ବରଗଡ଼ରୁ ୧୨୮ ନୂଆ କରୋନା ପଜିଟିଭ: ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ବ୍ୟାଙ୍କ ଶଟ୍‌ଡାଉନ

ବରଗଡ଼ ଅଫିସ,୨୨।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୧୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ବ୍ଲକର ୨୬, ବରଗଡ ପୌରାଞ୍ଚଳର ୩୬, ଅତାବିରା ବ୍ଲକର ୪, ଭେଡେନ ବ୍ଲକର ୭, ବିଜେପୁର ବ୍ଲକର ୪, ବରପାଲି ବ୍ଲକର ୧୧,ବରପାଲି ଏନ୍‌ଏସି୍‌ର ୩, ଭଟଲି ବ୍ଲକର ୫ଜଣ, ଅମ୍ବାଭୋନା ବ୍ଲକର ୪, ପଦ୍ମପୁର ବ୍ଲକର ୬, ଅତାବିରା ଏନ୍‌ଏସିର ୨, ପଦ୍ମପୁର ଏନ୍‌ଏସିର ୨, ସୋହେଲା ବ୍ଲକର ୮, ଝାରବନ୍ଧ ବ୍ଲକର ୨, ଗାଇସିଲେଟ ବ୍ଲକର ୨ ଏବଂ ଏଠାରେ ଚିକିତ୍ସାଧିନ ରହିଥିବା ଅନ୍ୟ ଜିଲାର ୫ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୧୧୯୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ସେହିପରି କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଇଣ୍ଡିଆନ ବ୍ୟାଙ୍କକୁ ଶଟ୍‌ଡାଉନ ଘୋଷଣା କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଜିଲାର ୫୩ହଜାର ୫୪୪ ଜଣଙ୍କର କୋଭିଡ ଟେଷ୍ଟ ହୋଇ ସାରିଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri