Posted inଖେଳ

ଏସିଆନ୍‌ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ

ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ସିଡ୍‌ର ମାନ୍ୟତା ପାଇଥିବା ଭାରତୀୟ ମହିଳା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ ସହଜରେ ଜିତିଥିଲେ। ଏହି ଦଳ କିର୍ଗିଜସ୍ତାନକୁ ୪-୦ ଏବଂ ୩.୫-୦.୫ ପଏଣ୍ଟରେ ପରାସ୍ତ କରିଥିଲେ। ଶନିବାର ସେମିଫାଇନାଲରେ ଭାରତୀୟ ମହିଳା ଦଳ ମଙ୍ଗୋଲିଆକୁ ଭେଟିବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ଲଢ଼ୁଆ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ମଙ୍ଗୋଲିଆକୁ ପରାସ୍ତ କରିଥିଲା। ଉଭୟ ମ୍ୟାଚ ୨.୫-୧.୫ ପଏଣ୍ଟରେ ଶେଷ ହୋଇଥିଲା। ଶନିବାର ସେମିଫାଇନାଲରେ ପୁରୁଷ ଦଳ ଇରାନକୁ ଭେଟିବ। ପ୍ରତିଯୋଗିତା ଶେଷ ହୋଇ ନ ଥିଲେ ହେଁ ଭାରତର ୪ ଖେଳାଳି ବୋର୍ଡ ପ୍ରାଇଜ୍‌ ପାଇଛନ୍ତି। ମହିଳା ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ଓ ମାରୀ ଆନ୍‌ ଗୋମ୍ସ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ୍‌ ଓ ଗ୍ରାଣ୍ଡମାଷ୍ଟର କେ. ଶଶିକିରଣ ରୌପ୍ୟ ପଦକ ହାସଲ କରିଛନ୍ତି।
ମହିଳା ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ଭଲ ପ୍ରଦର୍ଶନ ଜାରି ରଖି ଉଭୟ ମ୍ୟାଚ ଜିତିଥିଲେ। ସେ ଆଲେକଜାଣ୍ଡ୍ରା ସାମାଗାନୋଭାଙ୍କୁ ହରାଇଥିଲେ। ସେହିପରି ପଦ୍ମିନୀ ଏବଂ ପି. ଭି. ନନ୍ଦିଧା ମଧ୍ୟ ୨ଟି ଲେଖାଏ ବିଜୟ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚରେ କେବଳ ଭକ୍ତି କୁଲକର୍ନୀ ପ୍ରତିପକ୍ଷ ବେଗିମାଇ ଜେର୍ବେକ୍‌ କିଜିଙ୍କ ବିପକ୍ଷରେ ପଏଣ୍ଟ ଭାଗ କରିଥିଲେ। ଟୁର୍ନାମେଣ୍ଟ ଆରମ୍ଭରୁ ଚମତ୍କାର ଫର୍ମରେ ଥିବା ବୈଶାଳୀ ୯ ରାଉଣ୍ଡ ମଧ୍ୟରୁ ୬.୫ ପଏଣ୍ଟ ହାସଲ କରିଛନ୍ତି। ଏଥିସହ ସେ ଟପ୍‌ ବୋର୍ଡରେ ସ୍ବର୍ଣ୍ଣ ପଦକ ପାଇଁ ଯୋଗ୍ୟ ହୋଇଛନ୍ତି। ଦଳର ନେତୃତ୍ୱ ନେଉଥିବା ମାରୀ ଆନ୍‌ ଗୋମ୍ସ ୫ମ ବୋର୍ଡରେ ୫ ମ୍ୟାଚରୁ ୫ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପଦ୍ମିନୀ ରୌପ୍ୟ ପଦକ ହାସଲ କରିଛନ୍ତି। ତୃତୀୟ ବୋର୍ଡରେ ସେ ୯ ମ୍ୟାଚରୁ ୭.୫ ପଏଣ୍ଟ ପାଇଛନ୍ତି।
ପୁରୁଷ ବିଭାଗରେ ମଙ୍ଗୋଲିଆଠାରୁ ଭାରତ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲା। ପ୍ରଥମ ମ୍ୟାଚରେ ନିହାଲ ସରିନ୍‌ ପ୍ରତିପକ୍ଷ ଗାଞ୍ଜୋରିଗ୍‌ ଅମର୍ତୁଭସିନ୍‌ଙ୍କଠାରୁ ହାରି ଯାଇଥିବାବେଳେ ଏସ.ପି. ସେଥୁରମଣ ଓ କେ. ଶଶିକିରଣ ଯଥାକ୍ରମେ ସେଗ୍‌ମେଡ୍‌ ବ୍ୟାଚ୍‌ଲୁନ୍‌ ଏବଂ ସୁଗର ଗାନ୍‌-ଇର୍ଡେନଙ୍କ ବିପକ୍ଷରେ ବିଜୟ ହାସଲ କରିଥିଲେ। ଅଧିନାୟକ ସୂର୍ଯ୍ୟଶେଖର ଗାଙ୍ଗୁଲି ବିପକ୍ଷ ଦଳର ସୁମିୟା ବିଲ୍‌ଗୁନ୍‌ଙ୍କ ସହିତ ପଏଣ୍ଟ ଭାଗ କରିଥିଲେ। ଦ୍ୱିତୀୟ ମ୍ୟାଚରେ ବି. ଅଧିବନ ଟପ୍‌ବୋର୍ଡରେ ଗାଞ୍ଜୋରିଗ୍‌ଙ୍କୁ ଏବଂ ସରିନ ପ୍ରତିପକ୍ଷ ବିଲ୍‌ଗୁନ୍‌ଙ୍କୁ ପରାସ୍ତ କରିଥିଲେ। ଶଶିକିରଣ ଗାନ୍‌-ଇର୍ଡେନଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବାବେଳେ ଗାଙ୍ଗୁଲି ବ୍ୟାଚ୍‌ଲୁନ୍‌ଙ୍କଠାରୁ ହାରି ଯାଇଥିଲେ। ଅଭିଜ୍ଞ ଶଶିକିରଣ ୯ ମ୍ୟାଚରୁ ୮ ବିଜୟ ସହ ଦ୍ୱିତୀୟ ବୋର୍ଡରେ ରୌପ୍ୟ ପଦକ ପାଇଛନ୍ତି। ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri