ଅବହେଳାରୁ ଐତିହ୍ୟ ନଷ୍ଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ବହୁ ଐତିହ୍ୟସ୍ଥଳ। ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ମାଟିରେ ମିଶୁଛି ଐତିହାସିକ କୀର୍ତ୍ତିରାଜି। ଇତିମଧ୍ୟରେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନେକ ଐତିହ୍ୟ ସତ୍ତା ହରାଇ ବସିଥିବାବେଳେ ଆଉ କିଛି ଧୀରେ ଧୀରେ ନଜରରୁ ଦୂରେଇ ଯିବାରେ ଲାଗିଛି। ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୂରଦୃଷ୍ଟି ଅଭାବରୁ ପୁରୁଣା ଭୁବନେଶ୍ୱରର ଏକାଧିକ କୀର୍ତ୍ତିରାଜି ଏବେ ଜବରଦଖଲ ହୋଇଚାଲିଛି। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପୁରାତନ ତଥା ଐତିହାସିକ ମଠ, ମନ୍ଦିର ଓ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ପରିବର୍ତ୍ତେ ସେସବୁକୁ ଯୋଜନାବଦ୍ଧ ଭାବେ ଧ୍ୱଂସ ମୁହଁକୁ ଠେଲି ଦିଆଯାଉଛି। ଏଥିମଧ୍ୟରେ ପୁରୁଣା ଭୁବନେଶ୍ୱରର ଐତିହ୍ୟ ସମ୍ପନ୍ନ ଗୋସାଗରେଶ୍ୱର ମନ୍ଦିର ରହିଛି। ବୈତାଳୀ ମନ୍ଦିରଠାରୁ ୨୦୦ ମିଟର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ ଭାଗରୁ ପ୍ରାୟ ୮୦୦ ମିଟର ଦୂରରେ ଥିବା ଏହି ମନ୍ଦିର ଏବେ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି। ଏଥିସହ ପରିସରରେ ଥିବା ଐତିହ୍ୟ ପୁଷ୍କରିଣୀ ଓ ଏହାକୁ ଲାଗି ତ୍ରୟୋଦଶ ଶତାବ୍ଦୀର ୧୧ ଦେବଦେବୀଙ୍କ ମନ୍ଦିର ମଧ୍ୟ ଧ୍ୱଂସାଭିମୁଖୀ ହେବାରେ ଲାଗିଛି।
୧୯୯୯ରେ ଶେଷଥର ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଗୋସାଗରେଶ୍ୱର ମନ୍ଦିରର ମରାମତି ହୋଇଥିଲା। କିନ୍ତୁ ଏହାପରଠୁ ସତେ ଯେମିତି ଏହି ଐତିହ୍ୟ ରାଜ୍ୟ ତଥା ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ଆଲୋଡ଼ା ହୋଇଯାଇଛି। ଗୋ ମୃତ୍ୟୁ ପାପରୁ ମୁକ୍ତି ପାଇଁ ଲୋକେ ଏଠାରେ ସ୍ନାନ କରିଥାନ୍ତି। ପୁଷ୍କରିଣୀର ଜଳ ପ୍ରାକୃତିକ ଝରଣା ଦ୍ୱାରା ସୃଷ୍ଟି ହୋଇଥିବାବେଳେ ଏଥିରୁ ନିର୍ଗତ ଜଳ ଉତ୍ତର ପୂର୍ବ କୋଣ ଦେଇ ବିନ୍ଦୁସାଗରରେ ମିଶିଥାଏ। ହେଲେ ଏବେ ଅଧିକ ବର୍ଷାହେଲେ ପୁଷ୍କରିଣୀ ପାଣି ନିଷ୍କାସିତ ହୋଇ ନ ପାରି ମୁଖ୍ୟ ମନ୍ଦିରର ଆଧାରକୁ ଜଳମଗ୍ନ କରି ଦେଉଛି। ପାଣିର ପ୍ରାକୃତିକ ପ୍ରବାହକୁ ରୋକିବା ପାଇଁ ଏକ ପାଚେରି ନିର୍ମାଣ କରାଯାଇଥିଲା। ହେଲେ ତାହା ଏବେ ଭାଙ୍ଗିଯାଇଥିବାରୁ ମନ୍ଦିର ମଧ୍ୟକୁ ଜଳ ପ୍ରବେଶ କରି ତାହାକୁ ଦୁର୍ବଳ କରିବାରେ ଲାଗିଛି। ସମସ୍ତ ମନ୍ଦିରର ଗର୍ଭଗୃହରୁ ମଧ୍ୟ ପାଣି ଝରୁଛି। ଏପରି କି ମଣ୍ଡପ ମଧ୍ୟ ଗୋଟିଏ ଆଡ଼କୁ ଢଳି ଗଲାଣି। ପୂର୍ବରୁ ଏହି ପୁଷ୍କରିଣୀର ଜଳକୁ ପିଇବା ପାଣି ଭାବେ ବ୍ୟବହାର କରାଯାଉଥିବାବେଳେ ଏବେ ଏହା ପ୍ରଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ମନ୍ଦିର ପରିସର କୂଅଗୁଡ଼ିକ ମଧ୍ୟ ଦୂଷିତ ଅବସ୍ଥାରେ ରହିଛି। ଏନେଇ ସ୍ଥାନୀୟ ଲୋକେ ବିଭିନ୍ନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଯଦି ତୁରନ୍ତ ରକ୍ଷଣାବେକ୍ଷଣ ଓ ମରାମତି ନ ହେଲେ ମନ୍ଦିରର ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମା’ ଜାଗେଶ୍ୱରୀ ୟୁଥ୍‌ ଆସୋସିଏଶନ ସଭାପତି ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତିି।
ସେହିଭଳି ପୁରୁଣା ଭୁବନେଶ୍ୱରର ଗଙ୍ଗା-ଯମୁନା, ବଡ଼ କୂଅ, କପିଳକୁଣ୍ଡ, ମଣିକର୍ଣ୍ଣିକା, କୁକୁ ଟେଶ୍ୱର, କେଦାରଗୌରୀ ଆଦି ବହୁ ଐତିହ୍ୟ ପୁଷ୍କରିଣୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ବୋଲି ଇନ୍‌ଟାକ୍‌ର ଅନିଲ୍‌ ଧୀର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri