Posted inଜାତୀୟ

ଘନେଇଲା ୨୩ ବର୍ଷର ବିବାଦ

ଅଗରତାଲା, ୧୯।୧୧(ଆଇଏଏନ୍‌ଏସ୍‌): ହଜାର ହଜାର ବ୍ରୁ ଆଦିବାସୀ ଶରଣାର୍ଥୀଙ୍କୁ ପୁନଃ ଥଇଥାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରତିବାଦରେ ଉତ୍ତର ତ୍ରିପୁରାର କାଞ୍ଚନପୁର ସବ୍‌ଡିଭିଜନରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ମିଳିତ ଆନ୍ଦୋଳନ କମିଟି (ଜେଏମ୍‌ସି) ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶଟ୍‌ଡାଉନ୍‌ ଡାକରା ଦିଆଯାଇଛି। ପଡୋଶୀ ମିଜୋରାମରେ ଜାତିଆଣ ସଂଘର୍ଷର ସମ୍ମୁଖୀନ ହୋଇ ୨୩ ବର୍ଷ ହେଲା ଉକ୍ତ ଶରଣାର୍ଥୀମାନେ ତ୍ରିପୁରାରେ ରହିଆସୁଛନ୍ତି। ଗତ ମଙ୍ଗଳବାର ସେମାନେ ଅଣଆଦିବାସୀମାନଙ୍କ ଘର ଉପରେ ଆକ୍ରମଣ କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଫଳରେ ୧୧୦ ଜଣ ନିରାପଦ ସ୍ଥାନକୁ ପଳାଇଯାଇଥିବା ପୋଲିସ କହିଛି। ଆକ୍ରମଣକାରୀ ୪ଟି ଗାଈ ଓ କେତେକ ଛେଳି ନେଇଯାଇଥିବା ଅଭିଯୋଗ ହୋଇଛି।
ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ସିଆର୍‌ପିଏଫ୍‌ ଏବଂ ତ୍ରିପୁରା ରାଜ୍ୟ ରାଇଫଲ ବାହିନୀର ସୁରକ୍ଷା ଯବାନମାନଙ୍କୁ ମୁତୟନ କରାଯାଇଛି। ୧୪୪ ଧାରା ଜାରି ସତ୍ତ୍ୱେ ପାଖାପାଖି ୧୫ ହଜାର ପୁରୁଷ, ମହିଳା ଓ ପିଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ରାଲି କରିଥିଲେ। ଅନିର୍ଦ୍ଦିଷ୍ଟ କାଳ ଶଟ୍‌ଡାଉନ ଡାକରା ଯୋଗୁ ସରକାରୀ କାର୍ଯ୍ୟାଳୟ, ଦୋକାନବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ସୁରକ୍ଷା ବଳ, ସ୍ବାସ୍ଥ୍ୟସେବା ଏବଂ ଗଣମାଧ୍ୟମ ଗାଡ଼ି ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି।
କାଞ୍ଚନପୁରରେ ଅଳ୍ପସଂଖ୍ୟକ ଆଦିବାସୀ ଶରଣାର୍ଥୀଙ୍କ ଥଇଥାନ ନିଷ୍ପତ୍ତିକୁ ପୂର୍ବରୁ ଜେଏମ୍‌ସି ସ୍ବାଗତ କରିଥିଲା ବୋଲି ଏହାର ଆବାହକ ସୁଶାନ୍ତ ବିକାଶ ବରୁଆ କହିଛନ୍ତି। ସ୍ଥାନର ସ୍ବଳ୍ପତା ଦୃଷ୍ଟିରୁ କାଞ୍ଚନପୁରରେ ୫୦୦ ପର୍ଯ୍ୟନ୍ତ ଶରଣାର୍ଥୀ ପରିବାରକୁ ଥଇଥାନ କରିବା ଲାଗି ସେମାନେ ବିଭିନ୍ନ ସମୟରେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ତେବେ ସରକାର ଉକ୍ତ ଅଞ୍ଚଳରେ ୬୦୦୦ ଶରଣାର୍ଥୀ ପରିବାରଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।
ବିବାଦ କେବେଠୁ
ବ୍ରୁ ଶରଣାର୍ଥୀଙ୍କ ସମସ୍ୟା ୧୯୯୭ରେ ଆରମ୍ଭ ହୋଇଥିଲା। ମିଜୋରାମରେ ଜାତିଆଣ ଉତ୍ତେଜନା ଯୋଗୁ ପ୍ରାୟ ୩୦,୦୦୦ ବ୍ରୁ ଆଦିବାସୀ ପରିବାର ତ୍ରିପୁରାକୁ ପଳାୟନ କରି ଶରଣାର୍ଥୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଥିଲେ। ପଶ୍ଚିମ ମିଜୋରାମ ସଂଲଗ୍ନ ବାଂଲାଦେଶ ସୀମାନ୍ତ ଓ ତ୍ରିପୁରାର କିଛି ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ସ୍ବୟଂଶାସିତ ଜିଲା ଗଠନ ପାଇଁ ସେତେବେଳେ ଦାବି ଉଠିଥିଲା। ୨୦୦୯ ନଭେମ୍ବରରେ ବ୍ରୁ ଆଦିବାସୀଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ କେନ୍ଦ୍ର, ତ୍ରିପୁରା ଓ ମିଜୋରାମ ସରକାର ଉଦ୍ୟମ କରିଥିଲେ। କିନ୍ତୁ ଏହା ସଫଳ ହୋଇ ନ ଥିଲା। ବ୍ରୁ ଶରଣାର୍ଥୀଙ୍କୁ ମିଜୋରାମକୁ ପଠାଇବା ପାଇଁ ୨୦୧୮ରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ୨୦୨୦ ଜାନୁୟାରୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଉକ୍ତ ଚୁକ୍ତି ଅନୁସାରେ ବ୍ରୁମାନଙ୍କୁ ଫେରିଯିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଇତିମଧ୍ୟରେ କେନ୍ଦ୍ର ସରକାର ବିସ୍ଥାପିତ ବ୍ରୁ ସମ୍ପ୍ରଦାୟର ଥଇଥାନ ପାଇଁ ୬୦୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରୁ ୧୫୦ କୋଟି ଟଙ୍କା ତ୍ରିପୁରା ସରକାରଙ୍କୁ ଜମି ଅଧିଗ୍ରହଣ ପାଇଁ ଦିଆଯିବ। ଅବଶିଷ୍ଟ ଅର୍ଥ ଏହି ଆଦିବାସୀଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯିବ।
ପମ୍ପ୍‌ ଅପରେଟରଙ୍କୁ ଆକ୍ରମଣରୁ ଉତ୍ତେଜନା
ତ୍ରିପୁରାର କାଞ୍ଚନପୁର ସବ୍‌ଡିଭିଜନରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଦୁର୍ବୃତ୍ତମାନେ ଜଣେ ପମ୍ପ ଅପରେଟରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବ୍ରୁ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ଚାଲିଛି। ପୂର୍ବ ଲକ୍ଷ୍ମୀପୁରରେ ୩୬ ବର୍ଷୀୟ ପମ୍ପ୍‌ ଅପରେଟର ସୁବଳ ଦେ ଜଳଯୋଗାଣ ପାଇଁ ମଙ୍ଗଳବାର କାମ କରିବାକୁ ଯାଇଥିବାବେଳେ ବିରୋଧୀ ଗୋଷ୍ଠୀ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆଘାତ ପାଇବା ପରେ ସେ ଲହୁଲୁହାଣ ହୋଇଯାଇଥିଲେ। ତାଙ୍କୁ ଦାସଦା ପ୍ରାଥମିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଧାମନଗରସ୍ଥିତ ନର୍ଥ ଡିଷ୍ଟ୍ରିକ୍ଟ ହସ୍ପିଟାଲକୁ ରେଫର କରାଯାଇଥିଲା। ଏହି ଘଟଣା ପରେ ଉତ୍ତେଜନା ବଢ଼ିବାରୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଇତିମଧ୍ୟରେ ନର୍ଥ ଡିଷ୍ଟ୍ରିକ୍ଟ ଜିଲାପାଳ ବି.ନାଗେଶ କୁମାର ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ଜରୁରୀ ବୈଠକ କରି ବିକ୍ଷୋଭକାରୀ ଗୋଷ୍ଠୀ ସହ ଆଲୋଚନା କରିଛନ୍ତି। ଜେଏମ୍‌ସି ଆବାହକ ସୁଶାନ୍ତ ବିକାଶ ବରୁଆ କହିଛନ୍ତି, ସୁବଳଙ୍କୁ ବ୍ରୁ ଶରଣାର୍ଥୀ ଗୋଷ୍ଠୀ ଓ ସେମାନଙ୍କ ନେତାମାନେ ଆକ୍ରମଣ କରିଛନ୍ତି। କାଞ୍ଚନପୁର ଉପଜିଲାପାଳଙ୍କ ଉପସ୍ଥିତିରେ ଜିଲାପାଳ ଆମକୁ ବିକ୍ଷୋଭ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଆମ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ବରୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri