ରାଜ୍ୟରେ ୩,୧୩୬ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌-୧୯ ବ୍ୟବସାୟିକ ବାଣିଜ୍ୟକୁ ବିଶେଷଭାବେ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁ ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ କ୍ଷତି ସହିଛନ୍ତି। ଦୀର୍ଘ ୬ମାସ ଧରି ବ୍ୟବସାୟ ବନ୍ଦ ଯୋଗୁ ବହୁ ଷ୍ଟାର୍ଟଅପ୍‌ ଏବେ ବନ୍ଦ ହେବା ପରିସ୍ଥିତିକୁ ଚାଲି ଆସିଛନ୍ତି। ଟିଆଇଇ ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ଜିନଭ୍‌ର ରିପୋର୍ଟ ଅନୁଯାୟୀ, କୋଭିଡ୍‌-୧୯ ଯୋଗୁ ଲକ୍‌ଡାଉନ୍‌ ସମୟରେ ଭାରତର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ବିଶେଷ ପ୍ରଭାବିତ ହୋଇଛି। ୧୫% ଭାରତୀୟ ଷ୍ଟାର୍ଟଅପ୍‌ ଆର୍ଥିକ କ୍ଷତି ସହି ନ ପାରି ନିଜର ଅପରେସନ୍ସ ବା କାର୍ଯ୍ୟ ବନ୍ଦ କରିଛନ୍ତି। କେବଳ ଏତିକି ନୁହେଁ, ୪୧% ଷ୍ଟାର୍ଟଅପ୍‌ ଉପରେ କୋଭିଡ୍‌-୧୯ର ନକାରାତ୍ମକ ପ୍ରଭାବ ପଡ଼ିଥିବାବେଳେ ୫୨% ଷ୍ଟାର୍ଟଅପ୍‌ ବ୍ୟବସାୟ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ୪୪% ଷ୍ଟାର୍ଟଅପ୍‌ ନିକଟରେ ଆବଶ୍ୟକ କ୍ୟାଶ୍‌ ରନ୍‌ଓ୍ବେ(୬ମାସ ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ପାଣ୍ଠି) ନ ଥିବାରୁ ଲକ୍‌ଡାଉନ୍‌ ସେମାନଙ୍କୁ ଅଧିକ କ୍ଷତି ପହଞ୍ଚାଇଛି।
ଓଡ଼ିଶାରେ କରୋନା ମହାମାରୀ ସମୟରେ ଅର୍ଥାତ ଗତ ମାର୍ଚ୍ଚଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସାମୟିକଭାବେ ବନ୍ଦ ହୋଇଛି। ରାଜ୍ୟ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ ପାଣ୍ଠି ଅଭାବ, ନିବେଶକାରୀଙ୍କ ଅନାଗ୍ରହ ଏବଂ ଦୀର୍ଘଦିନ ଧରି ବ୍ୟବସାୟ ବନ୍ଦ ରହିବା ଯୋଗୁ ଏହି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ବନ୍ଦ ହୋଇଯାଇଛି। ତେବେ ଏହି କର୍ମସଂସ୍ଥାଗୁଡ଼ିକରେ କାମ କରୁଥିବା କେତେ କର୍ମଚାରୀ ଏବଂ ଶ୍ରମିକ ନିଯୁକ୍ତି ହରାଇଛନ୍ତି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। ହେଲେ ବ୍ୟବସାୟରେ କ୍ଷତି ସହି ସାମୟିକଭାବେ ବନ୍ଦ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ସେପ୍ଟେମ୍ବର ୨୫ ସୁଦ୍ଧା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ୧.୬୧ଲକ୍ଷ ଏମ୍‌ଏସ୍‌ଏମ୍‌ଇକୁ ୨,୮୦୦ କୋଟି ଟଙ୍କାର ଋଣ ମଞ୍ଜୁର ଦିଆଯାଇଛି। ଏହାଦ୍ୱାରା ସେମାନେ ବ୍ୟବସାୟର ପୁନଃଆରମ୍ଭ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଓଡ଼ିଶା ଏକ ‘ଅର୍ଲି ଷ୍ଟେଜ୍‌ ଇକୋସିଷ୍ଟମ୍‌’ ରାଜ୍ୟ ହୋଇଥିବାରୁ ପରିସ୍ଥିତି ସୁଧୁରିବା ପରେ ଏହି ସଂସ୍ଥାଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସେକ୍ଟର ଅନୁସାରେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ଅନୁଭୂତ ହୋଇଛି। ଟୁରିଜମ୍‌, ହସ୍ପିଟାଲିଟି ଏବଂ ଟ୍ରାନ୍ସପୋର୍ଟ ବା ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ମଧ୍ୟ ସେମାନେ ଅଣ୍ଟା ସଳଖି ପାରିନାହାନ୍ତି। ଅପରପକ୍ଷରେ ରାଜ୍ୟର ଇ-କମର୍ସ, ଅନ୍‌ଲାଇନ୍‌ ଶିକ୍ଷା ଏବଂ ଆଇଟି ସେକ୍ଟର ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ପ୍ରାୟତଃ ପୂର୍ବସ୍ଥିତିକୁ ଫେରିଛନ୍ତି।
ଅନ୍ୟପକ୍ଷରେ ଟିଆଇଇ ରିପୋର୍ଟ ମୁତାବକ, ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ଦେଶରେ ପୁଞ୍ଜି ବିନିଯୋଗର ପରିମାଣ କମିଥିବାବେଳେ ଉଭୟ ଫଣ୍ଡିଂ ଓ ବିଜ୍‌ନେସ୍‌ ଡିଲ୍‌ କୋଭିଡ୍‌-୧୯ ପାଇଁ ପ୍ରଭାବିତ ହୋଇଥିଲା। ମାତ୍ର ୫୦%ରୁ କମ୍‌ ସଂଖ୍ୟକ ଷ୍ଟାର୍ଟଅପ୍‌ ସେମାନଙ୍କ ପ୍ରଥମ ପର୍ଯ୍ୟାୟ ଫଣ୍ଡ୍‌ କଷ୍ଟେମଷ୍ଟେ ଯୋଗାଡ଼ କରିପାରିଥିଲେ। ତେବେ ବିଟୁସି(ବିଜ୍‌ନେସ୍‌ ଟୁ କଞ୍ଜୁମର୍‌) ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ପାଇଁ ଲକ୍‌ଡାଉନ ପରେ ପାଣ୍ଠି ଯୋଗାଡ଼ କରିବା ସହଜ ନ ଥିଲା। ୨୦୨୦ ପ୍ରଥମ ତ୍ରୈମାସିକ ଅପେକ୍ଷା ଦ୍ୱିତୀୟ ତ୍ରୈମାସିକରେ ୫୦% କମ୍‌ ପୁଞ୍ଜି ବିନିଯୋଗ ଦେଖିବାକୁ ମିଳିଥିଲା। ନିବେଶକାରୀମାନେ ବଡ଼ ବଡ଼ ଷ୍ଟାର୍ଟଅପ୍‌ରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଉଥିବାରୁ ଛୋଟ ବା ନୂଆକରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ର ପାଣ୍ଠି ୩୦% କମିଥିବା ଏହି ରିପୋର୍ଟରେ କୁହାଯାଇଛି। ଏଣ୍ଟରପ୍ରାଇଜ୍‌ ଟେକ୍‌, ବିଏଫ୍‌ଏସ୍‌ଆଇ, ହେଲ୍‌ଥକେୟାର ଏବଂ ଏଡ୍‌ଟେକ୍‌ରେ ଦ୍ୱିତୀୟ ତ୍ରୈମାସିକରେ ମାତ୍ର ୬୦-୬୫% ଫଣ୍ଡିଂ ଯୋଗାଡ଼ କରିଥିଲେ। ଏବେ ପରିସ୍ଥିତି ସୁଧୁରୁଥିବାରୁ ଚଳିତ ଆର୍ଥିକବର୍ଷରେ ୮ଟି ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥା ଭାରତରେ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି। ସେହିଭଳି ୨୦୨୫ ସୁଦ୍ଧା ଭାରତରେ ୧୦୦ଟି ୟୁନିକର୍ନ ବା ବଡ଼ ଷ୍ଟାର୍ଟଅପ୍‌ ଏବଂ ୬୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ଷମ ଷ୍ଟାର୍ଟଅପ୍‌ର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri