ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ୩୬ଟି ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳିପାରି ନାହିଁ। ଫଳରେ କଳିଙ୍ଗନଗରରେ ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ନିମନ୍ତେ ପୁରୀରେ ଥିବା ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ୍‌ ଇନ୍‌ଷ୍ଟିଚ୍ୟୁଟ(ବିପିଏନ୍‌ଏସ୍‌ଆଇ) କଳିଙ୍ଗନଗରକୁ ସ୍ଥାନାନ୍ତର ପ୍ରସ୍ତାବ ରହିଛି। କିନ୍ତୁ ଇଡ୍‌କୋ ଏହି ଇନ୍‌ଷ୍ଟିଚ୍ୟୁଟକୁ ଆବଶ୍ୟକ ଜମି ଯୋଗାଇ ଦେଇପାରି ନ ଥିବାରୁ ଏହାର ପ୍ରତିଷ୍ଠା ନେଇ ସଂଶୟ ପ୍ରକାଶ ପାଇଛି। ତେବେ କଳିଙ୍ଗନଗର ଏସ୍‌ଏସ୍‌ଆଇ ସଭାପତି ପ୍ରଭାତ ରଞ୍ଜନ ନାୟକ ଛୋଟବଡ଼ କମ୍ପାନୀ ପ୍ରତିଷ୍ଠା ପାଇଁ ବିଦ୍ୟୁତୀକରଣ ସମେତ ଡ୍ରେନେଜ, ରାସ୍ତା, ପାଣି, ଜମି ଦଖଲ ଆଦି ପ୍ରକ୍ରିୟା ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପରେ ଛୋଟବଡ଼ କମ୍ପାନୀକୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାର ହଜାର ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି। ଫଳରେ ନୂତନ ଆଗ୍ରହୀ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ଅନ୍ୟପକ୍ଷେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ହେବାରେ ସମସ୍ୟା ସୃଷ୍ଟି ହେଉଛି। ଏପରି କି ସାଧାରଣ ପ୍ରଜା ପୂର୍ବରୁ ଜମି ବିକ୍ରି କରି ଶୋଷିତ ହୋଇଥିବାରୁ ଆଉ ଜମି ଦେବାକୁ ଆଗ୍ରହ ପ୍ରକାଶ ମଧ୍ୟ କରୁନାହାନ୍ତି। କଳିଙ୍ଗନଗରର ଏକ ସର୍ବପୁରାତନ ଶିଳ୍ପ କମ୍ପାନୀ ୨୧ ବର୍ଷ ହେଲା ପ୍ରାୟ ୧୫୦୦ ଏକର ଜମି ମାଡି ବସିଛି। ଇଡ୍‌କୋ ସେହି ଜମିକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିବାବେଳେ ଉକ୍ତ କମ୍ପାନୀ କୋର୍ଟ କଚେରିର ଦ୍ୱାରସ୍ଥ ହୋଇଛି। ଏହାବାଦ ଅନ୍ୟ ଏକ କମ୍ପାନୀ ନାମରେ ୩୭୦ ଏକର ଜମି ରହିଛି। ଏହି ଦୁଇ ବୃହତ୍‌ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ନାମରେ ଜମି ନେଇ ସରକାରଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାସହ ୪ଟି ବୃହତ୍‌ ଶିଳ୍ପ କମ୍ପାନୀ ବନ୍ଦ ପଡିଛି। ପ୍ରାୟ ୨୨୦୦ ଏକର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ଇଡ୍‌କୋ ଆବେଦନ କରିଛି। ଏହିସବୁ କାରଣରୁ ଡାଉନଷ୍ଟ୍ରିମ ଶିଳ୍ପ ପାଇଁ କମ୍ପାନୀଗୁଡ଼ିକୁ ଜମି ନିଅଣ୍ଟ ହୋଇଛି ବୋଲି ମତପ୍ରକାଶ ପାଇଛି। ତେବେ ଏନେଇ ଇଡ୍‌କୋ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଷ୍ଟିଲ, ପେଲେଟ, ସ୍ପଞ୍ଜ ଓ ସିମେଣ୍ଟ କାରଖାନା ପରେ ଏକ ତାଲିମ ଶିକ୍ଷାନୁଷ୍ଠାନ ପାଦ ଥାପିବାକୁ ଯାଉଛି। ବିପିଏନ୍‌ଏସ୍‌ଆଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ଥାନାନ୍ତରଣ କରାଯାଉଛି। ଏଥିପାଇଁ ଇଡ୍‌କୋ ପକ୍ଷରୁ ୨୯।୫।୨୦୨୦ରେ ବିପିଏନ୍‌ଏସ୍‌ଆଇକୁ ଦାନଗଦୀ ତହସିଲ ଅଧୀନ ଯଖପୁରା ଓ କଚେରିଗାଓଁ ମୌଜାରେ ମାତ୍ର ୧୦ଏକର ଜମି ଆବଣ୍ଟିତ ହୋଇଥିଲା। ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବାପରେ କିଛି ଅଧିକ ଜମି ଦିଆଯାଇଥିବା ଶୁଣିବାକୁ ମିଳିଛି। ବିପିଏନ୍‌ଏସ୍‌ଆଇରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା କରାଯିବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ଏହାବାଦ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରିପାରିବେ। ତେବେ ଇଡକୋ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri