ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ ଷଷ୍ଠୀ ପୂଜା ପୂର୍ବରୁ ହିଁ ସହର ଝଲସି ଉଠେ ଝିଲ୍‌ମିଲ୍‌ ଆଲୋକରେ। ମଣ୍ଡପରେ ଦେବୀଙ୍କୁ ଦର୍ଶନ ପାଇଁ ମନ ଚଳଚଞ୍ଚଳ ହୋଇଯାଏ ଶ୍ରଦ୍ଧାଳୁଙ୍କର। ହେଲେ ଚଳିତବର୍ଷ କରୋନା କାରଣରୁ କଡ଼ା କଟକଣା ଲଗାଯାଇଛି। ମଣ୍ଡପରେ ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ମନରେ ସରାଗ ନାହିଁ। ପରଦା ପଛରେ ମା’ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଘରେ ରହି ଛଟପଟ ହେଉଛନ୍ତି ଦର୍ଶନରୁ ବଞ୍ଚିତ ଭକ୍ତବୃନ୍ଦ। ଫଳରେ ପାର୍ବଣ ଉତ୍ସବ ଚଳିତବର୍ଷ ପୂରା ପାଣିଚିଆ ହୋଇଯାଇଛି।
ଚଳିତବର୍ଷ ଅନୁଗୋଳ ସହରରେ ହୋଇଛି ୧୧ଟି ପୂଜା ମଣ୍ଡପ। ସହରର ଅମଲାପଡ଼ା, ଦଶହରା ପଡ଼ିଆ, ପିଟିସି, ଶିମିିଳିପଡ଼ା, ଷ୍ଟେଶନ ରୋଡ୍‌, ଗୀତାଗ୍ରାମ, ସୁସୁଡ଼ା, ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା, ଗାନ୍ଧୀ ଛକ, ହୁଲୁରିସିଂହାରେ ମା’ ଦଶଭୁଜା ପୂଜା ପାଉଛନ୍ତି। କିନ୍ତୁ ମଣ୍ଡପ ସମ୍ମୁଖରେ ନାହିଁ ଗହଳି ଚହଳି କି ପଡ଼ିନି ମିନାବଜାର। ସରକାରଙ୍କ କୋଭିଡ୍‌ ନିୟମ ମଧ୍ୟରେ ହିଁ କେବଳ ବିଧି ରକ୍ଷା କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ଯାହା କିଛି ବ୍ୟବସ୍ଥା କରାଯାଇଛି। ସମସ୍ତ ମଣ୍ଡପ ସମ୍ମୁଖରେ ପାଲର ପାଚେରି କରାଯାଇଛି। କୌଣସି ପ୍ରକାରେ ଜନସାଧାରଣ ଯେପରି ଦର୍ଶନ ପାଇଁ ପ୍ରବେଶ କରି ନ ପାରନ୍ତି ତାହା ଉପରେ ନଜର ରଖାଯାଇଛି। ଯଦି ନିୟମ ଉଲ୍ଲଂଘନ କରି ମଣ୍ଡପ ନିକଟରେ ଭିଡ଼ ଜମେ ତା’ହେଲେ ପୋଲିସ ଓ ପ୍ରଶାସନ ପକ୍ଷରୁ ସେଠାରେ ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାର ନିର୍ଦ୍ଦେଶ ରହିଛି। ସେହିପରି ବଜାରରେ ସାମଗ୍ରୀ କିଣାକିଣି ପାଇଁ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇ ସାରିଥିବାରୁ ସହରବାସୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। କଟକଣାକୁ ଦୃଷ୍ଟିରେ ରଖାଯାଇ କେବଳ ପୂଜକ ଓ କର୍ତ୍ତାଙ୍କୁ ନେଇ ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି ବୋଲି ସମସ୍ତ ମଣ୍ଡପ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅପରପକ୍ଷରେ ସହରରେ ପୂଜା ନିୟନ୍ତ୍ରଣ ପାଇଁ ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି। ୧୫ ଜଣ ଅଫିସରଙ୍କୁ ଦାୟିତ୍ୱରେ ରଖାଯାଇଛି। ନିଜେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏହାକୁ ମନିଟରିଂ କରିବେ। ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ଭାବିଲା ବେଳକୁ କଷ୍ଟ ଲାଗୁଛି
ସପ୍ତମୀରୁ ହିଁ ମଣ୍ଡପଗୁଡ଼ିକ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ ମହାମାରୀ ଭୟ ଯୋଗୁ ଏ ବର୍ଷ ପୂଜା ମାନ୍ଦା ପଡ଼ିଯାଇଛି। ନା ମଣ୍ଡପକୁ ସାଜସଜ୍ଜା କରାଯାଇଛି ନା ଦର୍ଶନର କିଛି ବ୍ୟବସ୍ଥା ହୋଇଛି। ଘରେ ରହି ସହରବାସୀ ପୂଜା ପରି ଉତ୍ସବକୁ କେମିତି ପାଳନ କରିବେ ତାହା ଭାବିଲା ବେଳକୁ ବଡ଼ କଷ୍ଟ ଲାଗୁଛି।
-ନିଶିକାନ୍ତ ମିଶ୍ର, ଅମଲାପଡ଼ା
ଜୀବନରେ ଅବସୋସ ରହିଯିବ
ପ୍ରତିବର୍ଷ ମା’ଙ୍କ ନିକଟରେ ବ୍ରତ ରଖିବା ସହ ମଣ୍ଡପରେ ଜଗଜ୍ଜନନୀଙ୍କୁ ଦର୍ଶନ କରିଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। ତେଣୁ ମନ ଭିତରେ ଅବସୋସ ରହିବ। ତଥାପି ମଣ୍ଡପ ସମ୍ମୁଖରୁ ମା’ଙ୍କୁ ମୁଣ୍ଡିଆ ମାରି ଶୁଭ ମନାସିବା ସହ ଜଗତକୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିବି।
-ଆଶାରାଣୀ ସାମଲ, ଶିମିଳିପଡ଼ା
ଘରେ ରହି ପୂଜାର୍ଚ୍ଚନା କରିବି
ମଣ୍ଡପକୁ ଯାଇ ଦର୍ଶନ କରିବା ସମ୍ଭବ ନୁହେଁ। ତେଣୁ ଘରେ ରହି ମା’ଙ୍କ ପୂଜାର୍ଚ୍ଚନା କରିବି। ଏବର୍ଷ ପୂଜାକୁ ନେଇ ଥିବା ସମସ୍ତ ଯୋଜନା ଯୋଜନାରେ ରହିଗଲା। ତେଣୁ ଆରବରଷକୁ ଅପେକ୍ଷା କରିବାକୁ ପଡ଼ିବ। ସରକାରୀ କଟକଣାକୁ ସମସ୍ତେ ଗ୍ରହଣ କରି ଭିଡ଼ରୁ ଦୂରେଇ ରହିଲେ ହିଁ ମଙ୍ଗଳ ହେବ।
-ସୁକାନ୍ତି ଦାଶ, ଅନୁଗୋଳ
ସାଙ୍ଗଙ୍କ ସହ ପୂଜା ବୁଲା ଜମିବନି
ପ୍ରତିବର୍ଷ ସାଙ୍ଗମାନଙ୍କ ସହ ପୂଜା ମାହୋଲ ଜମିଥାଏ। ଯିଏ ଯେଉଁଠି ଥିଲେ ବି ପାର୍ବଣରେ ସମସ୍ତେ ଘରକୁ ଆସିଥାନ୍ତି। ବହୁ ଦିନର ଅନ୍ତର ପରେ ସେମାନଙ୍କ ସହ ଦେଖା ହୋଇଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। କଟକଣାକୁ ମାନି ଆମକୁ ଘରେ ରହିବାକୁ ହିଁ ପଡ଼ିବ।
-ଦିବ୍ୟରଞ୍ଜନ ଦାସ, ହେମସୁରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri