ୍ରେ ଅତ୍ୟନ୍ତ ଧୈର୍ଯ୍ୟର ସହ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇ ଅଗ୍ରଣୀକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଫଣ୍ଡ୍ରେ ଡାହାଣ ପଟକୁ ଶଟ୍‌ ମାରିଥିବାବେଳେ ଦେବଜିତ ଭୁଲ ପୂର୍ବାନୁମାନରେ ବାମ ପଟକୁ ଡାଇଭ୍‌ ମାରିଥିଲେ। ଇଷ୍ଟବେଙ୍ଗଲର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୫୮ତମ ମିନିଟରେ ହେର୍ନାନ୍‌ ଡାନିଏଲ ସାଣ୍ଟାନା ଟ୍ରୁଜିଲୋ ଫ୍ରିକିକ୍‌ରୁ ଏକ ଗୋଲ ଦେଇ ଇଷ୍ଟବେଙ୍ଗଲକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ବୌମସଙ୍କଠାରୁ ପାସ୍‌ ପାଇବାପରେ ଟ୍ରୁଜିଲୋ ବଟମ୍‌ ରାଇଟ୍‌ କର୍ନରରେ ବଲ୍‌କୁ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ୨୨ ମିନିଟରେ ଗୋଲ ପରିଶୋଧ ପାଇଁ କୋଲକାତା ଦଳ ଉଦ୍ୟମକୁ ଜୋରଦାର କରିଥିଲେ ହେଁ ସଫଳ ହୋଇ ନ ଥିଲା। ବୌମସ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri