ମେ’ ରୁ ଜୁଲାଇ ହ୍ରାସ, ଅଗଷ୍ଟରୁ ବୃଦ୍ଧି

ଅନୁଗୋଳ ଅଫିସ, ୨୯ା୧୦:  କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚରୁ ଲକ୍‌ଡାଉନ୍‌ ହୋଇଥିଲେ ମଧ୍ୟ ଅନୁଗୋଳ ବିଳମ୍ବରେ କୋଭିଡ୍‌ ସଂକ୍ରମିତ ଜିଲା ତାଲିକାରେ ସାମିଲ ହୋଇଥିଲା। ମେ’ ୧୦ ତାରିଖରେ ପ୍ରଥମ କରି ଏହି ଜିଲାରୁ ୧୫ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏଠାରେ କଟକଣାକୁ ଅଧିକ କଡ଼ାକଡ଼ି କରିଦିଆଯାଇଥିଲା। ଫଳରେ ଅତି ଆବଶ୍ୟକ ନ ପଡ଼ିଲେ ଲୋକେ ଘରୁ ଗୋଡ଼ କାଢ଼ୁ ନ ଥିଲେ। ଏପରି କି ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସାଧାରଣ ରୋଗୀ ଆସିବା କମିଯାଇଥିଲା। ଜୁଲାଇ ଯାଏ ରୋଗୀ ସଂଖ୍ୟାରେ ଏପରି ହ୍ରାସ ଦେଖାଯାଇଥିଲା। କିନ୍ତୁ ଅଗଷ୍ଟଠାରୁ ମେଡିକାଲ ଓପିଡି ସମ୍ମୁଖରେ ପୁଣି ଗହଳିଚହଳି ଆରମ୍ଭ ହୋଇଯାଇଛି। ଦୈନିକ ୮ଶହରୁ ଅଧିକ ରୋଗୀ ମେଡିକାଲ ଆସୁଥିବା ଜଣାପଡ଼ିଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସମେତ ବୌଦ୍ଧ, ଦେବଗଡ଼ ଓ ଢେଙ୍କାନାଳ ଜିଲାର ବହୁ ରୋଗୀ ନିର୍ଭର କରନ୍ତି। ଏହି ମେଡିକାଲରେ ୧୦ଟି ଓପିଡି ଓ ୪ଟି ସୁପର ସ୍ପେଶିଆଲିଟି ଓପିଡି ରହିଛି। ଅନୁଗୋଳରେ କରୋନା ପଜିଟିଭ୍‌ ଚିହ୍ନଟ ପୂର୍ବରୁ ଦୈନିକ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ବିଭିନ୍ନ ଓପିଡିରେ ଧାଡ଼ି ଲଗାଉଥିଲେ। ସାଧାରଣତଃ ସର୍ଜରୀ, ଦାନ୍ତ, ଚକ୍ଷୁ, ଭେଷକ(ମେଡିସିନ୍‌), କ୍ୟାନ୍‌ସର, ସ୍ତ୍ରୀ ଓ ପ୍ରସୂୂତି, ଶିଶୁ, ମାନସିକ ରୋଗ, ଇଏନ୍‌ଟି, ଅସ୍ଥିଶଲ୍ୟ, ଯକ୍ଷ୍ମା ଆଦି ଓପିଡିରେ ସେମାନେ ଡାକ୍ତରୀ ପରାମର୍ଶ ନେଉଥିଲେ। ସେହିପରି ବିଭିନ୍ନ ଦିନରେ ଖୋଲୁଥିବା ସୁପର ସ୍ପେଶିଆଲିଟି ଓପିଡିକୁ କାଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ଗ୍ୟାଷ୍ଟ୍ରୋଲୋଜି ସମ୍ବନ୍ଧୀୟ ରୋଗୀମାନେ ଆସୁଥିଲେ। କିନ୍ତୁ ଜିଲାରୁ କରୋନା ସଂକ୍ରମିତ ବାହାରିବା ପରେ ଭୟରେ ଅନେକ ରୋଗୀ ମେଡିକାଲ ଆସୁ ନ ଥିଲେ। ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ସେମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଅଧିକ ଖରାପ ନ ଥିଲେ ଡାକ୍ତରଖାନାର ଗହଳିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ତଦନୁଯାୟୀ ସାଧାରଣ ରୋଗୀମାନେ ଡାକ୍ତରଙ୍କ ପୁରୁଣା ଚିଠାରେ ଔଷଧ ଖାଇ ଘରେ ରହିଯାଉଥିଲେ। ତେଣୁ ମେ ମାସରୁ ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଆସିବା ହ୍ରାସ ପାଇଥିଲା। ଜୁଲାଇ ପର୍ଯ୍ୟନ୍ତ ଦୈନିକ ୫ଶହ ରୋଗୀ ଆସୁଥିବା ଦେଖାଯାଇଥିଲା। କିନ୍ତୁ ଅଗଷ୍ଟ ମାସରୁ ରୋଗୀଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଏବେ ଦିନକୁ ପ୍ରାୟ ୮ଶହ ରୋଗୀ ଆସୁଛନ୍ତି। ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତଙ୍କ ସହ ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ରୋଗୀମାନେ ଅଧିକ ସଂଖ୍ୟାରେ ମେଡିକାଲ ଆସୁଥିବା ସୂଚନା ମିଳିଛି। ତେବେ କରୋନା କାରଣରୁ ସ୍ବାସ୍ଥ୍ୟପ୍ରତି ଲୋକେ ସଚେତନ ହୋଇଥିବାରୁ ପେଟ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା ସୂଚନା ମିଳିଛି।

କିଛି ଦିନ ସଂଖ୍ୟା କମ୍‌ ଥିଲା
କରୋନା ସଂକ୍ରମଣର ଆଶଙ୍କାକୁ ଦେଖି ମଝିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ କମ୍‌ ସଂଖ୍ୟକ ରୋଗୀ ଆସୁଥିଲେ। କିନ୍ତୁ ଏବେ ସେହି ସଂଖ୍ୟା ଢେର ବୃଦ୍ଧି ପାଇଛି। ମେଡିକାଲରେ ବନ୍ଦ ରହିଥିବା ବିଭିନ୍ନ ଚିକିତ୍ସା ସେବା ପୁନଃ ଚାଲୁ କରାଯାଇଥିବାରୁ ଓପିଡିଗୁଡ଼ିକରେ ପୂର୍ବଭଳି ଗହଳି ଲାଗି ରହୁଛି।

-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ପେଟ ରୋଗୀଙ୍କ ସଂଖ୍ୟା କମିଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପେଟ ରୋଗ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ଢେର କମିଯାଇଛି। କରୋନା ଭୟରେ ଲୋକେ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହୋଇଥିବାରୁ ପୂର୍ବଭଳି ଝାଡ଼ା, ବାନ୍ତି ଆଦି ରୋଗୀ ମେଡିକାଲକୁ ଆସିନାହାନ୍ତି।
-ଡାକ୍ତର ଦୀପକ ଗଡ଼ନାୟକ, ଭେଷଜ ବିଭାଗ, ଅନୁଗୋଳ
ମେଡିକାଲ ଆସିବାକୁ ବାଧ୍ୟ
କୋଭିଡ୍‌କୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ରହିଛି। କିନ୍ତୁ ମେଡିକାଲ ନ ଆସିଲେ ସେମାନଙ୍କ ଜୀବନପ୍ରତି ବିପଦ ରହିଛି। କିଛିଦିନ ଡାକ୍ତରଙ୍କ ପୁରୁଣା ଚିଠାରେ ଔଷଧ ଖାଇ ଅଟକି ଯାଇଥିଲେ ବି ରୋଗ କି ଯନ୍ତ୍ରଣା ଉପସମ ହୋଇନାହିଁ। ତେଣୁ ଏପରି ରୋଗୀ ମେଡିକାଲ ଆସିବାକୁ ବାଧ୍ୟ ହେଉଛନ୍ତି।
-ବରଦା ପ୍ରସନ୍ନ ଦାସ, ଅନୁଗୋଳ
ସଚେତନତା ହିଁ ସଂଖ୍ୟା କମାଇଛି
କରୋନା ଆସିବା ପରେ ଲୋକମାନେ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ହୋଇଛନ୍ତି। ଏହାସାଙ୍ଗକୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ମଧ୍ୟ ସହାୟ ହୋଇଛି। ଲୋକେ ବାହାର ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ କମାଇ ଦେଇଛନ୍ତି। ଫାଷ୍ଟଫୁଡ୍‌ ଓ ଚଟ୍‌ପଟା ଖାଦ୍ୟଠାରୁ ଦୂରେଇ ରହିବାରୁ ଲୋକେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି।
-ଆଦ୍ୟଶ୍ଲୋକ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri