ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ୍‌ର ତାପମାତ୍ରା ଲଗାତାର ବଢିବାରେ ଲାଗିଛି। ସମ୍ପ୍ରତି ଏହା ୨୦ ଲକ୍ଷ ଡିଗ୍ରୀ କ୍ୱିଲେନ୍‌ ତାପମାତ୍ରାରେ ପହଞ୍ଚିଛି। ଯାହାକି ୪ ନିୟୁତ ଫାରେନହାଇଟ୍‌ ଡିଗ୍ରୀ ସହିତ ସମାନ। ବୈଜ୍ଞାନିକ ଜିମ୍‌ ପିବଲ୍ସ୍‌ଙ୍କ ଅନୁସାରେ ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି। ଗବେଷଣାରେ ପ୍ଲାଙ୍କ୍‌ ଏବଂ ସ୍ଲୋଅନ୍‌ ଡିଜିଟାଲ ସ୍କାଏ ସର୍ଭେ ଡାଟାର ଉପଯୋଗ କରାଯାଇଛି। ଆକାଶଗଙ୍ଗାର ପ୍ରାକୃତିକ ସଂରଚନା ଏବଂ ପ୍ରକ୍ରିୟା ଯୋଗୁ ବ୍ରହ୍ମାଣ୍ଡର ତାପମାତ୍ରା ବୃଦ୍ଧି ହାର ଅଧିକ ରହୁଛି। ବ୍ରହ୍ମାଣ୍ଡ ଆକାଶ ଗଙ୍ଗାରେ ଥିବା ବିଭିନ୍ନ ପଦାର୍ଥ ଏବଂ ଗ୍ୟାସକୁ ନିଜର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ନିଜ ଆଡ଼କୁ ଟାଣିବାରେ ଲାଗିଛି। ଅପରପକ୍ଷରେ ଗ୍ୟାସ୍‌ ଏବଂ ଅନ୍ୟ ପଦାର୍ଥ ମଧ୍ୟ ଆକାଶଗଙ୍ଗା ଉପରେ ଆକର୍ଷଣ ଶକ୍ତି ସୃଷ୍ଟି କରୁଛନ୍ତି। ଏହା ଦାରା ସୃଷ୍ଟି ହେଉଥିବା ଶକ୍ତି ଯୋଗୁ ଗ୍ୟାସ୍‌ର ତାପମାତ୍ରା ପୂର୍ବାପେକ୍ଷା ବଢ଼ିଛି। ଆକାଶଗଙ୍ଗାରେ ଲାଗି ରହିଥିବା ଗୁରୁତ୍ୱାକର୍ଷଣର ପ୍ରଭାବ ପୃଥିବୀ ଉପରେ ମଧ୍ୟ ପଡୁଛି। ଏହାର ଯୋଗୁ ପୃଥିବୀ ସମେତ ଅନ୍ୟ ଗ୍ରହଗୁଡ଼ିକରେ ଥିବା ଗ୍ୟାସର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଥିବା କୁହାଯାଉଛି। ତେବେ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ଅନ୍ୟ କାରଣ ମଧ୍ୟ ରହିଛି। ୧୮୭୦ଠାରୁ ଶିଳ୍ପାୟନ ଧାରା ଜାରି ରହିବା ଯୋଗୁ ଏହାର ପ୍ରଭାବ ପୃଥିବୀର ତାପମାନ ଉପରେ ପଡ଼ିବାରେ ଲାଗିଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କ୍ରମାଗତ ଏଥିରେ ବୃଦ୍ଧି ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୨୦୧୩ରେ ନିୟୁତ ପିଛା(ପିପିଏମ୍‌) ୪ ଶହ ଥିଲା। ଗତ ୩ ଦଶନ୍ଧି ଧରି ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିଶ୍ୱତାପନ ବଢୁଛି। ୨୦୧୪ରେ ଏଲନିନୋ ଭୂମଧ୍ୟ ରେଖାର ମଧ୍ୟ ପୂର୍ବ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା। ଏହର ପ୍ରଭାବଯୋଗୁ ମଧ୍ୟ ବିଶ୍ୱ ତାପମାନ ସଙ୍କଟ ସ୍ଥିତିରେ ପହଞ୍ଚିଥିଲା । ଏହାଯୋଗୁ ଆଗାମୀ ଦିନରେ ପୃଥିବୀ ଉପରେ ବିପଦ ଘନେଇ ଆସୁଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri