Posted inଖେଳ

ରୟାଲ୍ସକୁ ଜିତାଇଲେ ବଟଲର

ଆବୁଧାବି, ୨୦।୧୦-ବୋଲରଙ୍କ ଚମତ୍କାରିତା ପରେ ଜୋଶ୍‌ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୭ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ମାତ୍ର ୧୨୫ ରନ କରିଥିବାବେଳେ ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୧୦ ମ୍ୟାଚରୁ ୪ର୍ଥ ବିଜୟ ସହ ରୟାଲ୍ସ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୭ମ ପରାଜୟ ସହ ଚେନ୍ନାଇର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ମାତ୍ର ଦଳପାଇଁ ବିଶେଷ ସହାୟକ ହୋଇପାରି ନ ଥିଲା। ମାତ୍ର ୨୬ ରନ ମଧ୍ୟରେ ଦୁଇ ଇନ୍‌ଫର୍ମ ଖେଳାଳି ଫାଫ୍‌ ଡୁ’ପ୍ଲେସି (୧୦) ଓ ଶେନ ଓ୍ବାଟସନ(୮) ଆଉଟ ହେବାରୁ ଦଳ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବାଭାବିକ ବ୍ୟାଟିଂ ନ କରି ଅପେକ୍ଷାକୃତ ଧିମା ଖେଳିଥିବା ସାମ୍‌ କୁରାନ ମଧ୍ୟ ବଡ଼ ସ୍କୋର କରିପାରି ନ ଥିଲେ। ସେ ୨୫ ବଲ୍‌ରୁ ୨୨(୧ ଛକା, ୧ ଚୌକା) ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଶ୍ରେୟାସ ଗୋପାଳ ଏହି ତିନୋଟି ଉଇକେଟ ନେଇଥିଲେ। ଟାଇଟ୍‌ ବୋଲିଂ ଯୋଗୁ ୮ ଓଭରରେ ଯାଇ ଚେନ୍ନାଇ ସ୍କୋର ୫୦ ସ୍ପର୍ଶ କରିଥିଲା। ଅମ୍ବାତି ରାୟୁଡ଼ୁ ଓ ଧୋନୀଙ୍କ ଉପରେ ଇନିଂସ ଗଢ଼ିବା ଭାର ପଡ଼ିଥିଲା। ରାୟୁଡ଼ୁ ମାତ୍ର ୧୩ରନ କରି ରାହୁଲ ଟଓ୍ବୋଟିଆଙ୍କ ବଲ୍‌ରେ ଆଉଟ ହେବାରୁ ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ୧୦ ଓଭର ବେଳକୁ ସୁପରକିଙ୍ଗ୍ସ ସ୍କୋର ୫୬/୪ ହୋଇଥିଲା। ଦୁଇ ଅଭିଜ୍ଞ ଖେଳାଳି ଧୋନୀ ଓ ରବୀନ୍ଦ୍ର ଜାଡେଜା ଧିମା ଖେଳିଥିଲେ। ୧୭ ଓଭରରେ ଯାଇ ଚେନ୍ନାଇ ସ୍କୋର ୧୦୦ ଛୁଇଁଥିଲା। ୫ମ ଉଇକେଟରେ ୫୧ ରନର ଭାଗୀଦାରି ପରେ ଧୋନୀ ରନ ଆଉଟ ହୋଇ ଯାଇଥିଲେ। ସେ ୨୮ ବଲ୍‌ରୁ ୨୮ (୨ ଚୌକା) ରନ କରିଥିଲେ। ଜାଡେଜା ଦଳ ପକ୍ଷରୁ ସର୍ବାଧିକ ୩୦ ବଲ୍‌ରୁ ୩୫(୪ ଚୌକା) ରନକରି ଅପରାଜିତ ରହିଥିଲେ। ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୨୫ ରନ କରିଥିଲା। ଚଳିତ ସିଜନରେ ପ୍ରଥମେ ବ୍ୟାଟିଂ କ୍ଷେତ୍ରରେ ଏହା ସବୁଠାରୁ କମ୍‌ ସ୍କୋର। କେଦାର ଯାଦବ ୭ ବଲ୍‌ ଖେଳିଥିଲେ ହେଁ ୪ ରନରେ ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ଦୁଇ ସ୍ପିନର ଗୋପାଳ ଓ ଟଓ୍ବୋଟିଆ ଚମତ୍କାର ବୋଲିଂ କରି ୪ ଓଭର ସ୍ପେଲ୍‌ରେ ଯଥାକ୍ରମେ ୧୪ ଓ ୧୮ ରନ ଦେଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆର୍ଚର ଓ ତ୍ୟାଗୀ ଅନ୍ୟ ୨ଟି ଉଇକେଟ ନେଇଥିଲେ।
ଚେନ୍ନାଇପରି ରାଜସ୍ଥାନ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ପ୍ରତିପକ୍ଷ ବୋଲର ଦୀପକ ଚହର ଓ ଜୋଶ୍‌ ହାଜେଉଉଡ୍‌ ଘାତକ ବୋଲିଂ କରି ୨୮ ରନ ମଧ୍ୟରେ ରାଜସ୍ଥାନ ଟପ୍‌ ଅର୍ଡରର ୩ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ବେନ୍‌ ଷ୍ଟୋକ୍ସ ୧୯, ରବିନ ଉଥପ୍ପା ୪ ରନ କରିଥିବାବେଳେ ସଞ୍ଜୁ ସାମସନ ଖାତାଖୋଲିପାରି ନ ଥିଲେ। ମାତ୍ର ଜୋଶ୍‌ ବଟଲର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ସହଜ ବିଜୟ ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଧିନାୟକ ଷ୍ଟିଭ୍‌ ସ୍ମିଥ। ଦୁହେଁ ଅସମାପ୍ତ ୪ର୍ଥ ଉଇକେଟରେ ୯୮ ରନ ଯୋଗକରି ଚେନ୍ନାଇ ବୋଲରଙ୍କୁ ନିରାଶ କରିଥିଲେ। ବୋଲରଙ୍କୁ ସୁହାଉଥିବା ସ୍ଲୋ ପିଚ୍‌ରେ ଧୂଆଁଧାର ବ୍ୟାଟିଂ କରି ବଟଲର ୭୦ ରନରେ ଅପରାଜିତ ରହି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଥିଲେ। ସେ ୪୮ଟି ବଲ୍‌ ଖେଳି ନିଜ ଇନିଂସ ମଧ୍ୟରେ ୭ ଚୌକା ଓ ୨ ଛକା ମାରିଥିଲେ। ସ୍ମିଥ ୩୪ ବଲ୍‌ରୁ ୨୬(୨ ଚୌକା) ରନରେ ଅପରାଜିତ ଥିଲେ। ଦୀପକ ଓ ହାଜେଲଉଡ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଚେନ୍ନାଇ ବୋଲର ପ୍ରଭାବହୀନ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୨୫/୫ (ଜାଡେଜା-୩୫*, ଧୋନୀ-୨୮, ସାମ୍‌ କୁରାନ-୨୨, ଗୋପାଳ-୧/୧୪, ଟଓ୍ବୋଟିଆ-୧/୧୮, ଆର୍ଚର-୧/୨୦, ତ୍ୟାଗୀ-୧/୩୫)। ରାଜସ୍ଥାନ ୧୭.୩ ଓଭରରେ ୧୨୬/୩ (ବଟଲର-୭୦*, ସ୍ମିଥ-୨୬*, ଦୀପକ-୨/୧୮, ହାଜେଲଉଡ୍‌-୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri