Posted inଖେଳ

ମୋ ବିସ୍ଫୋରକ ବ୍ୟାଟିଂର ରାଜ୍‌ ହେଉଛି ମା’ ହାତରନ୍ଧା ଖାଦ୍ୟ

ଆଇପିଏଲ୍‌ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ଟକୁ ୯ ଉଇକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଛି। ଏହି ବିଜୟରେ ମୁଖ୍ୟ ଭୂମିକା ଥିଲା ଓପନର୍‌ ଇଶାନ କିଶାନ। ସେ ୭୨ ରନ ସଂଗ୍ରହ କରିଥିଲେ। ଇଶାନ ପ୍ରଥମ ଉଇକେଟ ପାଇଁ ଡିକକ୍‌ଙ୍କ ସହ ୬୮ ରନ ଭାଗିଦାରୀ କରିଥିଲେ। ଇଶାନ ତାଙ୍କର ବିସ୍ଫୋରକ ପାଇଁ ଜଣାଶୁଣା। ମ୍ୟାଚ ପରେ ମୁମ୍ବାଇର ସ୍ପିନର ଜୟନ୍ତ ଯାଦବ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ତାଙ୍କର ବିସ୍ଫୋରକ ବ୍ୟାଟିଂର ରହସ୍ୟ ହେଉଛି ମା’ ହାତରନ୍ଧା ଖାଦ୍ୟ। ଜୟନ୍ତ ତାଙ୍କୁ ପଚାରିଥିଲେ ଯେ କ୍ରିକେଟ୍‌ ପ୍ରଶଂସକ ତୁମକୁ ପକେଟ ଡାଇନାମାଇଟ୍‌ ନାମରେ ଜାଣନ୍ତି। ତେବେ ଏଭଳି ପିେସ୍ଫୋରକ ବ୍ୟାଟିଂ ପଛର ରହସ୍ୟ କ’ଣ? ଏହାର ଉତ୍ତରରେ ସେ କହିଛନ୍ତି, ମୋର ଶକ୍ତିଶାଳୀ ଶଟ୍‌ ଖେଳିବାର ଶ୍ରେୟ ମୋ ମା’ଙ୍କ ନିକଟକୁ ଯାଇଥାଏ। କାରଣ ତାଙ୍କ ହାତରନ୍ଧା ଖାଦ୍ୟ ଖାଇବା ପରେ ଏହି ଶକ୍ତି ଆସିଛି। ଏହା ବ୍ୟତୀତ ପଲ ଚାପମ୍ୟାନ୍‌ଙ୍କ ପ୍ରଶିକ୍ଷଣ ମଧ୍ୟ ମୋତେ ବହୁତ ଶିକ୍ଷା ଦେଇଛି। ଇଶାନ ଏପର୍ଯ୍ୟନ୍ତ ୪୯ଟି ମ୍ୟାଚରେ ୧୦ଟି ଇନିଂସ ଖେଳି ୩୯୫ ରନ ସଂଗ୍ରହ କରିଛନ୍ତି। ଚଳିତ ଆଇପିଏଲ୍‌ରେ ସେ ମୁମ୍ବାଇ ପାଇଁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ। ଏହି ସମୟ ମଧ୍ୟରେ ସେ ୩ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri