Posted inଖେଳ

ଆଇପିଏଲ୍‌, କୋଲକାତା- ହାଇଦ୍ରାବାଦ୍‌ ମୁକାବିଲା: ଫୋକସ୍‌ରେ କାର୍ତ୍ତିକଙ୍କ ନେତୃତ୍ୱ

ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କାର୍ତ୍ତିକଙ୍କ କିଭଳି ନେତୃତ୍ୱ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ପୁନର୍ଗଠିତ କୋଲକାତା ଦଳ ପୂର୍ବପରି ଦମ୍‌ଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କାର୍ତ୍ତିକ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ଦଳକୁ ଅଧିନାୟକ ଭାବେ ସଠିକ୍‌ ଦିଗ୍‌ଦର୍ଶନ ଦେଇପାରିନାହାନ୍ତି। ସେ ତାଙ୍କ ପୁରୁଣା ତ୍ରୁଟିରୁ ଶିକ୍ଷା କରିପାରି ନାହାନ୍ତି। ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ କେତୋଟି ଅବର୍ଣ୍ଣନୀୟ ନିଷ୍ପତ୍ତି ନେଇଥିଲେ। ଫଳରେ ଦଳ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ମୁମ୍ବାଇଠାରୁ ଦଳ ୪୯ ରନରେ ପରାସ୍ତ ହୋଇଥିଲା। ଫଳରେ ପୁଣି ଥରେ ବିଗ୍‌ ହିଟର ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ପୋଜିସନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
ଗତ ସଂସ୍କରଣରେ ରସେଲ ୨୪୯ଟି ବଲର ସମ୍ମୁଖୀନ ହୋଇ ମୋଟ ଉପରେ ୫୧୦ ରନ ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୨୦୪.୮୧ ରହିଥିଲା ଓ ଏହା ଟୁର୍ନାମେଣ୍ଟର ସର୍ବାଧିକ ଥିଲା। ତାଙ୍କ ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟାର୍ଗେଟ ହାସଲ କରିବା ନିହାତି କଷ୍ଟକର ଥିଲା। ଗତ ମ୍ୟାଚ୍‌ରେ ବିଶ୍ୱକପ ବିଜୟୀ ଇଂଲଣ୍ଡ ଅଧିନାୟକ କୋଲକାତା ପାଇଁ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳକୁ ଆବଶ୍ୟକ ରନ ହାର ୧୩ରୁ ଊର୍ଦ୍ଧ୍ୱ ଥିଲା। ଫଳରେ ସେ ମଧ୍ୟ ଅଧିକ କଛି କରି ନ ପାରି ବିଫଳ ହୋଇଥିଲେ। ବୋଲିଂରେ ମଧ୍ୟ କାର୍ତ୍ତିକ ତ୍ରୁଟି କରିଥିଲେ। ତାରକା ସ୍ପିନର ସୁନୀଲ ନାରିନଙ୍କୁ ଠିକ୍‌ ରୂପେ ହ୍ୟାଣ୍ଡେଲ ନ କରି ତାଙ୍କୁ ପାଓ୍ବାର ପ୍ଲେ’ ଶେଷ ଓଭରରେ ବୋଲିଂ କରିବାକୁ ଦେଇଥିଲେ। ସର୍ବାଧିକ ମୂଲ୍ୟରେ ଦଳରେ ସାମିଲ ହୋଇଥିବା ପ୍ୟାଟ୍‌ କୁମିନ୍ସ ସାଂଘାତିକ ଭାବେ ବିଫଳ ହୋଇଛନ୍ତି। ରୋହିତ ଶର୍ମା ଭଲଭାବେ ସେଟ୍‌ ହେବା ପରେ ନାରିନଙ୍କୁ ବୋଲିଂ କରିବାର ସୁଯୋଗ ଦିଆଯାଇଥିଲା। ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ବ୍ରେଣ୍ଡନ୍‌ ମ୍ୟାକୁଲମ ଦଳର କୋଚ୍‌ ରହିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ ଓ ମାନସିକତା ପାଇଁ ସେ ଜଣାଶୁଣା ଥିବାବେଳେ ତାଙ୍କର ଏଭଳି ରକ୍ଷଣାତ୍ମକ ରଣନୀତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ହାଇଦ୍ରାବାଦ ଏକ ସନ୍ତୁଳିତ ଦଳ ବୋଲି ବିବେଚିତ ହେଉଛି। ତେବେ ଏହି ଦଳରେ ଗଭୀରତା ଓ ଅଭିଜ୍ଞତାର ଅଭାବ ପରିଲକ୍ଷିତ ହେଉଛି। ଫଳରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ସାଂଘାତିକ ଭାବେ ବିଫଳ ହୋଇଥିଲା। ଅନ୍ତିମ ୫ ଓଭରରେ ବିଜୟ ପାଇଁ ୪୩ ରନ ଆବଶ୍ୟକ ହେଉଥିବା ବେଳେ ହାଇଦ୍ରାବାଦ ତା’ର ଅନ୍ତିମ ୭ଟି ଉଇକେଟ ମାତ୍ର ୩୨ ରନରେ ହରାଇଥିଲା ଓ ଶେଷରେ ୧୦ ରନରେ ପରାସ୍ତ ହୋଇଥିଲା। ପୁଣି ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି।
ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ ହେବା ଦଳ ପାଇଁ ଅବଶ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପୁଣି କେନ୍‌ ଓ୍ବିଲିୟମସନ ଇଞ୍ଜୁରିମୁକ୍ତ ହୋଇଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ସେ ଦଳରେ ସାମିଲ ହେଲେ ବ୍ୟାଟିଂ ଲାଇନ୍‌ ଆହୁରି ଦୃଢ ହୋଇପାରିବ। ହାଇଦ୍ରାବାଦ୍‌ର ବୋଲିଂ ସବୁବେଳେ ଉଚ୍ଚକୋଟୀର ସାବ୍ୟସ୍ତ ହୋଇଆସିଛି। ସ୍ପିନର ରସିଦ୍‌ ଖାନଙ୍କ ସମେତ ମହମ୍ମଦ ନବିଙ୍କୁ ବୋଲିଂ କରିବାକୁ ମ୍ୟାନେଜମେଣ୍ଟ ସୁଯୋଗ ଦେବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର କୁମାର ଦଳର ଦ୍ରୁତ ବୋଲିଂର ନେତୃତ୍ୱ ନେବେ।
କୋଲକାତା ନାଇଟ ରାଇଡର୍ସ ଦଳ:
ଦୀନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, କମଳେଶ ନାଗରକୋଟୀ, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍ଗୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ (ଉଇକେଟକିପର), ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ୍‌, ଏମ୍‌. ସିଦ୍ଧାର୍ଥ, ନିଖିଲ ନାଏକ ଓ ଅଲି ଖାନ।
ସନରାଇଜର୍ସ ହାଇଦ୍ରାବାଦ ଦଳ:
ଡେଭିଡ୍‌ ଓ୍ବାର୍ନର (ଅଧିନାୟକ), ଜନି ବେୟାରଷ୍ଟୋ (ଉଇକେଟକିପର), କେନ୍‌ ଓ୍ବିଲିୟମସନ, ଭୁବନେଶ୍ୱର କୁମାର, ମହମ୍ମଦ ନବି, ରସିଦ୍‌ ଖାନ, ମନୀଷ ପାଣ୍ଡେ, ବିରାଟ ସିଂ, ଶାହାବାଜ ନଦିମ, ମିଚେଲ ମାର୍ଶ, ଫାବିଆନ ଆଲେନ, ବିଜୟ ଶଙ୍କର, ସଞ୍ଜୟ ଯାଦବ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବଭନକ ସନ୍ଦୀପ, ବାସିଲ ଥମ୍ପି, ପ୍ରିୟମ ଗାର୍ଗ, ଅବଦୁଲ ସମାଦ, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ବିଲି ଷ୍ଟାନଲେକ, ଟି. ନଟରାଜନ ଓ ଅଭିଷେକ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri