Posted inଖେଳ

ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ରୋହିତ

ଶାରଜା,୫।୧୧(ପି.ଟି.): ଏବେ ସୁସ୍ଥ ଅଛି ଓ ହାର୍ମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭଲ ଅଛି ବୋଲି ଭାରତୀୟ ତାରକା ଓପନର ରୋହିତ ଶର୍ମା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଇଞ୍ଜୁରି କାରଣରୁ ସେ ୨ ସପ୍ତାହ ଖେଳି ନ ଥିଲେ। ତେବେ ସେ ପ୍ରତ୍ୟାବର୍ତ୍ତନ କରି ପୁଣି ଥରେ ନେତୃତ୍ୱ ନେବା ସହ ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିଛନ୍ତି। ଦୁଇ ସପ୍ତାହ ଆଇପିଏଲ୍‌ ନ ଖେଳିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ଗତ ମ୍ୟାଚ୍‌ରେ ସେ ସନରାଇଜର୍ସ ହାଇଦ୍ରାବଦ୍‌ ବିପକ୍ଷରେ ମାତ୍ର ୭ଟି ବଲ୍‌ ଖେଳିଥିଲେ। ମୁମ୍ବାଇ ଏହି ମ୍ୟାଚ୍‌ରେ ୧୦ ଉଇକେଟରେ ପରାସ୍ତ ହୋଇଥିଲା।
ପ୍ରତ୍ୟାବର୍ତ୍ତନ କରିଥିତ୍ବାରୁ ବେଶ୍‌ ଖୁସି ଅଛି। ଆଗକୁ କେତୋଟି ମ୍ୟାଚ୍‌ ଖେଳିବି ବୋଲି ଲକ୍ଷ୍ୟ ରଖିଛି। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପୂରା ଭଲ ଅଛି ଓ ପୂରା ସୁସ୍ଥ ଅଛି ବୋଲି ରୋହିତ ମ୍ୟାଚ୍‌ ପରେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ତାଙ୍କୁ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ ନ କରିବାକୁ ସେତେଟା ବ୍ୟଗ୍ର ନ ହେବ ପାଇଁ ପରାମର୍ଶ ଦେଇଥିଲେ। ସେତେବେଳକୁ ସେ ୪ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ନ ଥିଲେ। ଏହି ଇଞ୍ଜୁରି କାରଣରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରେ ସାମିଲ କରି ନ ଥିଲେ। ଏବେ ସେ ପ୍ରତ୍ୟାବର୍ତ୍ତନ କରି ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ରୋହିତ ବାମ ଗୋଡରେ ହାମଷ୍ଟ୍ରିଙ୍ଗ ଇଞ୍ଜୁରିର ଶିକାର ହୋଇଥିଲେ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟିମ ମ୍ୟାନେଜମେଣ୍ଟ କହିଛି। ଅକ୍ଟୋବର ୧୮ ତାରିଖରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ହାଇଦ୍ରାବାଦଠାରୁ ମୁମ୍ବାଇ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ତେବେ ଏହି ପରାଜୟକୁ ଭୁଲି ଆମେ ଗୁରୁବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ କ୍ୱାଲିଫାୟର- ୧ ମୁକାବିଲା ଉପରେ ଫୋକସ କରୁଛୁ ବୋଲି ରୋହିତ କହିଛନ୍ତି। ଏହି ମ୍ୟାଚ୍‌ରେ ମୁମ୍ବାଇ ଦୁଇ ତାରକା ବୋଲର ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦେଇଥିଲା। ଗତ ଦୁଇଟି ମ୍ୟାଚ୍‌ ଖେଳି ନ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ଠିକ ଅଛି। ତାଙ୍କୁ ବିଶ୍ରାମ ଦେଇ ଅନ୍ୟମାନଙ୍କୁ ସୁଯୋଗ ଦେବା ଅମର ଲକ୍ଷ୍ୟ ରହିଥିଲା। ପ୍ଲେ- ଅଫ୍‌ ଖେଳିବାକୁ ସେ ପ୍ରସ୍ତୁତ ହୋଇଥିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଦିଲ୍ଲୀ ଏକ କ୍ୱାଲିଟି ଦଳ ହୋଇଥିବାରୁ ଆମ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ତେବେ ଆମେ ପ୍ଲେ-ଅଫ୍‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri