Posted inଖେଳ

ଏଟିପି ଫାଇନାଲ୍ସ: ମେଡ୍‌ଭେଡେଭ ଚାମ୍ପିୟନ

ଲଣ୍ଡନ, ୨୪।୧୧: ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ନିଜ କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ବର୍ଷଶେଷ ଏଟିପି ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ସେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ୟୁଏସ ଓପନ ଚାମ୍ପିୟନ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ୪-୬, ୭-୬(୨), ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ମେଡଭେଡେଭ ସହଜରେ ଏଠାରେ ଟାଇଟଲ ବିଜୟୀ ହୋଇନାହାନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ ଖେଳାଳିଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ୩ ନମ୍ବର ଥିମ୍‌ଙ୍କୁ ହରାଇବା ପୂର୍ବରୁ ସେ ସେମିଫାଇନାଲରେ ୨ ନମ୍ବର ରାଫାଲ ନାଡାଲ ଏବଂ ଲିଗ୍‌ ପର୍ଯ୍ୟାୟରେ ନମ୍ବର ଓ୍ବାନ ନୋଭାକ୍‌ ଜୋକୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ୪ର୍ଥ ଖେଳାଳିଭାବେ ମେଡ୍‌ଭେଡେଭ୍‌ ଗୋଟିଏ ଟୁର୍ନାମେଣ୍ଟରେ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ ଖେଳାଳିଙ୍କୁ ହରାଇଛନ୍ତି। ତାଙ୍କ ପୂର୍ବରୁ ବୋରିସ ବେକର, ନୋଭାକ୍‌ ଜୋକୋଭିଚ୍‌ ଓ ଡେଭିଡ ନାଲବଣ୍ଡିଆନ ଏହି ସଫଳତା ପାଇଥିଲେ। ମେଡଭେଡେଭ ଏବେ ଚମତ୍କାର ଫର୍ମରେ ଅଛନ୍ତି। ନିକଟ ଅତୀତରେ ସେ କ୍ରମାଗତ ୧୦ ମ୍ୟାଚ ଜିତିଛନ୍ତି। ଏହା ମଧ୍ୟରୁ ସେ ବିଶ୍ୱର ଟପ୍‌-୧୦ ଖେଳାଳିଙ୍କ ମଧ୍ୟରୁ ୭ ଜଣଙ୍କୁ ହରାଇଛନ୍ତି। ଏହା ପୂର୍ବରୁ ସେ କେବେହେଲେ ଏପରି ସଫଳତା ପାଇ ନ ଥିଲେ। ଏହା ତାଙ୍କର ଆତ୍ମବିଶ୍ୱାସକୁ ବହୁ ପରିମାଣରେ ବଢ଼ାଇଛି। ଆଗାମୀ ଦିନରେ ଏହି ପ୍ରଦର୍ଶନ ଜାରି ରଖିବାକୁ ଚାହିଁଛନ୍ତି ରୁଷୀୟ ଟେନିସ ତାରକା। ୨୦୧୯ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଫାଇନାଲରେ ସେ ରାଫାଲ ନାଡାଲଙ୍କଠାରୁ ହାରି ରନର୍ସଅପ୍‌ ହୋଇଥିଲେ। ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଲଣ୍ଡନରେ କ୍ରମାଗତ ୧୨ ବର୍ଷଧରି ହୋଇ ଆସୁଥିବା ଏହି ଟୁର୍ନାମେଣ୍ଟ ଆସନ୍ତା ବର୍ଷରୁ ଇଟାଲିର ଟୁରିନ୍‌ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri