ସୁରକ୍ଷା ପାଇଁ ସାମଗ୍ରୀ ନାହିଁ

ଅନୁଗୋଳ ଅଫିସ, ୧୨।୧୦:  କରୋନା ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ଅଛନ୍ତି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ। ଏମାନଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କହୁଛନ୍ତି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦେଖିଲେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ତାହା ସାଧାରଣ ଲୋକଙ୍କୁ ବେଶ୍‌ ବୁଝାପଡ଼ୁଛି। ଏଠାରେ ଏହି କରୋନା ଯୋଦ୍ଧାଙ୍କ ପାଇଁ ଜରୁରୀ ଆବଶ୍ୟକତା ଗ୍ଲୋବ୍ସ ଓ ସାନିଟାଇଜର ମିଳୁନାହିଁ। ଫଳରେ ସଂକ୍ରମିତଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ଏହି ଯୋଦ୍ଧାମାନଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବଢ଼ିଯାଉଛି। ଦେଢ଼ ମାସ ହେଲା ଏପରି ଅବ୍ୟବସ୍ଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ବାଧ୍ୟହୋଇ ଡାକ୍ତର ଓ କର୍ମଚାରୀମାନେ ବ୍ୟବହୃତ ଗ୍ଲୋବ୍ସକୁ ଧୋଇ ଶୁଖାଇ ପୁନଃ ବ୍ୟବହାର କରୁଥିବା ସୂଚନା ମିଳିଛି।
ଅନୁଗୋଳ ପାଇଁ ଅର୍ଥର ଅଭାବ ନ ଥିବା କୁହାଯାଉଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ଯୋଦ୍ଧା ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଜରୁରୀ ଗ୍ଲୋବ୍ସ ଓ ସାନିଟାଇଜର ଅଭାବକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ମାସକୁ ୫୦ ହଜାର ଗ୍ଲୋବ୍ସ ଆବଶ୍ୟକ। କରୋନା କାରଣରୁ ବର୍ତ୍ତମାନ ଆଉ ଅଧିକ ୨୦ ହଜାର ଗ୍ଲୋବ୍ସ ଜରୁରୀ ହୋଇପଡ଼ିଛି। ଏହାକୁ ଯୋଗାଇବା ପାଇଁ ଟେଣ୍ଡର ସରିଛି। କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହଠାତ୍‌ ଦର ବଢ଼ିଯିବାରୁ ଟେଣ୍ଡର ନେଇଥିବା ସଂସ୍ଥା ପୁରୁଣା ଦରରେ ଏହା ଯୋଗାଇବାକୁ ଅକ୍ଷମତା ପ୍ରକାଶ କରୁଛି। ଏ ନେଇ ବାରମ୍ବାର ଡାକ୍ତର ଓ କର୍ମଚାରୀମାନେ ସିଡିଏମ୍‌ଓଙ୍କ ନିକଟରେ ଫେରାଦ ହେଉଥିଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ। ଫଳରେ ନିରାଶ ହୋଇ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଡାକ୍ତର ଓ କର୍ମଚାରୀ। ଅନ୍ୟପକ୍ଷରେ ଗତ ଦୁଇ ଦିନରେ ଜିଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରୁଛି। ରକ୍ତ ଭଣ୍ଡାରରେ ମଧ୍ୟ ଏହି ଗ୍ଲୋବ୍ସ ସମସ୍ୟା ଅଧିକ ରହିଛି। ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିରଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଉଛି। କିନ୍ତୁ ଗ୍ଲୋବ୍ସ ଅଭାବ ପଡ଼ୁଥିବାରୁ ବ୍ୟବହୃତ ଗ୍ଲୋବ୍ସକୁ ଧୋଇ ଶୁଖାଇ ବ୍ୟବହାର କରାଯାଉଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଗ୍ଲୋବ୍ସ ନାହିଁ। ଏହି ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଛି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ଓଡ଼ିଶା ଔଷଧ ନିଗମକୁ ବାରମ୍ବାର ଅବଗତ କରାଯିବା ପରେ ବି କୌଣସି ସୁବିଧା କରାଯାଉ ନାହିଁ।
– ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ

ସର୍ବଦା ପିପିଇ କିଟ୍‌ ପିନ୍ଧିବା ସମ୍ଭବ ନୁହେଁ
ମେଡିକାଲରେ ଗ୍ଲୋବ୍ସର ଅଭାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। କିନ୍ତୁ କେହି ଧ୍ୟାନ ଦେଉନାହାନ୍ତି। କର୍ତ୍ତୃପକ୍ଷ ଦେଉଥିବା ପିପିଇ କିଟ୍‌ରେ କାମ ଚଳାଉଛୁ। ମାତ୍ର ସବୁ ସମୟରେ ପିପିଇ କିଟ୍‌ ପିନ୍ଧି ରୋଗୀ ସେବା ଯୋଗାଇବା ସମ୍ଭବ ନୁହେଁ।
– ଡାକ୍ତର ଜ୍ଞାନ ରଞ୍ଜନ ବିଶ୍ୱାଳ, ଅସ୍ଥିଶଲ୍ୟ ବିଭାଗ

ଗୋଟିଏକୁ ବାରମ୍ବାର ବ୍ୟବହାର କରୁଛୁ
ଗ୍ଲୋବ୍ସ ଓ ସାନିଟାଇଜର ମିଳୁ ନ ଥିବାରୁ ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ବିକଳ୍ପ ରାସ୍ତା ବାଛିଛୁ। ଏପରି କି ଗୋଟିଏ ଗ୍ଲୋବ୍ସକୁ ବାରମ୍ବାର ଧୋଇ ଶୁଖାଇ ବ୍ୟବହାର କରୁଛୁ। ଏ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗକୁ ରୋଗୀ ସେବା ବ୍ୟାହତ ହେବା ସୁନିଶ୍ଚିତ।
– ଡାକ୍ତର ବିଶ୍ୱଜିତ୍‌ ସାମଲ, ଚର୍ମରୋଗ ଓ ରକ୍ତ ଭଣ୍ଡାର ଅଧିକାରୀ

ପଦକ୍ଷେପ ନିଆ ନ ଗଲେ ସଂକଟ ବଢ଼ିବ
ଦୁଇଦିନ ମଧ୍ୟରେ ମେଡିକାଲ ଦୁଇଜଣ କରୋନା ଯୋଦ୍ଧାଙ୍କୁ ହରାଇଲାଣି। ତଥାପି ଗ୍ଲୋବ୍ସ ଓ ସାନିଟାଇଜର ଅଭାବ ପୂରଣ ନେଇ ସିଡିଏମ୍‌ଓ ପଦକ୍ଷେପ ନେଉନାହାନ୍ତି। ମେଡିକାଲର ବିଭିନ୍ନ ୱାର୍ଡକୁ କରୋନା ସଂକ୍ରମିତ ଆସୁଥିବାରୁ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।
– ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri