୧୦୦ କୋଟିରୁ ଊର୍ଦ୍ଧ୍ୱ କାରବାର କରିଛନ୍ତି ବାପ, ପୁଅ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ତଥା ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦେଶର ୧୩ ସ୍ଥାନରେ ଚଢାଉ ଜାରି ରହିଛି। ୨ଦିନର ଯାଞ୍ଚରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ଗତ କିଛିଦିନ ମଧ୍ୟରେ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କାରବାର କରିବା ସହ ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ପାଇଛି ଓଡିଶା ଭିଜିଲାନ୍ସ। ୧୫୦ ଭିଜିଲାନ୍ସ ଅଫିସର ଓ ବିଶେଷଜ୍ଞ ଆୟ ବହିର୍ଭୂତ ସମ୍ପତ୍ତି ତଲାସିରେ ନିୟୋଜିତ ଅଛନ୍ତି। ଚଢାଉ ଜାରି ରହିଥିବାରୁ ଆହୁରି ଅଧିକ ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଅଭୟକାନ୍ତ ଓ ପୁଅ ଆକାଶଙ୍କ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ୬୦ ଲକ୍ଷ ଟଙ୍କା, ମୂଲ୍ୟବାନ ଗୃହ ଉପକରଣ ଓ ୮୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ଏକକାଳୀନ ୨୩ ଲକ୍ଷ ଟଙ୍କା ସୁନା ଗହଣା କିଣିଥିବାର ତଥ୍ୟ ମିଳିଛି। ପୁଅ ଆକାଶଙ୍କ ବିଭିନ୍ନ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଜମା ଥିବାବେଳେ ଏଟିଏମ୍‌ ଜରିଆରେ ଶହୀଦନଗର ଓ ନୟାପଲ୍ଲୀସ୍ଥିତ ଦୁଇଟି ବ୍ୟାଙ୍କ୍‌ରେ ୮.୪ କୋଟି ଜମା କରାଯାଇଥିବା ଭିଜିଲାନ୍ସ ଜାଣିପାରିଛି। ସେହିଭଳି ଜବତ ଗାଡ଼ି ମଧ୍ୟରେ ବିଳାସପୂର୍ଣ୍ଣ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ, ଟାଟା କାର୍‌, ତିନି ଏଡ୍‌ଜେଡ୍‌ଏସ୍‌ ବାଇକ୍‌ ପୁଅ ନାମରେ ପଞ୍ଜୀକୃତ ରହିଛି। ମର୍ସିଡିଜ୍‌ ସହ ଫାର୍ମ ନିକଟରେ ତିନୋଟି ଗାଡିଥିବାବେଳେ ଫାର୍ମ ଓ ଫ୍ଲାଟ୍‌ର ଭଡା ୧ କୋଟି ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି। ତାଜ୍‌ମହଲ୍‌ ପ୍ୟାଲେସ୍‌ ହୋଟେଲ୍‌ ବିଲ୍‌ ୯୦ ଲକ୍ଷ ଟଙ୍କା ଓ ଉଦୟପୁର ତାଜ୍‌ ଲେକ୍‌ ପ୍ୟାଲେସ୍‌ ବିଲ୍‌ ୨୦ ଲକ୍ଷ ଟଙ୍କା ଦିଆଯାଇଥିବା ପ୍ରମାଣ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍‌। ବାପ/ପୁଅଙ୍କ ବିଦେଶ ଯାତ୍ରା ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ମିଳିଛି। ମାଲେସିଆ, ହଂକଂ, ୟୁନାଇଟେଡ୍‌ କିଙ୍ଗଡମ୍‌, ୟୁନାଇଟେଡ୍‌୍‌ ଆରବ ଏମିରେଟ୍ସ, ମାଳଦ୍ୱୀପ ଯାତାୟାତରେ ୩ କୋଟି ଟଙ୍କା ବ୍ୟୟ ହୋଇଛି।
ଅନ୍ୟପକ୍ଷରେ ଟାଟା ମୋଟର୍ସ ନାମରେ ପୁଅ ଆକାଶ ବହୁ କୋଟି ଟଙ୍କା ଠକେଇ କରିଥିବା କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଆକାଶଙ୍କୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ମୁମ୍ବାଇରୁ ଧରିଆଣି ଭୁବନେଶ୍ୱର ବିମାନବନ୍ଦରରେ ଗୁରୁବାର ରାତିରେ ପହଞ୍ଚତ୍ଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ବିମାନବନ୍ଦରରୁ ସିଧା ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି। ସେଠାରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ପଚରାଉଚରା କରିବା ସହ ସାଇବର ଠକେଇ ଓ ଅର୍ଥ କାରବାରର ନେଇ ତଥ୍ୟ ପାଇବାକୁ ଆଶା ରଖିଛି। ତେବେ ଚଢାଉ ଓ ଯାଞ୍ଚ ଶେଷ ହେବାପରେ ଆୟବହିର୍ଭୂତ ସମ୍ପତ୍ତିର ଠିକ୍‌ ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରୁ ଅଭୟକାନ୍ତ ପାଠକଙ୍କୁ ନେଇ ଭୁବନେଶ୍ୱରର ୫, ମୁମ୍ବାଇର ୭ ଓ ବିହାରର ଗୋଟିଏ ସ୍ଥାନରେ ଚଢାଉ କରାଯାଇଥିଲା। ଏଥିମଧ୍ୟରେ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱର ଅଫିସ୍‌ ଓ ଫ୍ଲାଟ, ପୁଅ ନାମରେ ଥିବା ଘାଟିକିଆ ବିପୁଲ୍ସ ଗାର୍ଡେନ ଓ ପିପିଲିର ଡ୍ରାଇଭର ଘର ରହିଛି। ଏଥିସହିତ ପୁଣେର ସମଥ୍‌ କଲୋନୀ, ମୁମ୍ବାଇ ଜୁହୁରେ ଥିବା ରେଷ୍ଟୁରାଣ୍ଟ, ରାଜସ୍ଥାନ ଉଦୟପୁର ଘର, ବିହାରର ନିଜ ଗାଁ ବିଷ୍ଣୁପୁରଠାରେ ଦୁଇଟି ବିଳାସପୂର୍ଣ୍ଣ କୋଠା, କ୍ୱାର୍ଟର୍ସ ଆପାର୍ଟମେଣ୍ଟ ଓ ଗର୍ଡସ ବ୍ଲେସିଂ ଆପାର୍ଟମେଣ୍ଟ, ପୁଣେ ଓ ଗୁରୁଗ୍ରାମ ଅଫିସ ସମେତ ଫାର୍ମ ହାଉସ୍‌ରେ ଏକକାଳୀନ ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

୫୨ ବର୍ଷରେ ଧରିତ୍ରୀ

ପାଳିତ ହୋଇଯାଇଛି ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୨ ତମ ଜନ୍ମ ବାର୍ଷିକୀ ଉତ୍ସବ । ଧରିତ୍ରୀର ପ୍ରତିଷ୍ଠା ଦିବସ ନଭେମ୍ବର ୨୪ରେ ଥିବାବେଳେ ବୁଧବାର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri