Posted inଖେଳ

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ଗୋଆ ମ୍ୟାଚ ଡ୍ର

ମାର୍ଗାଓ, ୨୩।୧୧- ଫତୋର୍ଦାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ବେଙ୍ଗାଲୁରୁ ଏଫସି ଓ ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ୬୫ ମିନିଟ ପର୍ଯ୍ୟନ୍ତ ବେଙ୍ଗାଲୁରୁ ୨-୦ରେ ଅଗ୍ରଣୀ ରହିଥିଲେ ହେଁ ୨ ମିନିଟ ବ୍ୟବଧାନରେ ଇଗର ଆଙ୍ଗୁଲୋଙ୍କ ୨ ଗୋଲ ବଳରେ ଗୋଆ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଫଳରେ ଆଙ୍ଗୁଲୋଙ୍କୁ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।
ଗତ ସଂସ୍କରଣର ଦୁଇ ସେମିଫାଇନାଲିଷ୍ଟ ବେଙ୍ଗାଲୁରୁ ଓ ଗୋଆ ମଧ୍ୟରେ ଏଠାରେ ଅନୁଷ୍ଠିତ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ୨୭ତମ ମିନିଟରେ କ୍ଲିଟନ ସିଲ୍‌ଭା ଗୋଲ ଦେଇ ବେଙ୍ଗାଲୁକୁ ଅଗ୍ରଣୀ କରାଇଥିଲେ। ହେଡ୍‌ ଜରିଆରେ ଗୋଲ ଦେବାପରେ ଆକ୍ରୋବେଟିକ୍‌ ଷ୍ଟାଇଲ୍‌ରେ ସେଲିବ୍ରେଶନ କରିଥିଲେ କ୍ଲିଟନ। ପ୍ରଥମାର୍ଦ୍ଧରେ ବେଙ୍ଗାଲୁରୁ ୧-୦ରେ ଅଗ୍ରଣୀ ରହିବାପରେ ୫୭ତମ ମିନିଟରେ ଜୁଆନାନ୍‌ ଗୋଲ ଦେଇ ବେଙ୍ଗାଲୁରୁ ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ମାତ୍ର ଗତବର୍ଷ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଗୋଆ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ବେଙ୍ଗାଲୁରୁ ଡିଫେନ୍ସରେ ତ୍ରୁଟିରୁ ଫାଇଦା ଉଠାଇ ସ୍ପାନିଶ୍‌ ଫରଓ୍ବାର୍ଡ ଆଙ୍ଗୁଲୋ ୬୬ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୬୮ତମ ମିନିଟରେ ଆଙ୍ଗୁଲୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଅବଶିଷ୍ଟ ୨୨ ମିନିଟ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଆଉ ଗୋଲ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri