Posted inଖେଳ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ : କ୍ୱାରାଣ୍ଟାଇନ୍‌ ସମୟରେ ଟ୍ରେନିଂ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାରଙ୍କ ଅନୁମତି

ସିଡ୍‌ନୀ, ୨୩।୧୦-
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯିବ। ସେଠାରେ ଦଳ ପ୍ରଥମେ ସିଡ୍‌ନୀ ଓ କାନ୍‌ବେରାରେ ୩ଟି ଲେଖାଏ ଏକଦିବସୀୟ ଓ ଟି୨୦ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ପରେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ସମୟରେ ଟ୍ରେନିଂ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାର ଅନୁମତି ଦେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରୁ ଭାରତୀୟ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଏଠାରେ ପହଞ୍ଚତ୍ବା ପରେ ଟ୍ରେନିଂ ପାଇଁ ଅନୁମତି ଦେବାକୁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାର ଓ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟରେ ଚୁକ୍ତି ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ଦଳ ୟୁଏଇରୁ ସିଧା ବ୍ରିସ୍‌ବେନ୍‌ ଯିବାନେଇ ପୂର୍ବରୁ ପ୍ରସ୍ତାବ ଥିଲା। ମାତ୍ର କୁଇନ୍ସଲାଣ୍ଡ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମରେ କୋହଳ କରି ବିରାଟ କୋହଲିଙ୍କ ଦଳକୁ ଟ୍ରେନିଂ ପାଇଁ ଅନୁମତି ଦେବାକୁ ରାଜି ହେଲେ ନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପ୍ରଥମ ଦୁଇଟି ଦିନିକିଆ ନଭେମ୍ବର ୨୭ ଓ ୨୯ରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳିବ। ଅନ୍ତିମ ମ୍ୟାଚଟି କାନ୍‌ବେରା ମାନୁକା ଓଭାଲରେ ଅନୁଷ୍ଠିତ ହେବ। ସେହିପରି ସିରିଜର ପ୍ରଥମ ଟି୨୦ ମ୍ୟାଚ କାନ୍‌ବେରାରେ ହେବାପରେ ଅବଶିଷ୍ଟ ୨ଟି ମ୍ୟାଚ ସିଡ୍‌ନୀରେ ଖେଳାଯିବ।
ସୀମିତ ଓଭର ସିରିଜ ପରେ ଫ୍ଲଡ୍‌ଲାଇଟରେ ପିଙ୍କ୍‌ବଲ ଟେଷ୍ଟ ଡିସେମ୍ବର ୧୭ରୁ ୨୧ ଆଡିଲେଡ୍‌ରେ ଅନୁଷ୍ଠିତ ହେବ। ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରୁ ସେହି ଆଡିଲେଡ୍‌ରେ ଖେଳାଯିବ। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ରେ ଏହି ଟେଷ୍ଟ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି। ନୂଆ ବର୍ଷର ଟେଷ୍ଟ ସିଡ୍‌ନୀଠାରେ ଜାନୁୟାରୀ ୭ରୁ ୧୧ ପର୍ଯ୍ୟନ୍ତ ଏବଂ ୪ର୍ଥ ତଥା ଅନ୍ତିମ ଟେଷ୍ଟ ବ୍ରିସବେନ୍‌ରେ ଜାନୁୟାରୀ ୧୫ରୁ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁମୋଦନ କରିବାପରେ କ୍ରିକେଟ ଅଷ୍ଟ୍ରେଲିଆ ଆନୁଷ୍ଠାନିକ ଭାବେ ଏହାକୁ ଘୋଷଣା କରିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri