Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫସିର ଅଭିଯାନ ଆଜିଠାରୁ

ଭୁବନେଶ୍ୱର, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଏଫ୍‌ସିର ଅଭିଯାନ ସୋମବାର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ହାଇଦ୍ରାବାଦ ଏଫସି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗତ ସିଜନରେ ହାଇଦ୍ରାବାଦ ଏଫସିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଦଳ ଖେଳିଥିବା ୧୮ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା। ୧୨ ମ୍ୟାଚ ହାରିଥିବାବେଳେ ୪ ଡ୍ର ରଖି ୧୦ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ୧୦ମ ସ୍ଥାନରେ ରହିଥିଲା। ଦଳ ୨୧ ଗୋଲ ଦେଇଥିବାବେଳେ ୩୯ ଗୋଲ ବରଣ କରିଥିଲା। ଓଡ଼ିଶା ଏଫସି ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ଦଳ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ୨୫ ପଏଣ୍ଟ ସହିତ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଦଳ ୧୮ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିଲା ଏବଂ ୪ ମ୍ୟାଚ ଡ୍ର ରଖିଥିଲା। ଦଳ ୨୮ ଗୋଲ ଦେଇଥିବାବେଳେ ୩୧ ଗୋଲ ବରଣ କରିଥିଲା। ହାଇଦ୍ରାବାଦ ବିପକ୍ଷରେ କିନ୍ତୁ ଓଡ଼ିଶା ଏଫସି ପଲା ଭାରି ରହିଛି। ଗତ ସଂସ୍କରଣରେ ଏହା ବିପକ୍ଷରେ ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା। ତେଣୁ ଏଥର ମଧ୍ୟ ସେହି ପ୍ରଦର୍ଶନର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି। ଇଂଲଣ୍ଡର ଷ୍ଟିଭେନ ଟେଲର ଓଡ଼ିଶା ଦଳର ନେତୃତ୍ୱ ନେବେ। ହାଇଦ୍ରାବାଦ୍‌ ଦଳର ଅଧିନାୟକଙ୍କ ନାମ ଘୋଷଣା କରାଯାଇନାହିଁ। ରାତି ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ।
ତେବେ ଗତ ସଂସ୍କରଣ ଅତୀତ ହୋଇ ଯାଇଛି। ଏବେ ନୂଆ ଆରମ୍ଭ ହେବାକୁ ଯାଉଛି। ”ଗତଥର ଯାହା ହୋଇଥିଲା ତାହା କେବଳ ଏକ ସଂଖ୍ୟା ମାତ୍ର। ତାହା ଇତିହାସ ହୋଇ ଯାଇଛି ଏବଂ ଏହା କେବେହେଲେ କାହାକୁ ସାହାଯ୍ୟ କରି ପାରିବନାହିଁ। ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛନ୍ତି। ତେଣୁ ଦୁଇଟି ନୂଆ ଦଳ ଆଗାମୀ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆମେ ଏକ ନବଗଠିତ ହାଇଦ୍ରାବାଦ ଦଳକୁ ଭେଟିବାକୁ ଯାଉଛୁ“ ବୋଲି ଓଡ଼ିଶା ଏଫସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆକ୍ରମଣାତ୍ମକ ବିଭାଗରେ ବକ୍ସଟରଙ୍କ ନିକଟରେ ଆକର୍ଷଣୀୟ ବିକଳ୍ପ ରହିଛି। ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓ ଓ ମାର୍ସେଲିନୋ ଖେଳର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରଖିଛନ୍ତି। ମାତ୍ର କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନଠାରୁ ଊର୍ଦ୍ଧ୍ୱରେ କିଛି ମ୍ୟାଜିକ୍‌ କ୍ଷଣ ସୃଷ୍ଟି ଲକ୍ଷ୍ୟରେ ଗେମ୍‌ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଭରସା କଲେ ରିସ୍କ ରହିବ। ତେଣୁ କାହା ଉପରେ ଏତେଟା ନିର୍ଭର ନ କରି ଦଳଗତଭାବେ ଖେଳିଲେ ହିଁ ସଫଳତା ମିଳିବ ବୋଲି ବକ୍ସଟର କହିଛନ୍ତି। ଗତ ସଂସ୍କରଣରେ ହାଇଦ୍ରାବାଦ ଏଫସି ଖେଳିଥିବା ପ୍ରଥମ ୫ ମ୍ୟାଚରୁ ୪ଟିରେ ପରାଜିତ ହୋଇ ମନୋବଳ ହରାଇଥିଲା। ମାତ୍ର ସେହି ପ୍ରଦର୍ଶନକୁ ଭୁଲି ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ହାଇଦ୍ରାବାଦ୍‌ ଏଫସିର ନବନିଯୁକ୍ତ କୋଚ୍‌ ମାନୁଏଲ ମର୍କ୍ୱିଜ ରୋକା। ତାଙ୍କ ମତରେ ପ୍ରଥମ ଗେମ୍‌ରେ ବିଜୟୀ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ପେନର ରୋକା ତାଙ୍କ ଦଳରେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ଦାନୁ, ଲିଷ୍ଟନ କୋଲାକୋ ଓ ଆକାଶ ମିଶ୍ର ଅଧିକ ପ୍ରତିଭାସମ୍ପନ୍ନ। ଟୁର୍ନାମେଣ୍ଟ ଆଗେଇବା ସହ ଏମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଏମାନେ ଭବିଷ୍ୟତରେ ହାଇଦ୍ରାବାଦ ପାଇଁ ସମ୍ପତ୍ତି ସଦୃଶ ହେବେ ବୋଲି ରୋକା ଆଶାପ୍ରକାଶ କରିଛନ୍ତି। ଆଗାମୀ ମ୍ୟାଚରେ ଓଡ଼ିଶା ଏଫସି ଡିଫେଣ୍ଡର ଜ୍ୟାକବ ଟ୍ରାଟ୍ଟ ଓ ଜେରୀ ମାଓ୍ବିମିଙ୍ଗଥାଙ୍ଗା ଏବଂ ହାଇଦ୍ରାବାଦ ଫ୍ରାନ୍ସିସ୍କୋ ସାଣ୍ଡାଜା ଉପଲବ୍ଧ ହେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri