ଫେସ୍‌ଲେସ୍‌ ଅପିଲ ଆରମ୍ଭ କଲା ସିବିଡିଟି; ୫.୬ ଲକ୍ଷ କୋଟିର ଟିକସ ମାମଲା ସମାଧାନ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ଫସି ରହିଥିବା ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କାର ଟିକସ ମାମଲାଗୁଡିକ ସମାଧାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆୟକର ବିଭାଗରେ ଟିକସ ସଂସ୍କାର ଏବଂ ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡିଛି। ନୂଆ ଯୋଜନା ଶୁଭାରମ୍ଭ ଦ୍ୱାରା ଆଗାମୀ ଦିନଗୁଡିକରେ ସମସ୍ତ ପ୍ରକାର ଟିକସ ବିବାଦଗୁଡିକ ଇ-ମେଲ୍‌, ଇ-ଏନ୍‌କ୍ୱାରି ଏବଂ ଇ-ଶୁଣାଣି ଦ୍ୱାରା ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଆଇଟି କମିଶନରଙ୍କ ପାଖରେ ପ୍ରାୟ ୪.୬ ଲକ୍ଷ ଅପିଲ ଫଇସଲା ଲାଗି ପଡି ରହିଛି। ମାମଲାଗୁଡିକରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ଜଡିତ ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି।
ବିଭିନ୍ନ ପ୍ରକାର ଆଇନଗତ ମାମଲା ଯୋଗୁ ୨୦୧୮-୧୯ ସୁଦ୍ଧା ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ନ ହୋଇପାରି ଫସି ରହିଛି। ମାମଲାଗୁଡିକ ବିଭିନ୍ନ ଟ୍ରିବ୍ୟୁନାଲ, ହାଇକୋର୍ଟ, ସୁପ୍ରିମକୋର୍ଟରେ ପଡି ରହିଥିବା ଜଣାପଡିଛି। ପୂର୍ବରୁ ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ରିଟର୍ନ ଫାଇଲିଂ ସିଷ୍ଟମ ଆରମ୍ଭ କରାଯାଇଥିଲା। ନୂଆ ପଦକ୍ଷେପ ଦ୍ୱାରା ଟିକସ ମାମଲାଗୁଡିକର ସମାଧାନ ନେଇ ବିଭାଗ ଆଶାବାଦୀ ରହିଛି। ସମସ୍ତ ଆଇଟି ଅପିଲକୁ ଫେସ୍‌ଲେସ୍‌ ଭାବେ ସମାଧାନ କରାଯିବ ବୋଲି ସିବିଡିଟି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ଏହା ମଧ୍ୟରେ ଜଘନ୍ୟ ଅପରାଧ, ପ୍ରମୁଖ ଟିକସ ଠକେଇ ମାମଲା, ସର୍ଚ୍ଚ ପ୍ରସଙ୍ଗ, ଅନ୍ତର୍ଜାତୀୟ ଟିକସ, କଳାଟଙ୍କା ଆଇନ ଭଳି ମାମଲା ସାମ୍ନାକୁ ସାମିଲ କରାଯାଇନାହିଁ।
ଏହି ବ୍ୟବସ୍ଥାରେ ବର୍ତ୍ତମାନଠାରୁ ଆୟକର ବିଭାଗ ଆୟକର ଅପିଲ, ଅପିଲର ଇ-ଆଲୋକେଶନ, ନୋଟିସର ଇ-ଯୋଗାଯୋଗ, ପ୍ରଶ୍ନ, ଇ-ଯାଞ୍ଚ, ଇ-ଶୁଣାଣି ଏବଂ ଆପିଲେଟ ନିର୍ଦ୍ଦେଶକୁ ଇ-ଯୋଗାଯୋଗ ଦ୍ୱାରା ପ୍ରଦାନ କରିବ। ସମସ୍ତ ପ୍ରକ୍ରିୟାକୁ ଯଥାସମ୍ଭବ ଅନ୍‌ଲାଇନ ମାଧ୍ୟମରେ ସମ୍ପାଦନ କରିବା ଯୋଜନା ରଖାଯାଇଛି। ଏଥିଲାଗି ଆୟକର ବିଭାଗ ଡାଟା ଆନାଲିଟିକ୍ସ, ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ (ଡିଆଇଏନ୍‌)ର ବ୍ୟବହାର କରିବ। ଆୟକର ବିଭାଗରେ ଏରିୟର ବର୍ତ୍ତମାନ ୧୨.୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ୨୦୧୭-୧୮ରେ ୧୧ ଲକ୍ଷ କୋଟି ଟଙ୍କା ରହିଛି। ଏହାକୁ ଆଦାୟ କରିବା କଷ୍ଟକର ବୋଲି ସିଏଜି ପାର୍ଲାମେଣ୍ଟକୁ ଏକ ରିପୋର୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri