Posted inଖେଳ

କୋଲକାତା- ଚେନ୍ନାଇ ମୁକାବିଲା: କାର୍ତ୍ତିକଙ୍କ ଲାଗି କଡ଼ା ପରୀକ୍ଷା

ଆବୁଧାବି,୭।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସସ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ କଡ଼ା ପରୀକ୍ଷା ସମ୍ମୁଖୀନ ହେବେ। ତାରକା ଖଚିତ କୋଲକାତା ଦଳରେ ଏକାଧିକ ସମସ୍ୟା ରହିଛି। ଏପର୍ଯ୍ୟନ୍ତ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିବା କାର୍ତ୍ତିକ ଏହି ସମସ୍ୟାଗୁଡିକର କିପରି ସମାଧାନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
କୋଲକାତା ଦଳରେ ଇଂଲଣ୍ଡର ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ରହିଥିଲେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କ ଉପରେ ଅଧିକ ଭରସା କରି ତାଙ୍କୁ ନେତୃତ୍ୱ ପ୍ରଦାନ କରିଛି। ନିଜେ ଦୁର୍ବଳ ଫର୍ମ ଦେଇ ଗତି କରିବା ସହ ଉଇକେଟକିପର ବ୍ୟାଟ୍ସମ୍ୟାନ କାର୍ତ୍ତିକ କେତୋଟି ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚନାର ଶିକାର ହୋଇଛନ୍ତି। ୪ଟି ମ୍ୟାଚ୍‌ ଖେଳି ସେ ଏପର୍ଯ୍ୟନ୍ତ ମାତ୍ର ୩୭ ରନ ସଂଗ୍ରହ କରିଛନ୍ତି। ଦଳରେ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବା ବେଳେ କାର୍ତ୍ତିକ ନିଜେ ଓ ସୁନୀଲ ନାରିନ୍‌ ଆଗୁଆ ବ୍ୟାଟିଂ କରିବା, ବିଗ୍‌ ବାସ୍‌ ସେନ୍‌ସେସନ ଟମ୍‌ ବାଣ୍ଟନଙ୍କୁ ଓପନିଂ କରିବାକୁ ସୁଯୋଗ ନ ଦେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଣ୍ଟନଙ୍କୁ ଇଂଲଣ୍ଡ ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସନଙ୍କ ସହ ତୁଳନା କରାଯାଉଛି। ୪ଟି ମ୍ୟାଚ୍‌ ଖେଳି ନାରିନ ୮୭.୦୯ ହାରରେ ମାତ୍ର ୨୭ ରନ ସଂଗ୍ରହ କରି ଦୁର୍ବଳ ଫର୍ମର ସୂଚନା ଦେଇଛନ୍ତି।
ବୋଲିଂ ବିଭାଗରେ କୋଲକାତା ଦଳରେ ବହୁ ବିକଳ୍ପ ରହିଥିଲେ ମଧ୍ୟ କାର୍ତ୍ତିକ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଭଲଭାବେ ମ୍ୟାନେଜ କରିପାରି ନାହାନ୍ତି। ପ୍ୟାଟ୍‌ କୁମିନ୍ସଙ୍କ ଭଳି ବୋଲର ଏପର୍ଯ୍ୟନ୍ତ ଆଦୌ ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ଫଳରେ ଦଳର ସମସ୍ୟା ଦ୍ୱିଗୁଣିତ ହୋଇଛି। ଶାରଜାର ପିଚ୍‌ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ବୋଲି ପ୍ରମାଣିତ ହୋଇଛି। ଉଭୟ ଦଳ ୨୦୦ ରନ ପାର କରିଥିଲେ ମଧ୍ୟ ବୋଲର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ମୋର୍ଗାନ ଓ ରାହୁଲ ତ୍ରିପାଠୀ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦିଲ୍ଲୀ ବୋଲର ଡେଥ୍‌ ଓଭରରେ ଭଲ ପ୍ରଦର୍ଶନ କରି ବାଜି ମାରିଥିଲେ। କାର୍ତ୍ତିକ ବୋଲରଙ୍କୁ ସମର୍ଥନ କରିବା ଆବଶ୍ୟକ। ଖାସ୍‌ କରି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଅଧିକ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦିଆଯାଇଥିଲା ଓ ସେ ଏପର୍ଯ୍ୟନ୍ତ ମାତ୍ର ୯ ଓଭର ବୋଲିଂ କରିଛନ୍ତି।
ଅପରପକ୍ଷରେ ଚେନ୍ନାଇ କ୍ରମାଗତ ୩ଟି ପରାଜୟ ପରେ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଛି। ଦଳ ଏବେ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଛି। ଦଳ ଅବଶ୍ୟ ନିମ୍ନତମ ସ୍ଥାନରୁ ଉନ୍ନତି କରିଛି। ଅଭିଜ୍ଞ ଓପନର ଶେନ୍‌ ଓ୍ବାଟସନ ଫର୍ମକୁ ଫେରିବା ବରଦାନ ସାବ୍ୟସ୍ତ ହୋଇଛି। ସେ ଗତ ମ୍ୟାଚ୍‌ରେ ଅପରାଜିତ ୮୩ ରନ ସଂଗ୍ରହ କରିଥିଲେ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୧୭୯ ରନ ଟାର୍ଗେଟର ପିଛା କରି ଚେନ୍ନାଇ ବିନା କ୍ଷତିରେ ରେକର୍ଡ ୧୮୧ ରନ ଚେଜ୍‌ କରିଥିଲା। ଓ୍ବାଟଶନ ଓ ଫାଫ୍‌ ଡୁପ୍ଲେସି ଅତି ସହଜରେ ଏହି ଲକ୍ଷ୍ୟ ପୂରଣ କରିଥିଲେ। କେତୋଟି ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ଚେନ୍ନାଇ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବେଶ୍‌ ସମାଲୋଚିତ ହୋଇଥିଲେ ମଧ୍ୟ ଏବେ ଦଳର ଆତ୍ମବିଶ୍ୱାସ ଫେରିଛି। ଏହି ମ୍ୟାଚ୍‌ରେ ସଂଘର୍ଷରତ କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌ ବିବେଚିତ ହେଉଛି।
କୋଲକାତା ନାଇଟ୍‌ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, କମଳେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ଶୁବମନ ଗିଲ, ସିଦ୍ଧେଶ ଲାଡ, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ୍‌, ଏମ୍‌. ସିଦ୍ଧାର୍ଥ, ନିଖିଲ ନାଏକ ଓ ଅଲି ଖାନ।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ଡ୍ବେନ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ୍‌, ଶାର୍ଦ୍ଦୁଳ ଠାକୁର, ସାମ୍‌ କୁରାନ, ଏନ୍‌. ଜଗଦୀଶନ, ଋତୁରାଜ ଗାଏକ୍ୱାଡ ଓ କର୍ଣ୍ଣ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri