Posted inଫୁରସତ

ଖୁସି ମନ

ଏକ ଭଲ ମାନସିକ ସ୍ଥିତି ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ, ଏହା ଯେକୌଣସି କାର୍ଯ୍ୟ ଲାଗି ଉର୍ଜା ଯୋଗାଇଥାଏ। ହେଲେ କେବେ କେବେ ଦୁଃଖ, ଚିନ୍ତା ଭଳି ଅନେକ କାରଣ ଭାରାକ୍ରାନ୍ତ କରିଦିଏ ମନକୁ। ଆଉ ଧୀରେ ଧୀରେ ମନ ଭିତରେ ଏହି ଭାର ବଢି ବଢି ଜଟିଳ ମାନସିକ ରୋଗର ରୂପ ନିଏ । ଯାହାଦ୍ୱାରା ମଣିଷ ସବୁଠାରୁ ବେଶି ଅଭିଶାପଗ୍ରସ୍ତ ହୋଇଯାଏ ଏବଂ ସବୁ ଥାଇ ମଧ୍ୟ ସେ ସବୁକିଛି ହରାଇବସେ। ତେଣୁ ଏକ ସୁଖୀ ଜୀବନ ଜିଇବାକୁ ହେଲେ ମନକୁ ଖୁସି ଏବଂ ସୁସ୍ଥ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ଜଣେ ମଣିଷ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ମଣିଷର ଦେହ ଖରାପ ହେଲେ ଶରୀରକୁ କଷ୍ଟ ହୁଏ, କିନ୍ତୁ ମନ ଠିକ୍‌ ଥାଏ। ହେଲେ ଥରେ ମାନସିକ ରୋଗାକ୍ରାନ୍ତ ହେଲେ ମଣିଷ ସବୁଠାରୁ ବେଶି ଅଭିଶାପଗ୍ରସ୍ତ ହୋଇଯାଏ ଏବଂ ସବୁ ଥାଇ ମଧ୍ୟ ସେ ସବୁକିଛି ହରାଇବସେ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ, ପୃଥିବୀର ପ୍ରାୟ ୪୫ କୋଟିରୁ ଅଧିକ ଲୋକ ଭିନ୍ନ ଭିନ୍ନ ପ୍ରକାରର ମାନସିକ ରୋଗରେ ପୀଡ଼ିତ। ଭାରତ ଏକ ବିକାଶଶୀଳ ଦେଶ ହେଲେ ମଧ୍ୟ ଏଠାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ପରିତାପର ବିଷୟ ଯେ, ଆମ ଦେଶରେ ଦିନକୁ ଦିନ ଯୁବାବସ୍ଥାରେ ଅନେକେ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଛନ୍ତି, ଏମିତି କି ଏଥିଯୋଗୁ ନିକଟରେ ଅନେକ ଆତ୍ମହତ୍ୟା ଘଟଣା ନଜରକୁ ଆସିଛି।
ଏହାର କାରଣ: ଯୁବ ବୟସରେ ପାଠପଢ଼ା, ଜବ୍‌ ଆଦିର ଚାପ, ଆର୍ଥିକ ଚାପ, ପ୍ରେମରେ ବିଫଳ, ପାରିବାରିକ ପରିସ୍ଥିତି ହେଉ କିମ୍ବା ଆଜିକାଲି ଅନେକେ ଫେସ୍‌ବୁକ୍‌, ଟ୍ବିଟର୍‌ ଓ ହ୍ବାଟସ୍‌ଆପ୍‌ ଭଳି ସୋସିଆଲ ମିଡ଼ିଆରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଦ୍ୱାରା ପରିବାର ଏବଂ ଅନ୍ୟମାନଙ୍କଠାରୁ ଦୂରେଇଯିବା ଭଳି ବିଭିନ୍ନ କାରଣରୁ ମାନସିକ ଅବସାଦଗ୍ରସ୍ତ ବା ଡିପ୍ରେଶନ୍‌ର ଶିକାର ହେଉଛନ୍ତି। ବେଳେବେଳେ ଅଳ୍ପ କିଛି ଘଟଣାରେ ମଧ୍ୟ ସେମାନେ ନିଜ ମନ ଉପରେ ଆୟତ୍ତ ରଖି ନ ପାରି ନିଜର ହିତାହିତ ଜ୍ଞାନ ଭୁଲିଯାଆନ୍ତି ଏବଂ ମାନସିକ ଭାରସାମ୍ୟ ହରାଇ ‘ଆମତ୍ହତ୍ୟା’ ଭଳି ଜଘନ୍ୟ କାମ କରିବାକୁ ପଛାଉ ନାହାନ୍ତି। ବେଳେବେଳେ ଘରେ ମାନସିକ ରୋଗର ଇତିହାସ ଥିଲେ ବି କେହି କେହି ମାନସିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
କିପରି ଜାଣିବେ: ମନ ବି ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ। ଏହାର ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ଏହା ପରବର୍ତ୍ତୀ ସମୟରେ କୌଣସି ବଡ଼ ମାନସିକ ରୋଗର କାରଣ ସାଜିପାରେ। ଯଦି ବାରମ୍ବାର ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରନ୍ତି ତେବେ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ମଣିଷ ନିଜର ମାନସିକ ସମସ୍ୟା ସହଜରେ ଚିହ୍ନି ପାରି ନ ଥାଏ। ଏଥିପାଇଁ କେତେକ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେଉଁମାନଙ୍କ ମନରେ କାହା ପ୍ରତି ବିଶ୍ୱାସ ନ ଥାଏ, ସେମାନେ ସବୁ କଥା ଏବଂ ବ୍ୟକ୍ତିଙ୍କୁ ସନ୍ଦେହ ଏବଂ ଅବିଶ୍ୱାସ ଦୃଷ୍ଟିରେ ଦେଖନ୍ତି। ସେମାନଙ୍କୁ ଲାଗେ ଅନ୍ୟମାନେ ତାଙ୍କ ବିରୋଧରେ କଥା ହେଉଛନ୍ତି ଅବା ଷଡ଼ଯନ୍ତ୍ର କରୁଛନ୍ତି। ଏହା ଏକ ପ୍ରକାର ମାନସିକ ସମସ୍ୟା, ଯାହାକୁ ଯଥା ସମୟରେ ଦୂର କରିବା ଲାଗି ଚେଷ୍ଟା କରିବା ଦରକାର। ଏପରି ଭାବନା ଆସୁଥିଲେ ସକାରାତ୍ମକ ଚିନ୍ତା କରିବା ସହ କୌଣସି ବିଶ୍ୱସ୍ତଙ୍କୁ ଏ ସମ୍ପର୍କରେ ଜଣାଇ ସମାଧାନର ବାଟ ଖୋଜିବା ଆବଶ୍ୟକ। ଦରକାର ହେଲେ ମାନସିକରୋଗ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ। ନଚେତ୍‌ ଏହା ଧୀରେ ଧୀରେ ସ୍କ୍ରିଜୋଫେନିଆ ଭଳି ଗମ୍ଭୀର ମାନସିକ ରୋଗର ରୂପ ନେଇପାରେ। ଏହା ବ୍ୟତୀତ ଯଦି ମନରେ କୌଣସି ଚିନ୍ତା ଅଧିକ ରହେ ତାହା ଶରୀରକୁ ମଧ୍ୟ ହାନି ପହଞ୍ଚାଇଥାଏ। କାରଣ ଚିନ୍ତା ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହା କି ରହି ରହି ଏଙ୍ଗ୍‌ଜାଇଟି ଡିସ୍‌ଅର୍ଡ଼ର ରୋଗର କାରଣ ସାଜିଥାଏ। ଏହା ଫଳରେ କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ। ଏମିତି କି ଧୀରେ ଧୀରେ ଏହା ଯୋଗୁ ବିଭିନ୍ନ ପ୍ରକାର ଫୋବିଆ ବି ଜାତ ହୋଇଥାଏ। ତଥାପି ମାନସିକ ସ୍ଥିତି ନ ସୁଧୁରିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଆବଶ୍ୟକ। କୌଣସି କାରଣ ଲାଗି ମନ ଉଦାସ ଲାଗୁଥିଲେ ଯଦି ଏହା ଅଧିକ ଦିନ ଲାଗି ରହେ ତେବେ ତାହା ଡିପ୍ରେଶନ୍‌ର ରୂପ ନେଇଥାଏ। ତେଣୁ ଉଦାସ ଲାଗିଲେ ପ୍ରଥମେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। ଏହାକୁ ଭିତରେ ଦୀର୍ଘଦିନ ଚାପି ନ ରଖି କୌଣସି ବିଶ୍ୱସ୍ତଙ୍କ ନିକଟରେ ପ୍ରକାଶ କରନ୍ତୁ, ମନ ହାଲୁକା ହୋଇଯିବ। ସେହିପରି ବାରମ୍ବାର ଭୁଲିବା ଯେମିତି କି ଚିହ୍ନା ମୁହଁ ହଠାତ୍‌ ନ ଜାଣି ପାରିବା, ଘର ଠିକଣା କିମ୍ବା ଅନ୍ୟାନ୍ୟ ଜିନିଷ ଭୁଲିବା, କେଉଁ ସ୍ଥାନରେ କେଉଁ ଜିନିଷ ରଖିଦେଇ ଭୁଲିଯିବା ଆଦି କ୍ଷତିକାରକ ହୋଇପାରେ। ବାର୍ଦ୍ଧକ୍ୟରେ ସାଧାରଣତଃ ଅନେକଙ୍କଠାରେ ଏପରି ଲକ୍ଷଣ ଦେଖାଦେଇଥାଏ, ହେଲେ ଯୁବାବସ୍ଥାରେ ଏଭଳି ଲକ୍ଷଣ ଦେଖାଦେବା ଏକ ପ୍ରକାର ମାନସିକ ରୋଗ, ଯାହାକୁ ଡିମେନ୍ସିଆ କୁହାଯାଏ। ତେଣୁ ଏଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସା କରାଇନେବା ଆବଶ୍ୟକ।
ପ୍ରତିକାର: ଯୁବାବସ୍ଥା ଏକ ସ୍ପର୍ଶକାତର ସମୟ। ତେଣୁ ଏ ସମୟରେ ପାଠପଢ଼ା ସହ ବ୍ୟକ୍ତିତ୍ୱ ଗଠନ ଓ ସକାରାମତ୍କ ମନୋଭାବ ଉପତ୍ନ୍ନ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏ ସମୟରେ ମାନସିକ ସ୍ତରରେ ଫିଟ୍‌ ରହିବା ଲାଗି ନିଶାଦ୍ରବ୍ୟ ସେବନ, କୌଣସି ଅନୈତିକ କାର୍ଯ୍ୟ ଆଦିରୁ ଦୂରେଇ ରହିବା ସହ କୌଣସି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ଆଡ଼ିକ୍ସନ ଠାରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ମାନସିକ ଅବସାଦ କିମ୍ବା ଚିନ୍ତା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ମନକୁ ଏଥିରୁ ମୁକ୍ତ କରିବା ଲାଗି ବୁଲାବୁଲି, ଫିଲ୍ମ ଦେଖିବା, ସଙ୍ଗୀତ ଶୁଣିବା, ଆଧ୍ୟାତ୍ମିକ ବହି କିମ୍ବା ମହାପୁରୁଷଙ୍କ ଆତ୍ମଜୀବନୀ ପଢିବା ଆଦି ଉପାୟ ଆପଣାନ୍ତୁ। ଏହା ବ୍ୟତୀତ ପରିବାର, ସାଙ୍ଗସାଥୀଙ୍କ ସହ ସମୟ ବିତାଇଲେ ମଧ୍ୟ ମନ ଖୁସି ରହିପାରିବ। ତଥାପି ମାନସିକ ସ୍ଥିତି ନ ସୁଧୁରିଲେ ଏହା କୌଣସି ଜଟିଳ ମାନସିକ ରୋଗର ରୂପ ନେବା ପୂର୍ବରୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ତେବେ ଯୁବାବସ୍ଥାରେ ମାନସିକ ସମସ୍ୟାରୁ ଦୂରେଇ ରଖିବା ଲାଗି ପରିବାର ସଦସ୍ୟ ଏବଂ ବନ୍ଧୁପରିଜନଙ୍କର ସହଯୋଗ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri