Posted inଫୁରସତ

ପ୍ରତିଦିନ ଗୋଟିଏ ଲେଖାଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଏହି ମହିଳା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ କିଛି ବି କରିବାକୁ ରାଜି ହୋଇଥାନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ା ମାତ୍ର କିଛି ଲୋକଙ୍କୁ ଏ ସବୁରେ ଆଦୌ ହେଲେ ଫରକ୍‌ ପଡ଼ି ନ ଥାଏ, ଯେ ତାଙ୍କ ବିଷୟରେ ଲୋକ କ’ଣ ଭାବନ୍ତି। ସେମିତି ଜଣେ ମହିଳା ହେଲେ ଲେଖିକା ବା ବ୍ଲଗର ମେଲିସା ବ୍ଲାକ। ମେଲିସାଙ୍କୁ ଅସୁନ୍ଦରତା ଯୋଗୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।
ମେଲିସା ଫ୍ରିମ୍ୟାନ-ଶେଲଡନ୍‌-ସିଣ୍ଡ୍ରୋମ ରୋଗରେ ପୀଡିତ। ଏହି କାରଣରୁ ତାଙ୍କ ମୁହଁ ସାଧାରଣ ଲୋକଙ୍କଠାରୁ ସାମାନ୍ୟ ଭିନ୍ନ। ଗତ ଅଗଷ୍ଟ ମାସରେ ମେଲିସା ଏକ ଆଟିକିଲ୍‌ ଲେଖିଥିଲେ। ସେହି ସମୟରେ ତାଙ୍କର ଏକ ଫଟୋ ୟୁଟ୍ୟୁବ୍‌ରେ ଶେୟାର ହୋଇଥିଲା। ଏହା ପରେ ଲୋକେ ତାଙ୍କୁ ଅସୁନ୍ଦର କହିବା ସହ ବ୍ଲବଫିସ୍‌, ହ୍ବେଲ ଆଦି ନାମରେ ଡାକିଲେ। ଏପରିକି ଜଣେ ୟୁଜର ଲେଖିଥିଲେ, ମେଲିସାଙ୍କ ଫଟୋ ପୋଷ୍ଟ ଉପରେ ବ୍ୟାନ୍‌ କରିବା ଉଚିତ୍‌। ଏହା ପରଠାରୁ ସେ ପ୍ରତିଦିନ ନିଜର ଗୋଟି ଲେଖାଏ ସେଲ୍‌ଫି ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ବର୍ତ୍ତମାନ ତାଙ୍କ ଟୁଇଟରରେ ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ବର୍ତ୍ତମାନ କିଛି ଲୋକ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଏହା ଦ୍ୱାରା ନିଜକୁ କମ୍‌ଜୋର ଭାବୁଥିବା ଭିନ୍ନକ୍ଷମ ମାନଙ୍କୁ ସାହସ ମିଳିବ ବୋଲି ସେମାନେ କହୁଛନ୍ତି।
ଏ ନେଇ ମେଲିସା କୁହନ୍ତି, ଗତ ବର୍ଷଠାରୁ ପ୍ରତିଦିନ ରାତିରେ ମୁଁ ଗୋଟିଏ କାମ କରିଥାଏ। ଶୋଇବା ପୂର୍ବରୁ ନିଜର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାଏ। ଏହା ତାଙ୍କ ପାଇଁ ଏକ ପ୍ରଥାରେ ପରିଣତ ହୋଇଯାଇଛି। ଏପରି କରିବା ଦ୍ୱାରା ତାଙ୍କୁ ଶାନ୍ତି ମିଳିଥାଏ ବୋଲି ମେଲିସା କହିଚନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri