Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ଆପଣ ଭୋଗ ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇବେ। କିନ୍ତୁ ବେପରୁଆ କାର୍ଯ୍ୟକଳାପରୁ ସ୍ବାସ୍ଥ୍ୟ ସମ୍ପର୍କୀୟ ଚିନ୍ତାରେ ପଡ଼ିପାରନ୍ତି। ପାରିବାରିକ କାମରେ ଜଣେ ପୁରାତନ ବନ୍ଧୁଙ୍କ ସାହାଯ୍ୟ ମିଳିବ। ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ପୁରାତନ ରୋଗପୀଡା, ଋଣ ପରିଶୋଧ ଓ ଆମତ୍ୀୟଙ୍କ ବିରୁଦ୍ଧାଚରଣ ବିଷୟରେ ଚିନ୍ତା କରିବେ।
ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ଚେଷ୍ଟା କରି ସଫଳତା ପାଇିବେ। କଠିନଶ୍ରମଜନିତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ମିଥୁନ
ମିଥୁନ
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ମଧ୍ୟ ଆଶାନୁରୂପ ନ ହେବା କାରଣରୁ ମାନସିକ ସ୍ଥିତି ବିଗିଡ଼ିଯିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ। ପରିବାରରେ ଛୋଟ କଥାକୁ ନେଇ ପରମୁହୂର୍ତ୍ତରେ କଳହ ଲାଗିପାରେ। ପ୍ରାତଃ ଭ୍ରମଣ ରାଜନୀତି, ପ୍ରଶାସନ, ବାଣିଜ୍ୟ ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ସମୟର ଅନୁକୂଳ ପ୍ରବାହରେ ଧୀରେ ଧୀରେ ସମସ୍ୟା ସମାଧନ କରି କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯାହା ଭବୁଛନ୍ତି ତାହା ହିଁ ହେବାରେ ଅସୁବିଧା ରହିବ ନାହିଁ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ।
ସି˚ହ
ସି˚ହ
କ୍ରମଶଃ ଅବନ୍ନତି ଘଟୁଥିବା ସ୍ବାସ୍ଥ୍ୟ ସକାଶେ ମନସ୍ତାପ କରିବେ। ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିଯିବ। ପ୍ରତିବେଶୀଙ୍କ ସାହାଯ୍ୟ ନେଇ କୌଣସି ଅସମାହିତ କାମକୁ ସମ୍ପନ୍ନ କରିବ। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। କୌଣସି ବନ୍ଧୁଙ୍କ ସକାଶେ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
ତୁଳା
ତୁଳା
ନୂତନ କର୍ମାରମ୍ଭ ସକାଶେ ମନ ବଳାଇ ଆନୁଷଙ୍ଗିକ ସାହାଯ୍ୟ, ସୁବିଧା ପାଇବେ। ବର୍ତ୍ତମାନ ସକାଶେ ଶତ୍ରୁ ଉପଦବ୍ର ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ହଠାତ୍‌ କାୈଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ। ପ୍ରଶାସନ, ପ୍ରକାଶନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ବିବାଦୀୟ କଥା, ଶତ୍ରୁତା କରୁଥିବା ବ୍ୟକ୍ତି, ଅର୍ଥ ସମ୍ପର୍କୀୟ ସମସ୍ୟା ବିଷୟରେ ଚିନ୍ତା କରିବେ। ଆମତ୍ୀୟଙ୍କ ପ୍ରତିରୋଧ ଆପଣଙ୍କ ଚିନ୍ତାଧାରାକୁ ବିଶୃଙ୍ଖଳିତ କରିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ହଇରାଣ ହେବେ।
ଧନୁ
ଧନୁ
ବନ୍ଧୁଙ୍କ ସ୍ନେହ, ପାରିବାରିକ ଆଦର, ଅର୍ଥ ଓ ଦ୍ରବ୍ୟଲାଭ, ସନ୍ତାନସୁଖ ପ୍ରଭୃତି ପ୍ରାପ୍ତି ଘଟାଇବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଶୁଭପ୍ରଦ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା ବକେୟା ଟଙ୍କା ପାଇବାର ମାର୍ଗ ସୁଗମ ହୋଇଯିବ। ଆନୁଷ୍ଠାନିକ ତଥା କର୍ମକ୍ଷେତ୍ର ଓ ସାମାଜିକ ସ୍ଥିତି ପ୍ରାୟତଃ ଭଲ ରହିବ।
ମକର
ମକର
ଘରକଥା, ଜମିବାଡି, ଯାନବାହନ, ଲୋକସମ୍ପର୍କ, ଆଲୋଚନା ଭିତରେ ସମୟ ଅତିବାହିତ ହେବ। କଳା, କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟାଲୋଚନାରେ ରହିଥିବା ଅସଙ୍ଗତି ଦୂର ହୋଇଯିବ। ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ନିଜଲୋକଙ୍କ ବେଖାତିର ମନୋଭାବରୁ କଷ୍ଟ ଅନୁଭବ କରିବେ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟାମୂଳକ କାମର ଅନ୍ତ ଘଟିବା ସମ୍ବନ୍ଧରେ ଅବଗତ ହୋଇପାରିବେ। ଅବଶ୍ୟ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇବେ। ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
କୌଣସି କଥାକୁ କେନ୍ଦ୍ରକରି ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। କଳା, ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି। ଭାବପ୍ରବଣ ବଶତଃ କିଛି କଥା କହି ଅପଦସ୍ଥ ହେବେ। ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ହାସଲ ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri