ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ

ଯାଜପୁର ରୋଡ୍‌,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ ଏହାର ଉନ୍ନୟନ ପ୍ରତି କାହାର ନିଘା ନାହିଁ। ସହରବାସୀଙ୍କ କର୍ମ ବ୍ୟସ୍ତତାକୁ ହାଲୁକା କରିବା ପାଇଁ ପାର୍କଟିଏ ମଧ୍ୟ ନାହିଁ। ଲୋକେ ରାସ୍ତାକଡ଼ରେ ପ୍ରାତଃ ଭ୍ରମଣ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜିଲା ଗଠନର ୨୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏହି ପୌରପାଳିକା ଅଞ୍ଚଳ ଆଧୁନିକତାର ରୂପ ନେଇପାରୁନାହିଁ। ଏଥିରୁ ଜିଲା ପ୍ରଶାସନ ଏହି ପ୍ରମୁଖ ସହରର ବିକାଶକୁ କେତେ ଗୁରୁତ୍ୱ ଦେଉଛି ତାହା ବୁଝାପଡ଼ୁଛି।
୨୦୧୧ରେ ତତ୍କାଳୀନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟ ଓ ୨୦୧୬ରେ ସେତେବେଳର ବିଧାୟକ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସ ସରୋବର ଉନ୍ନତୀକରଣର ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ ନିୟମିତ ବ୍ୟବଧାନରେ ଫଳକଗୁଡିକର ଉନ୍ନତୀକରଣ ହୋଇଛି ବୋଲି ସହରବାସୀ ଏବେ ବିଭିନ୍ନ ସୋସିଆଲ ମିଡିଆରେ ମତପ୍ରକାଶ କରୁଛନ୍ତି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୭ରେ ବ୍ୟାସ ସରୋବରର ଉନ୍ନତୀକରଣ ନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ମାତ୍ର ୧ କୋଟି ଟଙ୍କା ବ୍ୟୟ ହୋଇ ପୂର୍ତ୍ତ ବିଭାଗ ଦ୍ୱାରା କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି। ଆଉ ୪ କୋଟି ଟଙ୍କା ପଡି ରହିଥିବା ଜଣାପଡ଼ିଛି। ସେହିପରି ପୌରପାଳିକା ପାଣ୍ଠିରୁ ୨୦ ଲକ୍ଷ ଟଙ୍କାରେ ଏହି ଐତିହ୍ୟ ପୋଖରୀର କାର୍ଯ୍ୟ ହେଉଥିଲା। ମାତ୍ର ୪/୫ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ସେହି କାର୍ଯ୍ୟକୁ କୌଣସି କାରଣରୁ ବନ୍ଦ କରି ଦିଆଯାଇଛି। ପୌରପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ଗତ ୨ ବର୍ଷ ହେଲା ପ୍ରଶାସନିକ ଅଧିକାରୀ ଏହାର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ହେଲେ ଠପ୍‌ ହୋଇଯାଇଛି ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ। ବିଭିନ୍ନ ସମୟରେ ଜିଲାପାଳ, ବିଧାୟକ, ମନ୍ତ୍ରୀ ପ୍ରମୁଖ ବ୍ୟାସସରୋବର ପୀଠ ପରିଦର୍ଶନ କରି ବିଭିନ୍ନ ଯୋଜନା ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କାହିଁକି ମୂଲ୍ୟହୀନ ହୋଇଯାଉଛି ତାହା ସହରବାସୀ ବୁଝି ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।
ଏଠାରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଅନୁଷ୍ଠିତ ହୋଇଥାଏ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଆସିଥାନ୍ତି। କିନ୍ତୁ ଭଲ ରାସ୍ତାଟିଏ ନାହିଁ। ଖାଲଖମାର ମାଟି ରାସ୍ତାରେ ଶ୍ରଦ୍ଧାଳୁ ଉଠିପଡି ଯାତାୟାତ କରୁଥିବା ଦେଖିବାକୁ ମିଳେ। ଏପରି କି ଉକ୍ତ ରାସ୍ତା ଦେଇ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ବ୍ୟାସ ସରୋବର ମେଳାର ଉଦ୍‌ଘାଟନ ଓ ଉଦ୍‌ଯାପନୀ ଉତ୍ସବକୁ ଯାଇଥାନ୍ତି। କିନ୍ତୁ ରାସ୍ତାର ଦୁରବସ୍ଥା ପ୍ରତି ସମସ୍ତେ ନୀରବଦ୍ରଷ୍ଟା। ଏପରି କି ଜିଲାର ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଆଶାନୁରୂପ ବିକାଶ ହେଉଥିବାବେଳେ ବ୍ୟାସ ସରୋବର କାହିଁକି ଅବହେଳିତ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବରର ବିକାଶ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ବିନିଯୋଗ କରାଯିବ। ଏହାସହ ଷ୍ଟାଡିୟମ ପାଖରେ ୭ ଏକର ଜମିରେ ଶିଶୁ ଉଦ୍ୟାନ, ସ୍ବାସ୍ଥ୍ୟପାର୍କ, ବୟସ୍କଙ୍କ ପାଇଁ ପାର୍କ ନିର୍ମାଣ ଲାଗି ଯୋଜନା ସମ୍ପନ୍ନ ହୋଇ ସାରିଛି। ଟେଣ୍ଡର ପ୍ରକ୍ରିୟା କରାଯାଇ କାମ ଶୀଘ୍ର ଆରମ୍ଭ କରିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri