Posted inଜାତୀୟ

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ୍‌ ପଡ଼ିଲେ ସାଜିଦ୍‌:ବୋରିସ୍‌ ମୁଖ୍ୟ ଦାବିଦାର

ଲଣ୍ଡନ,୨୧।୬(ପି.ଟି./ଏ.ଏଫ୍‌.ପି.):ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ଇସ୍ତଫା ପରେ ତାଙ୍କ ପଦରେ କିଏ ଅବସ୍ଥାପିତ ହେବ ତାକୁ ନେଇ କଞ୍ଜର୍ଭେଟିଭ୍‌ ପାର୍ଟିରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଏହି କ୍ରମରେ ପୂର୍ବତନ ବହିର୍ବ୍ୟାପାର ସଚିବ ବୋରିସ୍‌ ଜନ୍‌ସନ୍‌ଙ୍କୁ ଗୁରୁବାର ସଫଳତା ମିଳିଛି। ବୋରିସ୍‌ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନୀ ବଂଶୋଦ୍ଭବ ତଥା ସ୍ବରାଷ୍ଟ୍ର ସଚିବ ସାଜିଦ୍‌ ଜାଭିଦ୍‌ଙ୍କୁ ପଛରେ ପକାଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ସାଜିଦ୍‌ ବାଦ୍‌ ପଡ଼ିଥିବାବେଳେ ଅନ୍ୟ ଦୁଇ ପ୍ରମୁଖ ଦାବିଦାର ମାଇକେଲ୍‌ ଗୋଭ୍‌ ଏବଂ ଜେରେମି ହଣ୍ଟଙ୍କ ମଧ୍ୟରୁ କିଏ ବୋରିସ୍‌ଙ୍କ ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଲଢ଼େଇ କରିବେ ତାକୁ ନେଇ କସରତ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁସାରେ ମାଇକେଲ ଗୋଭ୍‌ ଭଲ ପ୍ରଦର୍ଶନ କରି ଜେରେମି ହଣ୍ଟଙ୍କୁ ଟିପିଯାଇଛନ୍ତି। ଫଳରେ ବୋରିସ୍‌ ଓ ମାଇକେଲଙ୍କ ମଧ୍ୟରୁ ଜଣେ ଏହି ପଦରେ ଆସୀନ ହେବେ ବୋଲି କୁହାଯାଉଛି।
ସଂଘ(ଇୟୁ)ରୁ ବ୍ରିଟେନ ଅଲଗା ହେବା ନେଇ ଚାଲିଥିବା ଆଲୋଚନ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଗତ ୭ ତାରିଖରେ ଇସ୍ତଫା ଦେଇଥିଲେ। କଞ୍ଜର୍ଭେଟିଭ୍‌ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଟ ୧୦ ପ୍ରତିଦ୍ୱନ୍ଦ୍ୱୀ ରହିଥିଲେ। ଗୁରୁବାର ଚତୁର୍ଥ ପର୍ଯ୍ୟାୟ ଭୋଟରେ ପାର୍ଲାମେଣ୍ଟର ସମସ୍ତ ଟୋରି ସଦସ୍ୟଙ୍କ ମଧ୍ୟରୁ ମାତ୍ର ୩୪ ଏମ୍‌ପି ବ୍ରେକ୍‌ଜିଟ ସପକ୍ଷବାଦୀ ଜାଭିଦ୍‌ଙ୍କୁ ସମର୍ଥନ କରିଥିଲେ। ବୋରିସ୍‌ଙ୍କ ସପକ୍ଷରେ ସର୍ବାଧିକ ୧୫୭ ଭୋଟ ପଡ଼ିଥିବାବେଳେ ପରିବେଶ ସଚିବ ମାଇକେଲ ଗୋଭ୍‌ ୬୧ ଏମ୍‌ପିଙ୍କ ସମର୍ଥନ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବହିର୍ବ୍ୟାପାର ସଚିବ ଜେରେମି ହଣ୍ଟ ତାଙ୍କଠାରୁ ୨ ଖଣ୍ଡ କମ୍‌ ଅର୍ଥାତ୍‌ ୫୯ ଖଣ୍ଡ ପାଇ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ବୋରିସ୍‌ଙ୍କ ସହ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଖୁବ୍‌ଶୀଘ୍ର ହେବାକୁ ଥିବା ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ସ୍ପଷ୍ଟ ହେବ। ଏମାନଙ୍କ ମଧ୍ୟରୁ ଯିଏ ବିଜୟୀ ହୋଇ ଜୁଲାଇ ଦ୍ୱିତୀୟାର୍ଦ୍ଧରେ ପ୍ରଧାନମନ୍ତ୍ରୀ ହେବେ ତାଙ୍କୁ ଅକ୍ଟୋବର ୩୧ରେ ହେବାକୁ ଥିବା ବ୍ରେକ୍‌ଜିଟ୍‌ ସମ୍ପର୍କିତ ଚୂଡ଼ାନ୍ତ ନିର୍ଣ୍ଣୟର କଠିନ ପଦକ୍ଷେପ ନେବାକୁ ପଡ଼ିବ। ବ୍ରେକ୍‌ଜିଟ୍‌ ରଣନୀତିକୁ ନେଇ ଗତବର୍ଷ ଥେରେସାଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥବା ବୋରିସ୍‌ ଜନ୍‌ସନ୍‌ ଦଳର ଅର୍ଦ୍ଧାଧିକ ଏମ୍‌ପିଙ୍କ ସମର୍ଥନ ହାସଲ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri