Posted inଖେଳ

ଦଳରେ କରାଯାଇଥିଲା ଅଣଦେଖା: ଗୋଟିଏ ଓଭରରେ ୨ ଆଇପିଏଲ୍‌ ଅଧିନାୟକଙ୍କ ଉଇକେଟ ନେଇ ଚର୍ଚ୍ଚାରେ ହେଜଲଉଡ୍‌

ସିଡନୀ,୨୭।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଏକଦିବସୀୟ ସିିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ଏଥିରେ କଙ୍ଗାରୁ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରି ଭାରତ ସମ୍ମୁଖରେ ୩୭୫ ରନ୍‌ର ବିଶାଳ ସ୍କୋର ରଖିଛି। ଏହାର ଜବାବ ଦେବାକୁ ଯାଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ନୈରାଶଜନକ ପ୍ରଦର୍ଶନ କରିଛି। ବିଶେଷକରି ଦଳରେ ୩ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଥିବା ସତ୍ତ୍ୱେ ସେମାନେ ଗୋଟିଏ ପରେ ଗୋଟିଏ ଆଉଟ୍‌ ହୋଇ ଫେରିଛନ୍ତି।

ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଥିଲେ। ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା ଡେଭିଡ ଓ୍ବାରନର ୬୯ ରନ୍‌ କରିଥିବା ବେଳେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୧୦୫ ରନ୍‌ କରିଥିଲେ। ସେହିଭଳି ଅଧିନାୟକ ଆରୋନ୍‌ ଫିଞ୍ଚ ୧୧୪ ରନ୍‌ କରିବା ପରେ ୫୦ ଓଭରରେ ଦଳ ୩୭୪ ରନ୍‌ କରିଥିଲା। ଏହାପରେ ଭାରତୀୟ ଦଳ ଖେଳିବାକୁ ଓହ୍ଲାଇଥିଲା। ହେଲେ ଜୋଶ ହେଜଲଉଡ ପ୍ରଥମେ ମୟଙ୍କ ଅଗ୍ରଓ୍ବାଲଙ୍କୁ ୬ ଓଭରରେ ଆଉଟ୍‌ କରିଥିଲେ। ୧୦ମ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି(୨୧ ରନ୍‌) ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଅୟର(୨ ରନ୍‌)ଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି। ଏହାପରେ ପଡ଼ିଆକୁ ଓହ୍ଲାଇଥିବା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ଓ୍ବିକେଟ୍‌ ନେଇଥିଲେ ଆଡମ୍‌ ଜମ୍ପା। ଏହିଭଳି ଭାବେ ଭାରତୀୟ ଟିମ୍‌ରେ ଖେଳୁଥିବା ତିନି ଆଇପିଏଲ୍‌ ଅଧିନାୟକ ଉଇକେଟ୍‌ ହରାଇଥିଲେ। ତେବେ ଚେନ୍ନାଇ ସୁପରକିଙ୍ଗ୍ସରେ ସାମିଲ ଥିବା ହେଜଲଉଡ୍‌ ଆଇପିଏଲ୍‌ରେ ମାତ୍ର ୩ଟି ମ୍ୟାଚ୍‌ ଖେଳିଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। ହେଲେ ଏବେ ସେ ଭାରତୀୟ ଟିମ୍‌ ବିପକ୍ଷରେ ଦୃଢ଼ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri