Posted inରାଜ୍ୟ

ସେ ଥିଲେ ଉଦାର ବ୍ୟକ୍ତି

ଶରତ କୁମାର କର ଆଜି ନାହାନ୍ତି। ସେ ବିଶାଳ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କିଛି କହିବା ବା ଲେଖିବା ଏକ ଦୁଃସାହସ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ତେପନ ବର୍ଷ ତାଙ୍କ ସହିତ ରହିବା ପରେ ମୁଁ ଏତିକି ଜାଣିଛି ଯେ ସେ ଜଣେ ଅତି ଉଦାର, ସଚ୍ଚୋଟ ଓ ଭଲ ମଣିଷ। ସମସ୍ତଙ୍କ ସହିତ ହସି ହସି କଥା କହିବା ସମସ୍ତଙ୍କ ସୁଖଦୁଃଖରେ ସାଥୀ ହୋଇ ଖୋଲା ମନରେ ସମସ୍ତଙ୍କୁ ସାହାଯ୍ୟ କରିବା, ଶ୍ରଦ୍ଧା କରିବା ଏ ସମସ୍ତ ଗୁଣର ସେ ଥିଲେ ଅଧିକାରୀ। ମତେ ଓ ପିଲାମାନଙ୍କୁ ସବୁବେଳେ କହନ୍ତି ”ମୋ ଏରିଆ ଲୋକ ଆସିଲେ ତାଙ୍କୁ ଭଲ ଭାବରେ, ଖୁସି ମନରେ କଥା ହବ।“ ଥରେ ଥରେ ଅସମୟରେ କିଛି ଲୋକ ପହଞ୍ଚତ୍ୟାଆନ୍ତି। ଆମେ ବ୍ୟସ୍ତ ହେଲେ ସେ କହନ୍ତି ”ରାଜନୀତି ସେଇଆ-ସବୁ ପାଇଁ ତୁମକୁ ପ୍ରସ୍ତୁତ ରହିବାକୁ ହେବ।“ ପରିହାସ ଛଳରେ ମତେ କହନ୍ତି – ‘ତୁମ କ୍ଲାସରୁମ୍‌ ଲେକ୍‌ଚର କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ – କିନ୍ତୁ ମୋର ତା’ ନୁହେଁ। ତେଣୁ କେବେ ବି ବିରକ୍ତି କିମ୍ବା ଦ୍ୱିଧାବୋଧ କରିବା ଉଚିତ ନୁହେଁ। ମୁଁ ଲୋକ ପ୍ରତିନିଧି, ଲୋକଙ୍କ ପାଇଁ କାମ କରିବାକୁ ଗଲେ ସମୟସୀମା କିଛି ନଥାଏ ‘ଇତ୍ୟାଦି’। ସତରେ, ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଏକ ବିଶାଳ ହୃଦୟ ତାଙ୍କର। କେବଳ ତା’ ନୁହେଁ, ଘରେ ପିଲାମାନଙ୍କର ଭଲମନ୍ଦ ସବୁଥିରେ ସେ ମୁରବି ଭାବରେ ତାଙ୍କର ମୂଲ୍ୟବାନ ଉପଦେଶ ଦିଅନ୍ତି। ଏପରି ଜଣେ ମହାନ୍‌, ସର୍ବଜନପ୍ରିୟ, ସଚ୍ଚୋଟ ଓ ଉଦାରପ୍ରାଣର ବ୍ୟକ୍ତିଙ୍କର ସହଧର୍ମିଣୀ ଭାବରେ ମୁଁ ଗର୍ବିତ।
ସେ ଥିଲେ ଭ୍ରମଣପ୍ରିୟ। ସାରା ଭାରତର ଅନେକ ସ୍ଥାନ ସେ ଦେଖିଛନ୍ତି। ଖାଲି ଭାରତ ନୁହେଁ ଅନ୍ୟାନ୍ୟ ଦେଶ ଯଥା ୟୁରୋପ, ଆମେରିକା, ଜର୍ମାନୀ, ଦକ୍ଷିଣଆଫ୍ରିକା ଇତ୍ୟାଦି ମଧ୍ୟ ସେ ଭ୍ରମଣ କରିଛନ୍ତି। ଅନେକ ଭାଷାଭାଷୀ ଲୋକଙ୍କ ସହିତ ମଧ୍ୟ ମିଶିଛନ୍ତି। ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ସହିତ Speakers’ conference ରେ ୟୁରୋପ ଯିବାର ସୁଯୋଗ ପାଇଥିଲି। ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ମୁଁ ଦେଖିବାକୁ ପାଇଛି ସବୁଠାରେ। ତାଙ୍କର କଲେଜ ଜୀବନରେ ବହୁ ନାଟକରେ ସେ ଅଭିନୟ କରିଛନ୍ତି। କେବଳ ମଞ୍ଚ ନୁହେଁ, କିଛି ରେଡିଓ ଡ୍ରାମାରେ ବି ସେ ଭାଗ ନେଇଛନ୍ତି। ତର୍କ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ପୁରସ୍କାର ବି ପାଇଛନ୍ତି। ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସେ ଅନର୍ଗଳ ବକ୍ତୃତା ଦେଇପାରନ୍ତି ଓ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇ ତାଙ୍କର ଭାଷଣ ଶୁଣିଥାନ୍ତି। ପ୍ରାଞ୍ଜଳ ଭାବରେ ବକ୍ତୃତା ଦେବା ଏକ ସଫଳ ରାଜନୈତିକ ବ୍ୟକ୍ତିର ବିଶେଷ ଗୁଣ ବୋଲି ଧରାଯାଏ ଏବଂ ସେ ତାହା ସୁନ୍ଦର ଭାବରେ ହାସଲ କରିଥିଲେ। ପ୍ରତିବର୍ଷ ଭଞ୍ଜ ଜୟନ୍ତୀ ଓ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ମଧ୍ୟ ତାଙ୍କର ଉଚ୍ଚମନର ବକ୍ତୃତା ଜନତାଙ୍କୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ମନ୍ତ୍ରୀ, ବିଧାୟକ, ସାଂସଦ ଓ ବାଚସ୍ପତି ଏ ସମସ୍ତ ଦାୟିତ୍ୱ ସେ ଚମତ୍କାର ଭାବରେ ତୁଲାଇଥିଲେ।
ଲେଖାଲେଖି ପ୍ରତି ତାଙ୍କର ପ୍ରଚଣ୍ଡ ଦୁର୍ବଳତା ଥିଲା। ବ୍ୟସ୍ତତା ଭିତରେ ଯେତେବେଳେ ସମୟ ପାଉଥିଲେ, କିଛି ନା କିଛି ନିଶ୍ଚୟ ଲେଖୁଥଲେ। କେତୋଟି ଗଳ୍ପ, ଉପନ୍ୟାସ ବି ଲେଖିଥିଲେ କିନ୍ତୁ ସେ ସବୁ ପ୍ରକାଶ ପାଇନାହିଁ। ଚାରୋଟି କବିତା ସଙ୍କଳନ ତାଙ୍କର ପ୍ରକାଶିତ ହୋଇଛି ଓ ହିନ୍ଦୀ ତଥା ବଙ୍ଗଳାରେ ଅନୁବାଦିତ ହୋଇଛି।
ସେ ଥିଲେ ବନ୍ଧୁବତ୍ସଳ। ଅନେକ ବନ୍ଧୁ ତାଙ୍କର। ସମସ୍ତଙ୍କୁ ଶ୍ରଦ୍ଧା କରୁଥିଲେ। ତାଙ୍କର ଅନାବିଳ ଶ୍ରଦ୍ଧା ଥିଲା ସବୁରି ପ୍ରତି। ବହୁ ପରିବାର ତାଙ୍କ ଦ୍ୱାରା ତାଙ୍କ ସାହାଯ୍ୟ ପାଇ ଏଯାବତ ଉପକୃତ ହୋଇଛନ୍ତି ଓ ତାଙ୍କ ପ୍ରତି ଚିରକୃତଜ୍ଞ ରହିଛନ୍ତି ଓ ରହିଥିବେ ମଧ୍ୟ।
‘ବସୁଧୈବ କୁଟୁମ୍ବକମ୍‌’ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ଏହି ମନ୍ତ୍ରରେ ସେ ସମ୍ପୂର୍ଣ୍ଣ ଅନୁପ୍ରାଣିତ ଥିଲେ। ସବୁକ୍ଷେତ୍ରରେ ତାଙ୍କର ଆନ୍ତରିକତା, ସ୍ନେହଶ୍ରଦ୍ଧା, ଦୟାକ୍ଷମା ଓ ଉଦାରତା ପାଇଁ ସେ ସର୍ବଜନବିଦିତ। ଏଭଳି ‘ସ୍ନେହୀ ମଣିଷ’ ଆଜିର ସ୍ବାର୍ଥପର ଦୁନିଆରେ ମିଳିବା କଷ୍ଟକର।
ସ୍ମୃତି ତ ଅନେକ- ତାକୁ ବିସ୍ତୃତ ଭାବରେ ପ୍ରକାଶ କରିବା ମୋ ପରି ସାଧାରଣ ମଣିଷ ପାଇଁ କଷ୍ଟକର। ମୋର ଓ ମୋ ପିଲାମାନଙ୍କର ପରମ ସୌଭାଗ୍ୟ ଏଭଳି ଜଣେ ଦେବତୁଲ୍ୟ ବ୍ୟକ୍ତିଙ୍କୁ ସ୍ବାମୀ ଓ ପିତା ରୂପେ ପାଇ। ଈଶ୍ୱରଙ୍କୁ ପ୍ରାର୍ଥନା ଏହି ଶୁଦ୍ଧପ୍ରାଣ ମଣିଷଟି ଜନ୍ମଜନ୍ମାନ୍ତର ଧରି ଆମରି ଭିତରେ ରହିଥାନ୍ତୁ। ତାଙ୍କ ପ୍ରତି ଆମର କୋଟି କୋଟି ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri