କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା ଅଛି ଯେଉଁଠି ଯାତାୟାତ ପାଇଁ ଲୋକଙ୍କୁ ଜଙ୍ଗଲରୁ କାଠ କାଟି ପଙ୍କ କାଦୁଅ ରାସ୍ତା ଉପରେ ବିଛାଇବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ସରକାରୀ ଯୋଜନାରେ ସଡ଼କଟିଏ ପାଇଁ ଦାବି କରି ନିରାଶ ହେବା ପରେ ନିଜ ସମସ୍ୟାର ସମାଧାନ ନିମନ୍ତେ ଲୋକଙ୍କୁ ଏପରି ଭିନ୍ନ ପନ୍ଥା ଆପଣାଇବାକୁ ପଡ଼ିଛି। ରବିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା କୋଠଭୂଇଁ ପଞ୍ଚାୟତର ସଂକ୍ରିଡ଼ା ଗ୍ରାମରେ।
ଜଙ୍ଗଲ ଅଧ୍ୟୁଷିତ ଗ୍ରାମ ସଂକ୍ରିଡ଼ାର ଲୋକ ସଂଖ୍ୟା ପ୍ରାୟ ୩୫୦। ହେଲେ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ଫଳରେ ବର୍ଷ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ବିଶେଷକରି ବର୍ଷାଦିନେ ପଞ୍ଚାୟତ ମୁଖ୍ୟାଳୟଠାରୁ ଗ୍ରାମକୁ ଲମ୍ବିଥିବା ୬ କିଲୋମିଟର ରାସ୍ତାର ପଙ୍କୁଆ ମାଟିରେ ଚାଲିକରି ଯିବା ଅତି କଷ୍ଟକର ହୋଇପଡ଼ୁଛି। ଅନେକ ସ୍ଥାନରେ ଆଣ୍ଠୁଏ ଲେଖାଏ କାଦୁଅ ରହୁଛି। ଏ ନେଇ ବାରମ୍ବାର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଟେଣ୍ଡର ମଧ୍ୟ କରାଯାଇଥିଲା। କିନ୍ତୁ ଦାୟିତ୍ୱ ନେଇଥିବା ଠିକାଦାର ଦେଢ଼ବର୍ଷ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନାହାନ୍ତି। ଏପରିକି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତାରେ ମାଟି ପକାଯାଇଥିଲେ ମଧ୍ୟ ତାହା ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିପାରି ନାହିଁ। ତେଣୁ ଯାତାୟାତରେ ସୁବିଧା ପାଇଁ ସେମାନେ ବାଧ୍ୟ ହୋଇ ଶୁକ୍ରବାରଠାରୁ ଜଙ୍ଗଲରୁ କାଠ କାଟି ରାସ୍ତାର ପଙ୍କ କାଦୁଅ ଉପରେ ବିଛାଉଥିବା ଗ୍ରାମ ସଭାପତି ଜିତେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ସାହୁ, ବଟ କିଶୋର ପ୍ରଧାନ, ନାରାୟଣ ପ୍ରଧାନ, ଭକ୍ତ ବନ୍ଧୁ ବିଶ୍ୱାଳ, ଦୋଳଗୋବିନ୍ଦ ପ୍ରଧାନ, ଭାସ୍କର ସାହୁ, ମୀନକେତନ ପ୍ରଧାନ, ବୈକୁଣ୍ଠ ସାହୁ, ପ୍ରମୋଦ ମଙ୍ଗରାଜ, ରବୀନ୍ଦ୍ର ବିଷ୍ଣୁ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିନୟ କୁମାର ପାଢୀ କହିଛନ୍ତି, ସଂକ୍ରିଡା ଗ୍ରାମକୁ ରାସ୍ତା ଜରୁରୀ। ୧୫ ମାସ ହେଲା ଠିକାଦାର କାମ କରୁନାହାନ୍ତି। ବାରମ୍ବାର ଚିଠି କରାଯିବା ପରେ ସେ ଉତ୍ତର ଦେଉ ନ ଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଟେଣ୍ଡର କ୍ୟାନସେଲ କରାଯିବ। ନୂତନ ଟେଣ୍ଡର ଡାକିବା ପାଇଁ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଚିଠି କରାଯାଇଛି ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
୩ ଦିନ ହେଲା କାମରେ ଲାଗିଛୁ
ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଲୋକ ପ୍ରତିନିଧି, ଜିଲାପାଳଙ୍କୁ ଜଣାଇବା ସତ୍ତ୍ୱେ କେବଳ ପ୍ରତିଶ୍ରୁତି ମିଳିଛି। ବାଧ୍ୟହୋଇ ଗ୍ରାମର ସମସ୍ତେ ଏକାଠି ହୋଇ ୩ ଦିନ ହେଲା ଜଙ୍ଗଲରୁ କାଠ ସଂଗ୍ରହ କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଚେଷ୍ଟା କରିଛୁ।
-ଜିତେନ୍ଦ୍ର ପ୍ରଧାନ, ଗ୍ରାମ ସଭାପତି
ସରକାରୀ ଯୋଜନାର ସୁଫଳ ପାଉନୁ
ଜଙ୍ଗଲ ମଧ୍ୟରେ ରହୁଥିବାରୁ ଅନେକ ସମସ୍ୟା ଭୋଗୁଛୁ। ପିଇବା ପାଇଁ ବର୍ଷଯାକ ନଳକୂଅ ପାଣି ମଧ୍ୟ ମିଳୁନି। ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି। କେବେ ସରକାରୀ ଯୋଜନାର ସୁଫଳ ଆମକୁ ମିଳିବ ତାହାକୁ ଅପେକ୍ଷା।
-ଘଟ କିଶୋର ପ୍ରଧାନ, ଗ୍ରାମ ସମ୍ପାଦକ
ପରିବା ମୁଣ୍ଡେଇ ବଜାର ଯାଉଛୁ
ଜମିରେ କରୁଥିବା ପରିବା ବିକ୍ରି ପାଇଁ ବଜାରକୁ ନେଇପାରୁନୁ। ଯେତିକି ମୁଣ୍ଡରେ ବୋହିପାରୁଛୁ ସେତିକି ବଡ଼ କଷ୍ଟରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛୁ। ଭଲ ରାସ୍ତାଟିଏ ଥିଲେ ଗାଡ଼ିରେ ଏସବୁ ସାମଗ୍ରୀ ନେଇ ଅଧିକ ଆୟ କରିପାରିଥାନ୍ତୁ।
-ଭକ୍ତବନ୍ଧୁ ବିଶ୍ୱାଳ, ଗ୍ରାମବାସୀ
ସରକାର ଏଯାଏ ମଜୁରି ଦେଇନାହାନ୍ତି
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗ୍ରାମବାସୀ ୨ ମାସ ହେଲା ରାସ୍ତାରେ ମାଟି ପକାଇଥିଲେ। କିନ୍ତୁ ଶ୍ରମ ବାବଦ ୬୦ ହଜାର ଟଙ୍କା ଏ ପର୍ଯ୍ୟନ୍ତ ଶ୍ରମିକଙ୍କୁ ମିଳିନାହିଁ। ରାସ୍ତା କାମ ବି ଆଗେଇପାରୁନି। ସରକାର ଦୃଷ୍ଟି ଦେଇ ସମସ୍ୟା ବୁଝନ୍ତୁ।
-ନାରାୟଣ ପ୍ରଧାନ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri