Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ଭେଲୋସିଟି ବିଜୟୀ

ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବୁଧବାର ବ୍ରେକ୍‌ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍‌ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ ଭେଲୋସିଟି ୫ ଉଇକେଟରେ ସୁପରନୋଭାସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିଥିବାବେଳେ ଭେଲୋସିଟି ୧୯.୫ ଓଭରରେ ୫ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭେଲୋସିଟି ଦଳର ଅଧିନାୟିକା ମିଥାଲି ରାଜ। ସୁପର ନୋଭାସ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ପାର୍ଟନରଶିପ୍‌ ଅଭାବରୁ ସମ୍ମାନଜନକ ସ୍କୋର କରିପାରି ନ ଥିଲା। ଓପନିଂ ଯୋଡ଼ିରେ ୩୨ ବଲ୍‌ରୁ ୩୦ ରନ ହେବାପରେ ପ୍ରିୟା ପୁନିୟା ୧୧ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶ୍ରୀଲଙ୍କାର ଚାମରି ଆଟାପାଟ୍ଟୁ ସର୍ବାଧିକ ୪୪(୩୯ ବଲ, ୨ ଚୌକା, ୨ ଛକା) ରନ କରିଥିବାବେଳେ ଅଧିନାୟକ ହରମନପ୍ରୀତ କୌର ଦ୍ୱିତୀୟ ସର୍ବାଧିକ ୩୧(୨୭ ବଲ, ୧ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଚାମରି ଓ ହରମନପ୍ରୀତଙ୍କ ୩ୟ ଉଇକେଟ ଯୋଡ଼ିରେ ସର୍ବାଧିକ ୪୭ ରନର ଭାଗୀଦାରି ହୋଇଥିଲା। ଅନ୍ୟ ବ୍ୟାଟ୍ସଓମ୍ୟାନମାନେ ବିଫଳ ହେବାରୁ ସୁପରନୋଭାସ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା। ଜେମିକା ରୋଡ୍ରିଗ୍ବେଜ ମାତ୍ର ୭, ଶଶିକଳା ଶିରିବର୍ଦ୍ଧନେ ୧୮ ରନ କରିଥିବାବେଳେ ପୂଜା ବସ୍ତ୍ରକାର ଖାତା ଖୋଲିପାରି ନ ଥିଲେ। ଉଭୟ ଚାମରି ଓ ହରମନପ୍ରୀତଙ୍କ ଉଇକେଟ ନେଇ ସୁପରନୋଭାସକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ ଭେଲୋସିଟି ବୋଲର ଜାହାନରା ଆଲାମ। ଅନ୍ୟ ବୋଲରଙ୍କ ମଧ୍ୟରେ ଏକତା ବିସ୍ତ ୨୨ ରନ ଦେଇ ସର୍ବାଧିକ ୩ଟି ଉଇକେଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଅଫ୍‌ସ୍ପିନର ଲେଗ୍‌ କାସ୍ପେରେକ୍‌ଙ୍କୁ ୨ଟି ଉଇକେଟ ମିଳିଥିଲା।
୧୨୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭେଲୋସିଟି ମାତ୍ର ୧୭ ରନ ମଧ୍ୟରେ ଦୁଇ ଓପନର ଡାନିଏଲ ଓ୍ବାଟ(୦) ଓ ଶେଫାଳି ବର୍ମା(୧୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଆୟାବୋଙ୍ଗା ଖାକା ଚମତ୍କାର ବୋଲିଂ କରି ଏହି ୨ଟି ଉଇକେଟ ନେଇଥିଲେ। ଅଧିନାୟିକା ମିଥାଲି ମାତ୍ର ୭ ରନ କରି ପ୍ୟାଭିଲିୟନ ଫେରିବାରୁ ଦଳର ବିଜୟ ଆଶା ମଉଳି ଯାଇଥିଲା। ବେଦ କ୍ରିଷ୍ଣମୂର୍ତ୍ତୀ ଭଲ ଖେଳିଥିଲେ ହେଁ ୨୮ ବଲ୍‌ରୁ ୨୯(୪ ଚୌକା) ରନ କରି ଆଉଟ ହୋଇଥିଲେ। ସୁଷମା ବର୍ମା ଓ ସୁନେ ଲୁସ୍‌ ୫ମ ଉଇକେଟରେ ୫୧ ରନ ଯୋଡ଼ି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ଦେଇଥିଲେ। ୮ ବଲ୍‌ରୁ ୧୧ ରନ ଆବଶ୍ୟକ ହେଉଥିବାବେଳେ ସୁଷମା ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇ ଯାଇଥିଲେ। ସେ ୩୩ ବଲ୍‌ରୁ ୩୪(୨ ଛକା) ରନ କରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିଲା। ଲୁସ୍‌ ଓ ଶିଖା ପାଣ୍ଡେ ଗୋଟିଏ ବଲ୍‌ ବାକିଥାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ। ଲୁସ୍‌ ୨୧ ବଲ୍‌ରୁ ୩୭(୪ ଚୌକା, ୧ ଛକା) ଓ ଶିଖା ୨ ରନକରି ଅପରାଜିତ ରହିଥିଲେ। ସୁପରନୋଭାସ ବୋଲରଙ୍କ ମଧ୍ୟରେ ଖାକା ୨ଟି ଏବଂ ରାଧା ଯାଦବ, ପୁନମ ଯାଦବ ଓ ଶଶିକଳା ଶିରିବର୍ଦ୍ଧନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସୁପରନୋଭାସ ୨୦ ଓଭରରେ ୧୨୬/୮(ଚାମରି-୪୪, ହରମନପ୍ରୀତ-୩୧, ଏକତା-୩/୨୨, ଜାହାନରା-୨/୨୭, କାସ୍ପେରେକ୍‌-୨/୨୩)। ଭେଲୋସିଟି ୧୯.୫ ଓଭରରେ ୧୨୯/୫ (ଲୁସ୍‌-୩୭*, ସୁଷମା-୩୪, କ୍ରିଷ୍ଣମୂର୍ତ୍ତୀ-୨୯, ଖାକା-୨/୨୭, ରାଧା-୧/୨୫, ପୁନମ-୧/୨୭, ଶଶିକଳା-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିପାରେ ବଡ଼ ଝଟ୍‌କା: ଏହି କ୍ରିକେଟର୍‌ ହୋଇପାରନ୍ତି ଉପଅଧିନାୟକ

ନୂଆଦିଲ୍ଲୀ,୩୦।୪: କିଛି ମାସ ପୂର୍ବରୁ ରିଷଭ ପନ୍ତ ଆଇପିଏଲ ୨୦୨୪ର ଅଂଶ ହେବେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଟି -୨୦...

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri