ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୨।୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଟାଙ୍ଗନାଡି ଗାଁରେ ପଦା ହୋଇଥିବା ୪ଜଙ୍ଗଲକୁ ଗ୍ରାମବାସୀ ଠେଙ୍ଗାପାଳିରେ ସୁରକ୍ଷା ଦେଇ ସବୁଜିମା କରାଇ ପାରିଛନ୍ତି। ତେବେ ଜୀବନଜୀବିକା ପ୍ରଭାବିତ ପରେ ଆଦିବାସୀମାନେ ମେଳି ହୋଇ ଏଭଳି କାମ କରିବାକୁ ଆଗେଇ ଆସିଥିଲେ। ନିଜ ପାଇଁ କରୁ କରୁ ଏବେ ୪୫ ଏକର ଜଙ୍ଗଲ ସୁରକ୍ଷିତ ହୋଇପାରିଛି। ଏହି ଜଙ୍ଗଲରେ ଶାଳ, ପିଆଶାଳ, ଅସନ, ବାନ୍ଧଣ, ବାଉଁଶ, କୁସୁମ ଆଦି ମୂଲ୍ୟବାନ ଗଛ ଦେଖିବାକୁ ମିଳୁଛି। ଏହି ଜଙ୍ଗଲ ଏବେ ଆଦିବାସୀଙ୍କୁ ବଞ୍ଚିବାର ରାହା ଯୋଗାଇଛି।
ଟାଙ୍ଗନାଡି ଗାଁର ତାବଳି ପାହାଡ, ଚରିଆବଣ, ଭାଲୁ ମୁଣ୍ଡିଆ, ବିଲୁଆପଡା ଜଙ୍ଗଲ ୨ ହଜାର ମସିହା ବେଳକୁ ପଦା ହୋଇଯାଇଥିଲା। ଏଥିଯୋଗୁ ଆଦିବାସୀମାନେ ଜିବୀକା ନିର୍ବାହ କରିବା କଷ୍ଟକର ହୋଇପଡିଲା। ସେମାନେ ଆଉ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ପାଇଲେ ନାହିଁ। ଫୁଲ ଝାଡୁ ବି କରିପାରିଲେ ନାହିଁ। ଏପରି କି ବଣ ଫଳମୂଳ ପାଇଲେ ନାହିଁ। ଫଳରେ ଜୀବନ ଧାରଣ କରିରହିବା କଷ୍ଟକର ହୋଇ ପଡିଲା। ଜଙ୍ଗଲ ଜଗିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ କାଠ ମାଫିଆମାନେ ସେମାନଙ୍କୁ ହଇରାଣ କରୁଥିଲେ। ବିଭିନ୍ନ ସମୟରେ ସେମାନଙ୍କର ମଧ୍ୟରେ ବିବାଦ ସୃଷ୍ଟି କରୁଥିଲେ। ତେବେ ୨୦୦୩ ରେ ମହିଳାପୁରୁଷ ଆଦିବାସୀ ଏକଜୁଟ ହୋଇ ଠେଙ୍ଗାପାଳିରେ ଜଙ୍ଗଲ ଜଗିବା ଆରମ୍ଭ କଲେ। କାଠମାଫିଆଙ୍କୁ ଟାର୍ଗେଟ କରି ସେମାନଙ୍କ କାର୍ଯ୍ୟରେ ରୋକ୍‌ ଲଗାଇଲେ। ପଦା ହୋଇଥିବା ଜଙ୍ଗଲ ଧୀରେ ଧୀରେ ଘଞ୍ଚ ହେବାରେ ଲାଗିଲା। ସୁରକ୍ଷାର ୭ ବର୍ଷ ପରେ ସେମାନଙ୍କ ଜୀବନ ଜୀବିକା ପୁଣି ଜଙ୍ଗଲ ପୂରଣ କଲା। ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ଆଣି ଖଲି ତିଆରି କଲେ। ଫୁଲ ଝାଡୁ ମଧ୍ୟ ତିଆରି କଲେ। ପାଣିଆଳୁ, ମସିହା, କଡବା, ଟୁଙ୍ଗା ଆଦି ଫଳମୂଳ ସଂଗ୍ରହ କରି ଖାଇବା ସହ ବିକ୍ରି କରି ଗୁଜୁରାଣ ମେଣ୍ଟାଇଲେ। ଏବେ ସେମାନେ ଆଦିବାସୀଙ୍କ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ଜଙ୍ଗଲ ପଟ୍ଟା ପାଇବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗାଁର ପଦ୍ମ ଚରଣ ମାଝି, ନିରୁପମା ମାଝି, ମନୋରଞ୍ଜନ ବେହେରା କୁହନ୍ତି, ଆଦିବାସୀଙ୍କ ଏକତା ଜଙ୍ଗଲକୁ ସୁରକ୍ଷା କରିପାରିଲା। ଜଙ୍ଗଲ ସୃଷ୍ଟି ପରେ ସେମାନଙ୍କ ଜୀବନଜୀବିକାରେ ଆଉ ଅସୁବିଧା ହେଉନି। ଗାଁର ୨୭ ପରିବାର ସଦସ୍ୟ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ତେବେ ସରକାର ଆମକୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri