ଆଜି ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି ଦୁର୍ଲଭ ବେଶକୁ କିନ୍ତୁ ଏଥର ଭକ୍ତ ଦେଖିପାରିବେନି। କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ କଟକଣା ଥିବାରୁ ନାଗାର୍ଜୁନ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଏହି ବେଶ ସମ୍ପନ୍ନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ସହରରେ ୨୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲା ପ୍ରଶାସନ ସମେତ ବେଶ ସ୍ବତ୍ୱାଧିକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ବିଜୟା ଦଶମୀଠାରୁ ବଳରାମଙ୍କ ହରଚଣ୍ଡୀ ସାହିସ୍ଥିତ ବାସଭବନରେ ଶୁଦ୍ଧପୂତ ଭାବେ ଏହି ବେଶ ତିଆରି ଚାଲିଥିଲା। ଶିଳ୍ପୀ ବସନ୍ତ ରଣାଙ୍କ ନେତୃତ୍ୱରେ ୧୦ ଜଣ କାରିଗର ଏଥିରେ ସାମିଲ ଥିଲେ। ଗୁରୁବାର ରାତି ୨ଟାରେ କଡ଼ା ସୁରକ୍ଷାରେ ବଳରାମଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ବେଶ ବିଜେ ହେବ। ଏହାପରେ ଅନ୍ୟାନ୍ୟ ନୀତି ବଢି ଶୁକ୍ରବାର ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ପ୍ରାୟ ୩ଘଣ୍ଟା ଧରି ଠାକୁରଙ୍କୁ ଏହି ବେଶରେ ସଜ୍ଜିତ କରାଯିବ। ସକାଳ ୭ଟାରେ ବେଶ ସଜା କାମ ସାରିବାକୁ ସମୟ ନିର୍ଘଣ୍ଟ ହୋଇଛି। ଏହି ବେଶ ଥାଇ ଠାକୁରଙ୍କର ବିଭିନ୍ନ ନୀତି ସମ୍ପନ୍ନ ହେବ। ଭୋଗମଣ୍ଡପ ସରିବା ପରେ ଅପରାହ୍ନ ୨ଟାରେ ନାଗାର୍ଜୁନ ବେଶ ମଇଲମ ପାଇଁ ଧାର୍ଯ୍ୟ ହୋଇଛି। ଅର୍ଥାତ୍‌ ପ୍ରାୟ ୧୦ ଘଣ୍ଟା ଧରି ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ।
ଶେଷଥର ୧୯୯୪ରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡ଼ିିଛି। ମାତ୍ର ସମୟ ଓ ସ୍ଥିତି ବଦଳି ଯାଇଛି। ଏଥର ଏହି ବେଶ ଦର୍ଶନରୁ ବଞ୍ଚତ୍ତ ହେବେ ଭକ୍ତ। କରୋନା କଟକଣା ପାଇଁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସାମ୍ପ୍ରତିକ ସ୍ଥିତି ଓ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ନାଗାର୍ଜୁନ ବେଶ ପାଇଁ ପୋଲିସର ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ମଧ୍ୟରେ ହରଚଣ୍ଡୀ ସାହିରୁ ଶ୍ରୀମନ୍ଦିରକୁ ବେଶ ବିଜେ ସହ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨ଜଣ ଏଏସ୍‌ପି, ୭ଜଣ ଡିଏସ୍‌ପି, ୧୯ ଜଣ ଏସ୍‌ଆଇ ଏବଂ ୭୭ ଜଣ ଏଏସ୍‌ଆଇ ରହିଛନ୍ତି। ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ହୋଇଛି। ଗୁରୁବାର ରାତି ୨ଟାରୁ ଶୁକ୍ରବାର ବେଶ ଓଲାଗି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କରୋନା ମହାମାରୀ ସମୟରେ ଭକ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପୋଲିସର ପ୍ରାଥମିକତା। ତେଣୁ ଏହି ନିଷ୍ପତ୍ତିରେ ସମସ୍ତେ ସହଯୋଗ କରିବାକୁ ଏସ୍‌ପି ସିଂ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri