ରିକ୍ସା, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ,୧।୧୨: ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏପରି କି ହସ୍ପିଟାଲଗୁଡିକର ଭିତ୍ତିଭୂମି ବିକାଶ ସହ ଉନ୍ନତ ଚିକିତ୍ସା ପ୍ରଦାନ ନିମନ୍ତେ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ରାଜ୍ୟର ପ୍ରମୁଖ ଏସ୍‌ସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ରୋଗୀଙ୍କୁ ଅତି ଦୟନୀୟ ଅବସ୍ଥାରେ ନିଆଯାଉଛି। ଏଭଳି ସମସ୍ୟା ଦୂର କରିବା ପାଇଁ ସରକାର ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡିକରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ କରିଛନ୍ତି। ସାଧାରଣତଃ ବଡ ହସ୍ପିଟାଲଗୁଡିକର ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗ ମଧ୍ୟରେ ଅଧିକ ଦୂରତା ରହୁଥିବାରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ବ୍ୟାଟେରି ରିକ୍ସା ବେଶ୍‌ ସହାୟକ ହେଉଛି। କିନ୍ତୁ ବିଡମ୍ବନାର ବିଷୟ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ ହୋଇ ନ ଥିବାବେଳେ ଏସ୍‌ସିବି ମେଡିକାଲରେ ଆବଶ୍ୟକଠାରୁ କମ୍‌ ସଂଖ୍ୟକ ବ୍ୟାଟେରି ରିକ୍ସା ରହିଛି। ଫଳରେ ବାଧ୍ୟ ହୋଇ ପରିବାର ଲୋକ ଓ ସମ୍ପର୍କୀୟମାନେ ଗୁରୁତର ରୋଗୀଙ୍କୁ କାନ୍ଧ କିମ୍ବା ରିକ୍ସାରେ ସ୍ଥାନାନ୍ତର କରୁଥିବା ଦୃଶ୍ୟ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାକୁ ଆଣିଛି।
ଏସ୍‌ସିବି ମେଡିକାଲରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ ହୋଇଥିଲା। ମୋଟ୍‌ ୬ଟି ବ୍ୟାଟେରି ରିକ୍ସା ମଧ୍ୟରୁ ଗୋଟିଏ ମେଡିସିନ ନେବାଆଣିବା ଓ ଅନ୍ୟ ୫ଟି ରୋଗୀ ସ୍ଥାନାନ୍ତର ନିମନ୍ତେ ଉଦ୍ଦିଷ୍ଟ ଥିଲା। ଏବେ ଉକ୍ତ ପାଞ୍ଚଟି ମଧ୍ୟରୁ ଦୁଇଟି ବ୍ୟାଟେରି ରିକ୍ସା ଅଧିକାଂଶ ସମୟ କୋଭିଡ୍‌ ରୋଗୀଙ୍କ ସେବାରେ ନିୟୋଜିତ ହେଉଛି। ଫଳରେ ଅନ୍ୟ ବିଭାଗର ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ବେଳେବେଳେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ସମ୍ପର୍କୀୟମାନେ ଟେକିଟେକି ସ୍ଥାନାନ୍ତର କରୁଛନ୍ତି। ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସବୁ ବିଭାଗର କର୍ତ୍ତୃପକ୍ଷ ଅଳ୍ପ ବହୁତେ ଅବଗତ ଅଛନ୍ତି। ତେଣୁ ସୁପର ସ୍ପେସିଆଲିଟି ଆଉଟ୍‌ଡୋର, କାଜୁଆଲ୍‌ଟି, ସର୍ଜରି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ବ୍ୟାଟେରି ରିକ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ବୋଲି କେତେଜଣ କର୍ମଚାରୀ କହିଛନ୍ତି।
ପ୍ରଶାନ୍ତ କୁମାର ବାରିକ ନାମକ ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି, ଅର୍ଥୋପେଡିକରୁ ଆମ ରୋଗୀଙ୍କୁ ଡାଏଲିସିସ କରାଇବାକୁ ନେବା ପାଇଁ ଦେଢଘଣ୍ଟା ଅପେକ୍ଷା କରିବା ପରେ ବି ବ୍ୟାଟେରି ରିକ୍ସା ପାଇଲୁ ନାହିଁ। ଶେଷରେ ବାଧ୍ୟ ହୋଇ ରିକ୍ସାରେ ନେଲୁ। ଏ ବାବଦରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ସେହିଭଳି ଏସ୍‌ସିବି ସଂଲଗ୍ନ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଏପର୍ଯ୍ୟନ୍ତ ବ୍ୟାଟେରି ରିକ୍ସା ସେବା ଉପଲବ୍ଧ ନାହିଁ। ଫଳରେ ରୋଗୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କ୍ୟାଥେଟର ଓ ଅନ୍ୟ ପାଇପ ସଂଯୋଗ ହୋଇଥିବା ରୋଗୀଙ୍କୁ ଲୋକେ ଟେକି ନେଉଥିବା ଦେଖୁଥିବା ରାକେଶ ପରିଡା ନାମକ ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି। ଏ ସମ୍ପର୍କରେ କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି, ଗତ ମେ ୨୧ରେ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ। ପୁଣି ଥରେ ମନେ ପକାଇବା ପାଇଁ ରିମାଇଣ୍ଡର ଲେଟର ଲେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri