Posted inରାଜ୍ୟ

ସମ୍ବିତ୍‌ଙ୍କ ଯୋଗୁ ପୁରୀ ପରିଚିତ କହି ଲେଖାଶ୍ରୀ ସମାଲୋଚିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ପୁରୀ ଓଡିଶାର ବୋଲି ବାହାରେ କେହି ଜାଣି ନ ଥିଲେ। ଏହା କଲିକତାର ବୋଲି ସମସ୍ତେ ଭାବୁଥିଲେ। ପୁରୀ ଲୋକ ସଭା ଆସନରେ ସମ୍ବିତ ପାତ୍ର ନିର୍ବାଚନ ଲଢିବା ପରେ ଯାଇ ସମସ୍ତେ ଏହା ଓଡିଶାର ବୋଲି ଜାଣିପାରିଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ସବୁ ମହଲରେ ଲେଖାଶ୍ରୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବିଜେଡି ଏହାକୁ ଏକ ସୁଯୋଗଭାବେ ଗ୍ରହଣ କରି ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି। ଅନ୍ୟପଟେ ଭାଜପା ନେତାମାନେ ମଧ୍ୟ ଏହି ମନ୍ତବ୍ୟକୁ ନେଇ ଲେଖାଶ୍ରୀଙ୍କ ସପକ୍ଷରେ ବାହାରି ନାହାନ୍ତି। କଂଗ୍ରେସ ମଧ୍ୟ ସମାନଭାବେ ଏଭଲି ବୟାନକୁ କଡା ଭାଷାରେ ନିନ୍ଦା କରିଛି। ଲେଖାଶ୍ରୀଙ୍କ ନାଁ ନ ନେଇ ବିଜେଡି ନେତା ଅରୁପ ପଟ୍ଟନାୟକ କହିଛନ୍ତି, ଜଗନ୍ନାଥଙ୍କୁ ଧ୍ୱଂସ କରିବା ଲାଗି କଳାପାହାଡ ଆସିଥିଲେ। ତାଙ୍କ ଭଗିନି ଭଳି ଇଏ ବର୍ତ୍ତମାନ ଆଚରଣ କରୁଛନ୍ତି। ଜଗନ୍ନାଥ ମନ୍ଦିର ଏବଂ ପୁରୀ ବିନା ଓଡିଶାର ଅସ୍ତିତ୍ୱ ନାହିଁ। ହେଲେ ପୁରୀ ପରିଚୟ କଥା କହି ସେ ନିଜର ନିର୍ବୋଧଭାବ, ବାଚଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଉପରେ ଭାଜପାର ସମର୍ଥନ ଥିବା ଭଳି ଲାଗୁ ନ ଥିବା ଅରୁପ କହିଛନ୍ତି। ଭାଜପା ପୂର୍ବତନ ବିଧାୟକ ପ୍ରଦୀପ ପୁରେହିତ କହିଛନ୍ତି, ଏଭଳି ମନ୍ତବ୍ୟ ନିନ୍ଦନୀୟ। ତାଙ୍କ ବୟାନ ହାସ୍ୟାସ୍ପଦ ଓ ସେ ଦୁଃଖ ପ୍ରକାଶ କରିବା କଥା। ପୁରୀ ଧାମ ଜଗନ୍ନାଥଙ୍କ ପାଇଁ ବିଶ୍ୱରେ ପରିଚିତ ସମ୍ବିତଙ୍କ ପାଇଁ ନୁହେଁ ବୋଲି ପ୍ରଦୀପ କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଲେଖାଶ୍ରଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଓଡ଼ିଆ ଜାତି ନୁହେଁ ଏହା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ। ଭାଜପା ଜଗନ୍ନାଥଙ୍କୁ କେଉଁ ଦୃଷ୍ଟିରେ ଦେଖେ ତାହା ଲେଖାଶ୍ରୀଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି। ଭାଜପା ଏଭଳି ଗର୍ବ ଏବଂ ଅହଂକାର ପରିତ୍ୟାଗ କରୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରିଥାଆନ୍ତି। ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ପ୍ରଭୃତି ସାରା ବିଶ୍ୱରେ ପାଳିତ ହେଉଛି। ବିଶ୍ୱର ବହୁଦେଶରୁ ଲୋକ ପୁରୀ ଆସି ଜଗନ୍ନାଥଙ୍କ ସମ୍ପର୍କରେ ଜାଣନ୍ତି। ଆମେରିକା ଓ ଇଂଲଣ୍ଡ ପ୍ରଭୁତି ଦେଶର ଲୋକ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ। ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସନ୍ତି। ଲେଖାଶ୍ରୀ ସମ୍ବିତ ପାତ୍ରଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥଙ୍କୁ ନ୍ୟୁନ କରିଦେଇଛନ୍ତି। ନିଜର ଅବିବେକୀ ମନ୍ତବ୍ୟ ପାଇଁ ଲେଖାଶ୍ରୀ କ୍ଷମା ମାଗନ୍ତୁ ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri