Posted inଖେଳ

କିଏ ଜିତିବ ଅରେଞ୍ଜ୍‌ କ୍ୟାପ୍‌, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ ପରେ ଫାଇନାଲ ହେବ। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟରେ ଅରେଞ୍ଜ୍‌ କ୍ୟାପ୍‌ ବିଜେତାଙ୍କୁ ନେଇ (ସର୍ବାଧିକ ରନ ସ୍କୋରର) ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ପାଖରେ ଅଛି। କିନ୍ତୁ ତାଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ଏଭଳି ପରିସ୍ଥିତିରେ ଏବେ ଅନେକ ବ୍ୟାଟ୍ସମ୍ୟାନ ଅରେଞ୍ଜ କ୍ୟାପ ଦୌଡ଼ରେ ଅଛନ୍ତି। ପ୍ରଶ୍ନ ଉଠିଛି ରାହୁଲଙ୍କ ରେକର୍ଡ କିଏ ଭାଙ୍ଗିବ? ଅରେଞ୍ଜ କ୍ୟାପ ଦୌଡରେ ଥିବା ବ୍ୟାଟ୍ସମ୍ୟାନଙ୍କ ସ୍କୋର ବିଷୟରେ ତଥ୍ୟ..
ରାହୁଲ ୧୪ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରି ରନ୍‌ ତାଲିକାର ସର୍ବାଗ୍ରେ ଅଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍‌ ଶିଖର ଧାୱନ ସର୍ବାଧିକ ରନ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଧାୱନ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚରେ ୪୭୧ ରନ ସଂଗ୍ରହ କରିଛନ୍ତି। ଅର୍ଥାତ୍‌ ରାହୁଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ୨୦୦ ରନ ଆବଶ୍ୟକ । ଯଦି ଦିଲ୍ଲୀ ଦଳ ପ୍ଲେ ଅଫରେ ପହଞ୍ଚେ ତେବେ ତାଙ୍କୁ ୨-୩ ମ୍ୟାଚ ଖେଳିବାର ସୁଯୋଗ ମିଳିବ।

ରନ ସ୍କୋର କରିବାକୁ ଦୌଡ଼ରେ ଚେନ୍ନାଇ ସୁପର କିଙ୍ଗ୍ସର ଫାଫ ଡୁପ୍ଲେସି ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ୪୪୯ ରନ ସ୍କୋର କରିଥିବା ଡୁପ୍ଲେସିଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଛି।

ଫାଫ୍‌ଙ୍କ ପରେ ସମସ୍ତଙ୍କ ଆଖି ଏବେ ଡେଭିଡ ୱାର୍ଣ୍ଣରଙ୍କ ଉପରେ ରହିଛି। ଓ୍ବାର୍ଣ୍ଣର ଏପର୍ଯ୍ୟନ୍ତ ୪୪୪ ରନ ସଂଗ୍ରହ କରିଛନ୍ତି। ବିଶେଷ କଥା ହେଉଛି ସନରାଇଜର୍ସ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରୁ ବାହାରି ନାହାଁନ୍ତି।

ଏହା ପରେ କେକେଆରର ଶୁଭମାନ ଗିଲ ଅଛନ୍ତିି। ଗିଲ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୪୪୦ ରନ ସଂଗ୍ରହ କରିଛନ୍ତି।

ବିରାଟ କୋହଲି ମଧ୍ୟ ଅରେଞ୍ଜ୍‌ କ୍ୟାପ ରେସରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୪୩୧ ରନ ସଂଗ୍ରହ କରିଛନ୍ତି। ଯଦି ଆରସିବି ଦଳ ପ୍ଲେ ଅଫ୍‌ରେ ପହଞ୍ଚେ, ତେବେ ବିରାଟଙ୍କ ଦଳ ଆହୁରି ମ୍ୟାଚ ଖେଳିପାରିବ। ଏଭଳି ପରିସ୍ଥିତିରେ ସେ ମଧ୍ୟ କେ.ଏଲ ରାହୁଲଙ୍କ ସ୍କୋର ପାଖରେ ପହଞ୍ଚି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri