ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ

ପୁରୀ ଅଫିସ,୧୮ା୧୧: ୨୦୨୦-୨୧ ଆର୍ଥିକବର୍ଷ ଲାଗି ଶ୍ରୀମନ୍ଦିର ପାଇଁ ୧୫୪କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ ଲାଭ କରିଛି। ଚଳିତବର୍ଷ କରୋନା ପାଇଁ ଶ୍ରୀମନ୍ଦିରର ଆୟ କମିଥିବାବେଳେ ବ୍ୟୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଆୟ ବୃଦ୍ଧି ଉପରେ ପରିଚାଳନା କମିଟି ଗୁରୁତ୍ୱ ଦେଇଛି। ଚଳିତ ଆର୍ଥିକ ବର୍ଷରେ ଶ୍ରୀମନ୍ଦିରର ଏକ ସମତୁଲ ବଜେଟ ହୋଇଛି। ତେବେ ଗତ ବଜେଟକୁ ଦେଖିଲେ ଏବର୍ଷ ୫୨ କୋଟି ଟଙ୍କାର ଅଧିକ ବଜେଟ ହୋଇଛି । ୨୦୧୯-୨୦ରେ ଶ୍ରୀମନ୍ଦିର ପାଇଁ ୧୦୨ କୋଟି ଟଙ୍କା ବଜେଟ ଅନୁମୋଦନ ଲାଭ କରିଥିଲା।
ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ ଲାଭ କରିଛି। ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଥିଲେ, ଏଥର ୧୫୪ କୋଟି ଟଙ୍କାର ବଜେଟ ହୋଇଥିବାବେଳେ ଆୟ ବ୍ୟୟ ସମାନ ରହିଛି। କରୋନା ମହାମାରୀ ପାଇଁ ପ୍ରାୟ ୮ ମାସ ହେବ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ହୁଣ୍ଡି ଆଦାୟ ବନ୍ଦ ହୋଇଯାଇଛି। ସେହିପରି ଡୋନେଶନ(ଦାନ) ମଧ୍ୟ ମିଳୁ ନାହିଁ। କିନ୍ତୁ ବ୍ୟୟ ଯଥେଷ୍ଟ ମାତ୍ରାରେ ବଢ଼ିଛି। ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲେ ବି ଠାକୁରଙ୍କ ନୀତିକାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସ୍ବାଭାବିକ ଚାଲିଛି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ସ୍ବତନ୍ତ୍ର କୋଭିଡ୍‌ କେୟାର ହୋମ୍‌ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ଏଥର ସମତୁଲ ବଜେଟ ପ୍ରସ୍ତୁତ ହୋଇଥିବାରୁ ୫୦ପ୍ରତିଶତ ଆୟ କିପରି କରାଯିବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇ କେତେକ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟତଃ ଅନ୍‌ଲାଇନ ଡୋନେଶନ ବ୍ୟବସ୍ଥା ଆରମ୍ଭ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଯଦି ଅନ୍‌ଲାଇନ ଡୋନେଶନ ଦ୍ୱାରା ଆୟ ଧାର୍ଯ୍ୟଲକ୍ଷ୍ୟ ଛୁଇଁପାରିବ ନାହିଁ ତେବେ ଆଉ ଦୁଇଟି ବାଟ ରହିଛି । ଗୋଟିଏ ସରକାରଙ୍କୁ ଅନୁରୋଧ କରାଯିବ ଏବଂ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନର ନିଜସ୍ବ ଅର୍ଥାତ୍‌ ଟେମ୍ପଲ ଫଣ୍ଡ ଖର୍ଚ୍ଚ କରାଯିବ। କିନ୍ତୁ ଟେମ୍ପଲ ଫଣ୍ଡ ଯେପରି ଖର୍ଚ୍ଚ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇ ଅନ୍ୟ ବାଟରେ ଆୟ ବୃଦ୍ଧି ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପ୍ରମୁଖ ଆୟ ମଧ୍ୟରୁ ରାଜସ୍ବ ଆକାରରେ ଅର୍ଥାତ୍‌ ଖଣିରୁ ୫ କୋଟି, ରାଜଭାଗ ୧କୋଟି, ମହାପ୍ରଭୁଙ୍କ ଜମି ବିକ୍ରିରୁ ୫ କୋଟି ଆୟ ଲକ୍ଷ୍ୟ ରଖାଯାଇଛି। ସେହିପରି ସୁଧ ବାବଦରେ ୪୦ କୋଟି ଏବଂ ସରକାରଙ୍କଠାରୁ ୪୭ କୋଟି ଟଙ୍କା ପାଇବା ପାଇଁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ବ୍ୟୟ ମଧ୍ୟରୁ ମୁଖ୍ୟତଃ ନୀତି ସମ୍ପର୍କିତ ଖର୍ଚ୍ଚ ସର୍ବାଧିକ ୪୦ କୋଟି ଟଙ୍କା ରଖାଯାଇଛି । ଏଥିମଧ୍ୟରୁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଚଳିତବର୍ଷ କରୋନା ପାଇଁ ବ୍ୟୟବହୁଳ ରଥଯାତ୍ରା ବାବଦରେ ସବୁଠୁ ଅଧିକ ଖର୍ଚ୍ଚ କରାଯାଇଛି। ରଥ ସମ୍ପୃକ୍ତ ସେବାୟତଙ୍କ ରହିବା, ଖାଇବା ବ୍ୟବସ୍ଥା ମନ୍ଦିର ପ୍ରଶାସନ କରିଥିବାବେଳେ ଦୁଇଗୁଣ ପାଳିଆ ପୁରସ୍କାର ପ୍ରଦାନ କରାଯାଉଛି । ସେହିପରି ବ୍ୟୟ ଅଟକଳ ମଧ୍ୟରେ ଉନ୍ନୟନ ମୂଳକ କାମ ବାବଦରେ ୧୬କୋଟି ୪୩ଲକ୍ଷ, ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ ୨୪ କୋଟି, ସେବକ କଲ୍ୟାଣ ବାବଦରେ ୧୦କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେବକ କଲ୍ୟାଣ ଖର୍ଚ୍ଚ ମଧ୍ୟରେ କରୋନା ପାଇଁ ସେବକଙ୍କୁ ସହାୟତା, ବୀମା ଓ ଭତ୍ତା ଆଦି ସାମିଲ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ବୈଠକ ପ୍ରାରମ୍ଭରେ କରୋନାରେ ମୃତ୍ୟୁ ଘଟିଥିବା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରବୀନ୍ଦ୍ରନାଥ ପ୍ରତିହାରୀ, ବଳଦେବ ସିଂହାରୀ ଓ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ସମେତ ଅନ୍ୟ ଦିବଂଗତ ସେବକଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ୱର ମହାପାତ୍ର, ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ କୁମାର ତିଆଡ଼ି, ବାବା ସଚ୍ଚିଦାନନ୍ଦ ଦାସମହାରାଜ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri