ବଦାନ୍ୟତାରେ ଅଜିମ ପ୍ରେମ୍‌ଜୀ ଶୀର୍ଷରେ

ବାଙ୍ଗାଲୋର: ୨୦୧୯-୨୦ ବର୍ଷ ଲାଗି ପ୍ରକାଶିତ ଭାରତୀର ଫିଲାନଥ୍ରୋପି ବା ବଦାନ୍ୟତା ତାଲିକାରେ ଓ୍ବିପ୍ରୋର ଅଜିମ ପ୍ରେମ୍‌ଜୀ ସମସ୍ତଙ୍କ ପଛରେ ପକାଇ ଦେଇଛନ୍ତି। ସେ ଦୈନିକ ୨୨ କୋଟି ଏବଂ ବାର୍ଷିକ ମୋଟ ୭୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ ରିପୋର୍ଟ ଇଣ୍ଡିଆ ଏବଂ ଏଡେଲ ଗିଭ୍‌ ଫାଉଣ୍ଡେଶନ ପକ୍ଷରୁ ଭାରତୀୟ ବଦାନ୍ୟ ବ୍ୟକ୍ତିଙ୍କର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଶିବ ନାଦାର ଶୀର୍ଷରେ ରହି ଆସୁଥିଲେ। ହେଲେ ପ୍ରେମ୍‌ଜୀ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ନାଦାର ୭୯୫ କୋଟି ଟଙ୍କା ଦାନ କରିଥିବା ବେଳେ ଏହାର ପୂର୍ବବର୍ଷ ୮୨୬ କୋଟି ଟଙ୍କା ଦାନ କରିଥିଲେ। ତାଲିକାର ତୃତୀୟ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ମୁକେଶ ୪୫୮ କୋଟି ଟଙ୍କା ଦାନ କରିଛନ୍ତି। ଏହାର ପୂର୍ବ ବର୍ଷରେ ସେ ୪୦୨ ଟଙ୍କା ଦାନ କରିଥିଲେ। କୋଭିଡ୍‌ରେ ଲୋକଙ୍କ ସହାୟତା ଲାଗି ଟାଟାସନ୍ସ ୧୫୦୦ କୋଟି ଦେବାକୁ କହିଛି। ପ୍ରେମ୍‌ଜୀ ୧୧୨୫ କୋଟି, ଅମ୍ବାନୀ ୫୧୦ କୋଟି ଘୋଷଣା କରିଛନ୍ତି। ସେହିଭଳି ପିଏମ୍‌ କେୟାର ପାଣ୍ଠିକୁ ବଡ ବଡ କର୍ପୋରେଟ ଦାନ କରିଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୫୦୦ କୋଟି, ଆଦିତ୍ୟ ବିର୍ଲା ଗ୍ରୁପ୍‌ ୪୦୦ କୋଟି ଏବଂ ଟାଟା ୫୦୦ କୋଟି ଦେବାକୁ ଘୋଷଣା କରିଛି। ପ୍ରେମ୍‌ଜୀଙ୍କ ମୋଟ ଦାନ ୧୭୫% ବୃଦ୍ଧି ପାଇ ଗତ ଆର୍ଥତ୍କ ବର୍ଷରେ ୧୨,୦୫୦ କୋଟି ଟଙ୍କା ଛୁଇଁଛି। ଏଟିଇ ଚନ୍ଦ୍ରା ଫାଉଣ୍ଡେଶନର ଅମିତ ଚନ୍ଦ୍ରା ଏବଂ ଅର୍ଚ୍ଚନା ଚନ୍ଦ୍ରା ୨୭ କୋଟି, ନନ୍ଦନ ନିଲେକାନି ୧୫୯ କୋଟି, ଏସ୍‌.ଗୋପାଳକୃଷ୍ଣ ୫୦ କୋଟି, ଏସ୍‌ଡି ସବୁଲାଲ ୫୦ କୋଟି ଦାନ କରିଥିବା ଜଣାପଡିଛି। ଶିକ୍ଷା କ୍ଷେତ୍ରର ବିକାଶ ଲାଗି ପ୍ରାୟ ୯୦ଫିଲାନଥ୍ରୋପିଷ୍ଟ ଦାନ କରିଛନ୍ତି। ପ୍ରେମ୍‌ଜୀ ଏବଂ ନାଦାର ଏ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ସ୍ବାସ୍ଥ୍ୟ କ୍ଷେତ୍ରକୁ ୮୪ ଏବଂ ପୁନର୍ବାସ ଲାଗି ୪୭ ଜଣ ଦାନ କରିଛନ୍ତି। ମୁମ୍ବାଇରୁ ୩୬ ଜଣ ଦାନ କରିଥିବା ବେଳେ ନୂଆଦିଲ୍ଲୀରୁ ୨୦ ଏବଂ ବାଙ୍ଗାଲୋରରୁ ୧୦ ଜଣ ଦାନ କରିଛନ୍ତି। ସେହିଭଳି ଫ୍ଲିପ୍‌କାର୍ଟର ସହପ୍ରତିଷ୍ଠାତା ବିନି ବଂଶଲ ୫ କୋଟି ଟଙ୍କା ଦାନ ସହ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri