Posted inଖେଳ

ଅଲିମ୍ପିଆନ ଏମ୍‌.ପି. ସିଂଙ୍କୁ ସାହାଯ୍ୟ କଲା ଗାଭାସ୍କରଙ୍କ ସଂସ୍ଥା

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସଂସ୍ଥା ‘ଦି ଚାମ୍ପ୍ସ ଫାଉଣ୍ଡେଶନ’ ଦୀର୍ଘ ଦୁଇ ଦଶନ୍ଧି ଧରି ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ସାହାଯ୍ୟ କରିଆସୁଛି। ଏବେ ଗାଭାସ୍କରଙ୍କ ଏହି ସଂସ୍ଥା ହକି ଅଲିମ୍ପିଆନ ମହୀନ୍ଦର ପାଲ ସିଂଙ୍କୁ ସାହାଯ୍ୟ କରିଛି। ଏମ୍‌.ପି. ସିଂ ନାମରେ ପରିଚିତ ଥିବା ଏହି ପୂର୍ବତନ ହକି ଖେଳାଳି କିଡ୍‌ନୀ ଜନିତ ରୋଗର ଶିକାର ହୋଇଛନ୍ତି। ୫୮ ବର୍ଷୀୟ ମହୀନ୍ଦର ଡାଏଲିସିସରେ ରହିଛନ୍ତି। ସେ କିଡ୍‌ନୀ ପ୍ରତିରୋପଣ ପାଇଁ ଜଣେ ଡୋନର ଅର୍ଥାତ ଦାତାଙ୍କ ଅପେକ୍ଷାରେ ରହିଛନ୍ତି।
ଖବର କାଗଜ ଜରିଆରେ ଗାଭାସ୍କର ମହୀନ୍ଦରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏମ୍‌.ପି. ସିଂ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ଥିଲେ। ସେ ୧୯୮୮ ସିଓଲ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଓ ମହମ୍ମଦ ସହିତ, ଏମ୍‌.ଏମ୍‌. ସେମାୟା, ଜୁଡେ ଫେଲିକ୍ସ, ପରଗତ ସିଂଙ୍କ ସହିତ ଅଲିମ୍ପିକ୍ସରେ ମ୍ୟାଚ୍‌ ଖେଳିଥିଲେ। ମାସିକ ଭାବେ ଆର୍ଥିକ ସାହାଯ୍ୟ ଦେବା ସହ ଗାଭାସ୍କରଙ୍କ ଏହି ସଂସ୍ଥା ଖେଳାଳିମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିଛି। ଆମେ ଅଧିକରୁ ଅଧିକ ଖେଳାଳିଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ରହିଛୁ ବୋଲି ଗାଭାସ୍କର କହିଛନ୍ତି।
ଶିକ୍ଷା, ସ୍ବାସ୍ଥ୍ୟ, ପିଲା ଓ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ସଂସ୍ଥା ରହିଛି। କିନ୍ତୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ସଂସ୍ଥା ନ ଥିଲା। ଫଳରେ ଏଥିପାଇଁ ଏକ ଫାଉଣ୍ଡେଶନ ପ୍ରତିଷ୍ଠା କରିବାକୁ ଚିନ୍ତା କରିଥିଲି ବୋଲି ଗାଭାସ୍କର କହିଛନ୍ତି। ୧୯୮୩ ବିଶ୍ୱକପ୍‌ ଦଳର ସଦସ୍ୟଙ୍କୁ ନେଇ ଏକ ‘ଡବଲ୍‌ ଉଇକେଟ ଟୁର୍ନାମେଣ୍ଟ’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଥିରେ ଜଣେ ଶିଳ୍ପପତି ଓ କର୍ପୋରେଟ ଅର୍ଥଦାନ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଚାମ୍ପ୍ସ ଫାଉଣ୍ଡେଶନ ୨୧ଜଣ ପୂର୍ବତନ ଖେଳାଳିଙ୍କୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିଛି ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri