ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି

ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍‌ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର ସମ୍ପର୍କ ସୁଧୁରିବ ଭାବିବା ଠିକ୍‌ ନୁହେଁ ବୋଲି ଚାଇନାର ବୈଦେଶିକ ନୀତି ଉପଦେଷ୍ଟା ଝେଙ୍ଗ୍‌ ୟୋଙ୍ଗନିଆନ୍‌ କହିଛନ୍ତି। ଆମେରିକା ବିରୋଧରେ ସତର୍କ ରହିବା ଓ ପ୍ରତ୍ୟେକ ସୁଯୋଗର ଲାଭ ଉଠାଇବା ପାଇଁ ଚାଇନା ସରକାର ସର୍ବଦା ପ୍ରସ୍ତୁତ ରହିବାକୁୂ ସେ ପରାମର୍ଶ ଦେଇଛନ୍ତି।
ଥିଙ୍କ୍‌ଟ୍ୟାଙ୍କ୍‌ ‘ଆଡ୍‌ଭାନ୍ସଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ ଆଣ୍ଡ୍‌ କଣ୍ଟେପରାରି ଚାଇନା ଷ୍ଟଡିଜ୍‌’ର ଡିନ୍‌ ଝେଙ୍ଗ୍‌ କହିଛନ୍ତି, ପୁରୁଣା ଭଲଦିନ ଆଉ ନାହିଁ। ଶୀତଳ ଯୁଦ୍ଧ ମାନସିକତା ଆମେରିକାର ରହିଛି। ହ୍ବାଇଟ୍‌ହାଉସ୍‌କୁ ଆସିବା ପରେ ବାଇଡେନ୍‌ ସୁଯୋଗର ଫାଇଦା ଉଠାଇବା ଲାଗି ପ୍ରୟାସ କରିବେ। ସେ ଆମେରିକାର ଜଣେ ଦୁର୍ବଳ ଓ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଘରୋଇ ସମସ୍ୟାର ସମାଧାନ ଲାଗି କୂଟନୈତିକ ପଦକ୍ଷେପ ସେ ଗ୍ରହଣ କରି ଚାଇନା ବିରୋଧରେ କଠୋର ପଦକ୍ଷେପ ନେଇପାରନ୍ତି। ଟ୍ରମ୍ପ ଯୁଦ୍ଧ ଲାଗି ଆଗ୍ରହୀ ନ ଥିଲେ, ହେଲେ ବାଇଡେନ ଯୁଦ୍ଧ କରିପାରନ୍ତି ବୋଲି ଝେଙ୍ଗ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ବାଇଡେନ୍‌ ଚାଇନାକୁ ଦୋଷ ଦେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ହତ୍ୟାକାରୀ କହିଥିଲେ। କୋଭିଡ୍‌-୧୯, ମାନବାଧିକାର ପ୍ରସଙ୍ଗ ଓ ବାଣିଜ୍ୟ ଯୁଦ୍ଧକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। କଂଗ୍ରେସରେ ଚାଇନା ବିରୋଧରେ ୩୦୦ ଅଲଗା ଅଲଗା ବିଲ୍‌ ପଡ଼ିରହିଛି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍‌ ଏହାକୁ ସମର୍ଥନ କରିଆସୁଛନ୍ତି। ତେଣୁ ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱ କାଳରେ ଆମେରିକା- ଚାଇନା ସମ୍ପର୍କ ବିଗିଡ଼ିବା ଆଶଙ୍କା ରହିଛି। ଏସବୁକୁ ନେଇ ଚାଇନା ସତର୍କତାର ସହ କାର୍ଯ୍ୟ କରିବାକୁ ବୈଦେଶିକ ନୀତି ବିଶେଷଜ୍ଞ ଝେଙ୍ଗ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri